Advertisment

ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ […]

author-image
Chandan Shishu
ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

covischield

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ ଏହି ଟେଷ୍ଟ କରାଇବାକୁ କୁହାଯାଇଛି। ଯେଉଁମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ ପଜିଟିଭ୍ ଭାବେ ବିବେଚନା କରାଯିବ। ମାତ୍ର ଲକ୍ଷଣ ଥାଇ ଯଦି ନେଗେଟିଭ୍ ଆସେ, ତେବେ RTPCR ଟେଷ୍ଟ କରାଇବାକୁ ପଡିବ। କୋଭିସେଲ୍ଫ ନାଁରେ ଏହି କିଟ୍‌କୁ ଉଦ୍ଭାବନ କରିଛି ପୁନେର ମାଇଁଲ୍ୟାବ୍ ଡିସ୍କଭରି ସଲ୍ୟୁସନ। କିଟ୍ ଦ୍ୱାରା କିଭଳି ଟେଷ୍ଟ କରିବାକୁ ପଡ଼ିବ ସେ ସଂପର୍କରେ କଂପାନୀ ଆପ୍‌ରେ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ସପ୍ତାହେ ମଧ୍ୟରେ ଏହି କିଟ୍ ବଜାରରେ ଉପଲବ୍ଧ ହେବ। ଗୋଟିଏ କିଟ୍‌ର ଦାମ ୨୫୦ ଟଙ୍କା ରହିବ ବୋଲି ଜଣାପଡ଼ିଛି।

Advertisment

ରାପିଡ ଆଣ୍ଟିଜେନ ଟେଷ୍ଟ ମାତ୍ର ୧୫ ମିନଟ୍‌ରେ ରେଜଲ୍ଟ ଦେଉଥିବାରୁ ଏହି ପ୍ରକ୍ରିୟାକୁ ଗ୍ରାମାଞ୍ଚଳରେ ବିକଶିତ ଏବଂ ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି ICMR ଡିଜି ଡାକ୍ତର ବଳରାମ ଭାର୍ଗଭ RAT ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ୱ ଦେଇ ସେ ଦେଶବ୍ୟାପି ସହର ଏବଂ ଗାଁ ମାନଙ୍କରେ  RAT ବୁଥ ପ୍ରତିଷ୍ଠା ଉପରେ ଗୁରୁତ୍ୱ  ଦେଇଛନ୍ତି। ସେହିପରି ସ୍କୁଲ, କଲେଜ ଏବଂ କମ୍ୟୁନିଟି ସେଣ୍ଟରମାନଙ୍କରେ ବି  RAT ବୁଥ ଗଠନ ପାଇଁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଥିବା ଡାକ୍ତର ଭାର୍ଗବ ସୂଚନା ଦେଇଛନ୍ତି।

ସେପଟେ କରୋନାକୁ ନେଇ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କେନ୍ଦ୍ର ସରକାରଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଆଡଭାଇଜରଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ କରୋନା ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସୋଲ୍ ଏବଂ ଡ୍ରପଲେଟ ସଂକ୍ରମିତ ବ୍ୟକ୍ତିର ପାଟିର ଲାଳ ଓ ନାକ ସିଘାଂଣିରେ ଏହି ଭୂତାଣୁ ଥାଏ। ଡ୍ରପଲେଟ୍ ଓ ଏରୋସୋଲ୍ ଭାବେ ଏହା ଜଣେ ବ୍ୟକ୍ତିଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ। ବଡ଼ ବଡ଼ ଡ୍ରପଲେଟ୍ ତଳେ ପଡ଼ି ଯାଏ ବା କୌଣସି ବସ୍ତୁରେ ଲାଖି ରହେ ତେବେ ଛୋଟ ଛୋଟ ଏରୋସୋଲ୍ ପବନରେ ଅଧିକ ଦୂର ଏପରିକି ୧୦ ମିଟର ପର୍ଯ୍ୟନ୍ତ  ଯାଇପାରେ। ଭେଣ୍ଟିଲେସନ୍ ବା ବାୟୁ ଚଳାଚଳ ସୁବିଧା ନଥିବା କୋଠରୀରେ ଡ୍ରପଲେଟ୍ ଓ ଏରୋସୋଲ୍ ଶୀଘ୍ର ଜମା ହୋଇଥାଏ ଏବଂ ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ। ଖୋଲା ସ୍ଥାନରେ ସଂକ୍ରମଣର ସମ୍ଭାବନା କମ୍ ବୋଲି କୁହାଯାଇଛି। ଲକ୍ଷଣ ନଥିବା ଆକ୍ରାନ୍ତଙ୍କଠାରେ ବି ଏତେ ଭାଇରାଲ୍ ଲୋଡ୍ ଥାଏ ଯେ, ତାହା ଅନେକଙ୍କୁ ସଂକ୍ରମିତ କରିପାରିବ ତେଣୁ ଠିକ୍ ଭାବେ ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା, କବାଟ-ଝରକା ଖୋଲା ରଖିବା ଓ ବିଶୋଧନ ଦ୍ୱାରା କରୋନା ଭାଇରସ୍‌ରୁ ବର୍ତ୍ତିପାରିବେ।

Advertisment

Covid-19 Odisha Corona Breaking News
Advertisment
Advertisment