/odishatv-khabar/media/post_attachments/uploadimage/library/16_9/16_9_0/narendra-modi_1623677076.jpg)
narendra modi
ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହାସହ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ଓ୍ୱାନ ଆର୍ଥ ଓ ଓ୍ୱାନ୍ ହେଲଥ୍ର ନାରା ବି ଦେଇଛନ୍ତି । ବୈଠକକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋଭିଡକୁ ମୁକାବିଲା କରିବା ଲାଗି ଭ୍ୟାକ୍ସିନ୍କୁ ସାମୟିକ ଭାବେ ପ୍ୟାଟେଣ୍ଟ୍ ମୁକ୍ତ କରିବା ହେଉଛି ଗଣତାନ୍ତ୍ରିକ ସମାଜର ସ୍ୱତନ୍ତ୍ର ଦାୟିତ୍ୱ ।
ଏହାପୂର୍ବରୁ ଭାରତ ସମେତ ଦକ୍ଷିଣ ଆଫ୍ରିକା କରୋନା ଟିକା, କରୋନା ଔଷଧ, ଆନୁଷଙ୍ଗିକ ସାମଗ୍ରୀ ଓ ଜ୍ଞାନକୌଶଳ ଉପରୁ ବିଶ୍ୱ ବାଣିଜ୍ୟ ସଂଗଠନ ଲଗାଉଥିବା ଇଣ୍ଟେଲେକଚୁଆଲ ପ୍ରପର୍ଟି ରାଇଟ ମଧ୍ୟ ଛାଡ଼ କରିବାକୁ ଦାବି ରଖିଥିଲେ ଜି ୭ ରାଷ୍ଟ୍ରଗୋଷ୍ଠୀ । ବୈଠକରେ ବ୍ରିଟେନ୍, କାନାଡ଼ା, ଫ୍ରାନ୍ସ ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକାର ରାଷ୍ଟ୍ରମୁଖ୍ୟମାନେ ସାମିଲ ହୋଇଥିଲେ । ଏହି ଭିଡିଓ କନଫରେନ୍ସିଂ ବୈଠକରେ ଭାରତ ସହ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକାକୁ ଅତିଥି ରାଷ୍ଟ୍ରଭାବେ ଆମନ୍ତ୍ରିତ କରାଯାଇଥିଲା ।
ଏହି ଅବସରରେ କୋରନା ମୁକାବିଲା କ୍ଷେତ୍ରରେ ଭାରତକୁ ସହାୟତାର ହାତ ବଢାଇଥିବା ଉଭୟ ଜି ୭ ରାଷ୍ଟ୍ର ଓ ଅନ୍ୟ ଆମନ୍ତ୍ରିତ ଅତିଥି ଦେଶକୁ ଶୁଭେଚ୍ଛା ଜଣାଇଥିଲେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ବସିଥିବା ଏହି ଜି-୭ ଶିଖର ସମ୍ମିଳନୀ ମୁଖ୍ୟ ଲକ୍ଷ୍ୟ ହେଉଛି କରୋନା ଭାଇରସ୍ରୁ କିପରି ମୁକ୍ତି ପାଇବା । ଏହା ସହିତ ପର୍ଯ୍ୟାବରଣକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏହି ଜି-୭ ଗୋଷ୍ଠୀରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଜାପାନ, ଇଟାଲୀ ଏବଂ ଜର୍ମାନୀ ସାମିଲ ଅଛନ୍ତି । ଏହାର ଲକ୍ଷ୍ୟ ହେଉଛି ମାନବିକ ଅଧିକାରର ସୁରକ୍ଷା, ଆଇନକୁ ବଜାୟ ରଖିବା ଏବଂ ନିରନ୍ତର ବିକାଶ । ଏହି ସଂଗଠନ ୨୫ ମାର୍ଚ୍ଚ ୧୯୭୩ରେ ଆରମ୍ଭ ହୋଇଥିଲା । ଏହାର ଠିକ୍ ପୂର୍ବରୁ, ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଥିଲା, ଯାହା ଏକ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଥିଲା । ଏଥିରୁ ଏବଂ ଏହା ସହିତ ଭବିଷ୍ୟତରେ ଆସିବାକୁ ଥିବା ସଂକଟରୁ ବିଶ୍ୱ ସ୍ତରରେ ମୁକାବିଲା ପାଇଁ ସଂଗଠନର ମୂଳଦୁଆ ପକାଯାଇଥିଲା ।
ପ୍ରାରମ୍ଭରେ ଋଷ ମଧ୍ୟ ଏହି ସଂଗଠନର ଏକ ଅଂଶ ଥିଲା, କିନ୍ତୁ ପରେ ତାକୁ ନେଇ ଦେଶମାନଙ୍କ ମଧ୍ୟରେ ମତଭେଦ ହେଲା । ଋଷ ୨୦୧୪ରେ ୟୁକ୍ରେନର କୃଷ୍ଣ ସାଗର ଉପଦ୍ୱୀପ କ୍ରିମିଆକୁ ଅକ୍ତିଆର କରିଥିଲା । ଏହା ପରେ ତୁରନ୍ତ ଋଷ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ସେତେବେଳେ ଏହି ଦଳରେ ଋଷ ସହିତ ୮ଟି ସଦସ୍ୟ ଦେଶ ଥିଲେ ଏବଂ ଏହାକୁ ଜି-୮ କୁହାଯାଉଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)