/odishatv-khabar/media/post_attachments/uploadimage/library/16_9/16_9_0/raw-fish-1_1625106152.jpg)
raw-fish
ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍...ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ...
ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ ଖାଉଥିବା ଦେଖିବାକୁ ମିଳିଛି। ମିଡିଆ ସାମ୍ନାରେ କଞ୍ଚାମାଛକୁ କାମୁଡି ଖାଉଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଦିଲ୍ଲୀପ ୱେଦାରଚ୍ଚି ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀଲଙ୍କାର ଫିଶରୀ ମିନିଷ୍ଟର ଥିଲେ। ଏବେ କୋଭିଡ କାରଣରୁ ଦେଶରେ ମତ୍ସ୍ୟ କାରବାର ଭୁଶୁଡି ପଡ଼ିଛି। ଅକ୍ଟୋବର ୨୨ରେ କୋଭିଡ ୧୯ ବାହାରିଥିଲା। ପରେ ଏହା ସାରା ଦେଶକୁ ବ୍ୟାପି ଯାଇଥିଲା। ଏହାପରଠାରୁ ଏହି ଦେଶର ଲୋକେ ମାଛ ଖାଉ ନାହାନ୍ତି। ଫଳରେ ଏହି ଦ୍ୱୀପରେ ମାଛ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ମାଛଚାଷୀଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡ଼ିଥିଲା।
ୱେଦାରଚ୍ଚି କହିଥିଲେ, ଏହା ଦ୍ୱାରା ଅନେକ ଚାଷୀ ଋଣଗ୍ରସ୍ତ ହୋଇ ପଡ଼ିଛନ୍ତି। ଅର୍ଥାଭାବ ଯୋଗୁ ସେମାନେ ତାଙ୍କର ମାଛ ବ୍ୟବସାୟ ମଧ୍ୟ ଆଉଥରେ ଆରମ୍ଭ କରିବାକୁ ସକ୍ଷମ ହୋଇ ପାରୁନାହାନ୍ତି।
ଏପରି ସ୍ଥିତିରେ ଲୋକଙ୍କୁ ମାଛ ଖାଇବା ପାଇଁ ଉତ୍ସାହିତ କରିବାକୁ ଚାହିଁଛନ୍ତି। ‘ମାଛରେ କରୋନା ଇନ୍ଫେକ୍ସନ ହେବ ନାହିଁ’ ଏହି କଥା ଲୋକଙ୍କୁ ବୁଝେଇବା ପାଇଁ ସେ ଏକ ପ୍ରେସ କନ୍ଫରେନ୍ସ କଞ୍ଚାମାଛ ଖାଇଛନ୍ତି। ସେ କହିଛନ୍ତି ‘ ଭୟ କରନ୍ତୁ ନାହିଁ, ଆମେ ମାଛ ଖାଇଲେ କରୋନା ସଂକ୍ରମିତ ହେବା ନାହିଁ।
ସେ ଏକ ପ୍ରେସ କନ୍ଫରେନ୍ସରେ ଦେଶର ଲୋକଙ୍କୁ ମାଛ ଖାଇବା ନିବେଦନ କରି କହିଛନ୍ତି ଭୟ କରନି, ଆମେ ଏହାଦ୍ୱାରା କରୋନା ସଂକ୍ରମିତ ହେବାନି।’ ଏହା କହିବା ସହିତ ସେହି କଞ୍ଚାମାଛକୁ ସେ କାମୁଡି ଖାଉଥିବା ଦେଖିବାକୁ ମିଳିଥିଲା।
ସୂଚନାଥାଉ କି, ଶ୍ରୀଲଙ୍କାର ଏକ ମାଛ ମାର୍କେଟରୁ କରୋନା ସଂକ୍ରମଣ ଆରମ୍ଭ ହୋଇ ଦେଶକୁ ବ୍ୟାପି ଯାଇଥିଲା। ଏହାପରେ ଟନ ଟନ ମାଛ ବିକ୍ରି ନ ହୋଇ ପଡି ରହି ପଚି ଯାଇଥିଲା। କିଛି ଦିନ ପରେ ଏହି ମାର୍କେଟ ବନ୍ଦ ମଧ୍ୟ ହୋଇ ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)