Advertisment

୨୪ ଘଣ୍ଟାରେ ସୁସ୍ଥ ହେଲେ ୬୨, ୨୮୨; ବଢ଼ିଲା ସୁସ୍ଥ ହାର

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୧.୫ ଲକ୍ଷ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି କରୋନାଭାଇରସ୍ ଜନିତ ମୃତ୍ୟୁ ହାର ୧.୮୯ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଦେଶରେ […]

author-image
Abinash Pati
୨୪ ଘଣ୍ଟାରେ ସୁସ୍ଥ ହେଲେ ୬୨, ୨୮୨; ବଢ଼ିଲା ସୁସ୍ଥ ହାର

corona

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୧.୫ ଲକ୍ଷ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେହିଭଳି କରୋନାଭାଇରସ୍ ଜନିତ ମୃତ୍ୟୁ ହାର ୧.୮୯ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଦେଶରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୧, ୫୮,୯୪୬ ରହିଛି ଯାହା ମୋଟ ଆକ୍ଟିଭ୍ କେଶ୍‌ର ୧୪,୫୫,୯୧୮ ଅଧିକ।

ଜୁନ ଠାରୁ କ୍ରମାନ୍ୱୟରେ ସୁସ୍ଥ ହାର ବଢ଼ି ଚାଲିଛି। ଜୁନ୍‌ରେ ୧୭ରେ ସୁସ୍ଥ ହାର ୫୨.୮ ପ୍ରତିଶତ ଥିବା ବେଳେ ଜୁଲାଇ ୧୬ ବେଳକୁ ଏଥିରେ ଉନ୍ନତୀ ହୋଇ ୬୩.୨୪ ହୋଇଥିଲା। ଆଉ ଏବେ ସୁସ୍ଥ ହାର ୭୪.୩୦ ପ୍ରତିଶତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି।

Advertisment

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସୁସ୍ଥ ହାର ୯୦.୧୦ ପ୍ରତିଶତ ହୋଇଥିବା ବେଳେ ତାମିଲନାଡ଼ୁରେ ୮୩.୫୦ ପ୍ରତିଶତ ରହିଛି। ସେହିଭଳି  ଗୁଜରାତର ୭୯.୪୦, ତେଲଙ୍ଗାନାରେ ୭୭.୪୦, ରାଜସ୍ଥାନରେ ୭୬.୮୦, ପଶ୍ଚିମବଙ୍ଗ ୭୬.୬୦, ବିହାର ୭୬.୩୦ ଏବଂ ମଧ୍ୟ ପ୍ରଦେଶରେ ସୁସ୍ଥ ହାର ୭୫.୮୦ ରହିଛି।

Advertisment
Advertisment