/odishatv-khabar/media/post_attachments/uploadimage/library/16_9/16_9_0/Capture-13_1626261726.jpg)
Everest
କାଠମାଣ୍ଡୁ: କରୋନା ଭାଇରସ୍ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟରେ ମଧ୍ୟ ନିଜର କାୟା ବିସ୍ତାର କରିନେଇଛି । ଜଣେ ପର୍ବତାରୋହୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଅତି କମରେ ୧୦୦ଜଣ ପର୍ବତାରୋହଣକାରୀ ଏବଂ ସହଯୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇସାରିଲେଣି। ଅନ୍ୟପଟେ ନେପାଳର ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଗତ ସପ୍ତାହରେ ଅଷ୍ଟ୍ରିଆର ଲୁକାସ ଫାର୍ଟନବାକ୍ ଏକମାତ୍ର ପର୍ବତାରୋହୀ ଥିଲେ ଯିଏ ନିଜର ଏଭରେଷ୍ଟ ଅଭିଯାନକୁ ରଦ୍ଦ କରିଥିଲେ । ସେ ଶନିବାର କହିଛନ୍ତି ଯେ, ତାଙ୍କର ବିଦେଶୀ ଗାଇଡ୍ ଏବଂ ୬ ଜଣ ନେପାଳୀ ଶେରପା ଗାଇଡ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଫାର୍ଟନ୍ବାକ୍ ନେପାଳର ରାଜଧାନୀ କାଠମାଣ୍ଡୁରେ ଆସୋସିଏଟେଡ୍ ପ୍ରେସ୍ ସହ କଥାବାର୍ତ୍ତା ସମୟରେ କହିଛନ୍ତି, 'ଆମେ ଏବେ ସମସ୍ତ ନିଶ୍ଚିତ ମାମଲା ବିଷୟରେ ଜାଣିଛୁ । ଉଦ୍ଧାରକାରୀ ଦଳ, ବୀମା କମ୍ପାନୀ, ଡାକ୍ତର, ପର୍ବତାରୋହଣରେ ଜଡିତ ଲୋକଙ୍କଠାରୁ ଏହା ନିଶ୍ଚିତ ହୋଇଛି । ଆମପାଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ତାଲିକା ମଧ୍ୟ ରହିଛି । ଏହାକୁ ଆମେ ପ୍ରମାଣ ମଧ୍ୟ କରିପାରିବୁ ।’ ସେ ଆହୁରି କହିଛନ୍ତି, ତାଙ୍କ ପାଖରେ ଅତି କମରେ ୧୦୦ ଜଣିଆ ଏକ ତାଲିକା ଅଛି, ଯେଉଁମାନେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ବେସ୍ କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି । ଏହି ସଂଖ୍ୟା ୧୫୦ କିମ୍ବା ୨୦୦ ପାଖାପାଖି ମଧ୍ୟ ହୋଇପାରେ ।
ଫର୍ଟନବାକ୍ କହିଛନ୍ତି ଯେ, ଏଭରେଷ୍ଟ ବେସ୍ କ୍ୟାମ୍ପରେ ଅନେକ କରୋନା ପଜିଟିଭ୍ ମାମଲା ରହିଥିଲା, ସେମାନେ ନିଜେ ଲୋକଙ୍କୁ ଅସୁସ୍ଥ ଥିବା ଦେଖିଥିଲେ ଏବଂ ସେମାନଙ୍କୁ ତମ୍ବୁ ଭିତରୁ କାଶୁଥିବା ମଧ୍ୟ ଶୁଣିଥିଲେ । ଏହି ସଂସ୍କରଣରେ ସମୁଦାୟ ୪୦୮ ଜଣ ବିଦେଶୀ ପର୍ବତାରୋହୀଙ୍କୁ ଏଭରେଷ୍ଟ ଚଢ଼ିବାକୁ ଅନୁମତି ଦିଆଯାଇଥିଲା । ତାଙ୍କ ସହ ଶତାଧିକ ଶେରପା ଏବଂ ସହଯୋଗୀ କର୍ମୀ ମଧ୍ୟ ରହିଥିଲେ । ଯେଉଁମାନେ ଏପ୍ରିଲରୁ ହିଁ ବେସ୍ କ୍ୟାମ୍ପରେ ରହିଆସୁଛନ୍ତି ।
ହେଲେ ନେପାଳର ପର୍ବତାରୋହଣ ବିଭାଗ ସହ ଜଡିତ ଅଧିକାରୀମାନେ ଏହି ସଂସ୍କରଣରେ ବେସ୍ କ୍ୟାମ୍ପରେ ଥିବା ପର୍ବତାରୋହୀ ଏବଂ ସହକର୍ମୀଙ୍କ ନିକଟରେ କରୋନା ପଜିଟିଭ ମାମଲାକୁ ଅସ୍ୱୀକାର କରିଛନ୍ତି । ମହାମାରୀ ଯୋଗୁଁ ଗତ ବର୍ଷ ପର୍ବତାରୋହଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)