Advertisment

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ କରୋନ। ଆଜି ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ଥର ଟେଷ୍ଟ କରିବା ପରେ  ରିପୋର୍ଟ ପଜିଟିଭ୍ ଆସିଛି। ସୋମବାର ଜୈନ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଆଜି […]

author-image
Abinash Pati
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

styandra-jain

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କୁ କରୋନ। ଆଜି ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ଥର ଟେଷ୍ଟ କରିବା ପରେ  ରିପୋର୍ଟ ପଜିଟିଭ୍ ଆସିଛି।

Advertisment

ସୋମବାର ଜୈନ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଆଜି ଦ୍ୱିତୀୟ ଥର ଟେଷ୍ଟରେ ଜୈନ୍‌ଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏବେ ସେ RGSSH ହସ୍‌ପିଟାଲ୍‌ରେ ଚିକିତ୍ସା ଜାରି ରଖିବେ ବୋଲି କୁହାଯାଉଛି।

ସବୁଠାରୁ ବଡ଼କଥା ହେଲା ଜୁନ୍‌ ୧୪ରେ ଗୃହମନ୍ତ୍ରାଳୟର ଏକ ବୈଠକରେ ଯୋଗ ଦେଇଥିଲେ ସତୈନ୍ଦ୍ର ଜୈନ୍‌। ଏହି ବୈଠକ ଖୋଦ୍‌ ଗୃହମନ୍ତ୍ରୀ ଅମିତ ଶାହ ଡାକିଥିଲେ। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ରାଜ୍ୟପାଳ ଅନୀଲ ବୈଜଲ, ଗୃହ ସଚିବ ଅଜୟ ଭଲ୍ଲା,  ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ, ଦିଲ୍ଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେଭଙ୍କ ସହିତ ଅନ୍ୟ ଅଫିସର୍‌ମାନେ ଯୋଗ ଦେଇଥିଲେ।

Advertisment

Delhi Election Results 2020: AAP's Atishi Marlena wins high-stake ...

ଆପ୍‌ ଅନ୍ୟ ଜଣେ ବିଧାୟକ ଆତିଶୀଙ୍କଠାରେ ମଧ୍ୟ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି। ଦକ୍ଷିଣ ଦିଲ୍ଲୀର କାଲକାଜି ସିଟ୍‌ରୁ ବିଧାୟକ ଅଛନ୍ତି ୩୯ ବର୍ଷୀୟା ଅତିଶୀ।

New Delhi Coronavirus Outbreak Coronavirus In India
Advertisment
Advertisment