Advertisment

ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗକୁ ଥଣ୍ଡା ବଢିବ ଏବଂ ପ୍ରଦୂଷଣ ନକମିଲେ ସ୍ଥିତି ସଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ଦିଲ୍ଲୀବାସୀ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କହିଛନ୍ତି ଦିଲ୍ଲୀ ସରକାର। […]

author-image
Minati Mishra
ଅଦ୍ୟତନ ହୋଇଛି
ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

delhi-pollution

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗକୁ ଥଣ୍ଡା ବଢିବ ଏବଂ ପ୍ରଦୂଷଣ ନକମିଲେ ସ୍ଥିତି ସଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ଦିଲ୍ଲୀବାସୀ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କହିଛନ୍ତି ଦିଲ୍ଲୀ ସରକାର।

Advertisment

ପରିସ୍ଥିତିକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ଓ ଶ୍ୱାସ ସମସ୍ୟା ଥିବା ବ୍ୟକ୍ତିଙ୍କୁ ମର୍ଣ୍ଣିଂ ୱାକ ନକରି ଘରେ ରହି ଯୋଗ ଓ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟ। ପୁସା ରୋଡ୍, ଲୋଧୀ ରୋଡ୍, ମଥୁରା ରୋଡ୍, ବିମାନ ବନ୍ଦର ଏବଂ ଆୟାନଗର ଅଞ୍ଚଳରେ ବାୟୁର ମାନ ଖରାପ ସ୍ଥିତିରେ ରହିଛି ।

କିଛି ଅଂଚଳରେ ବାୟୁର ମାନ ୫୪୨ରେ ପହଁଚିଯାଇଛି ଯାହା କି ଶରୀର ପ୍ରତି କ୍ଷତିକାରକ। ରାଜଧାନୀ ଦିଲ୍ଲୀରେ କେବଳ ବାୟୁ ପ୍ରଦୂଷଣ ହୋଇନି ବରଂ ପାଣି ବି ବିଷାକ୍ତ ହେବାରେ ଲାଗିଛି । ଯମୁନା ନଦୀରେ ଦେଖାଦେଇଛି ବିଷାକ୍ତ ଫେଣ। ପାଣିରେ ପ୍ରଦୂଷଣ ଯୋଗୁଁ ଟକ୍ସିକ ଫୋମ୍ ଅର୍ଥାତ୍ ବିଷାକ୍ତ ଫେଣ ସୃଷ୍ଟି ହୋଇଛି । ଦିଲ୍ଲୀର କାଳିନ୍ଦି କୁଂଜ ଅଂଚଳରେ ପ୍ରବଳ ମାତ୍ରାରେ ଏଭଳି ଫେଣ ଦେଖିବାକୁ ମିଳିଛି।

Advertisment
Advertisment
Advertisment