/odishatv-khabar/media/post_attachments/uploadimage/library/16_9/16_9_0/coronavirus-9_1625199588.jpg)
coronavirus
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬ରେ ପହଞ୍ଚିଛି। ଦେଶରେ ଏବେ ମୋଟ୍ ଆକ୍ଟିଭ୍ କେସ୍ ୭ ଲକ୍ଷ ୧୫ ହଜାର ୮୧୨ ଥିବା ବେଳେ ସୁସ୍ଥ ହେଲାଣି ୬୮ ଲକ୍ଷ ୭୪ ହଜାର ୫୧୮ ଜଣ।
ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଦିନକରେ ଓଡ଼ିଶାରେ ୧,୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୦୯ ଜଣ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟସ୍ ୮୦୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨, ୫୪,୯୧୩ ଜଣ କରୋନା ମୁକ୍ତ ହୋଇଥିବାବେଳେ ଆକ୍ଟିଭ କେସ ୨,୭୬,୦୯୪ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)