/odishatv-khabar/media/post_attachments/uploadimage/library/16_9/16_9_0/coronavirus-5_1627366245.jpg)
coronavirus
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କରୋନା ଟିକାକରଣ କରାଯାଉଥିବା ବେଳେ ଧୀରେ ଧୀରେ କରୋନା ସଂଖ୍ୟା କମିବାରେ ଲାଗିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୪,୨୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ନୂଆ ସଂକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧.୦୬,୩୯,୬୮୪ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଦେଇଛି।
ଅନ୍ୟପକ୍ଷରେ ଦିନକରେ ୧୫୨ ଜଣଙ୍କର କରୋନାରେ ମତ୍ୟୁ ହୋଇଛି। ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା
୧,୫୩,୧୮୪ ହୋଇଛି। ସେହିପରି ୧୭,୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଆକ୍ଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ୧,୮୫,୬୬୨ ହୋଇଥିବା ବେଳେ ୧୦,୩୦୦,୮୩୮ ସୁସ୍ଥ ହୋଇ ଫେରିଛନ୍ତି। ଗତ ଶୁକ୍ରବାର ଠାରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ତେବେ ଏର୍ଯ୍ୟନ୍ତ ୧୩,୯୦,୫୯୨ରୁ ଅଧିକ ଟିକାକରଣ ହୋଇ ସାରିଛି।
ସାରା ବିଶ୍ୱରେ ମଧ୍ୟ କରୋନା ମୃତ୍ୟୁର ତାଣ୍ଡବ ଜାରି ରଖିଛି। ବିଶ୍ୱରେ ମୋଟ ମୃତ୍ୟୁ ଖ୍ୟା ୨୧ ଲକ୍ଷ ୧୪ ହଜାର ୬୨୦କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୮୭ ଲକ୍ଷ ୧୨ ହଜାର ୭୯୧ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୭ କୋଟି ୦୮ ଲକ୍ଷ ୯୫ ହଜାର ୮୮୩ ଜଣ ରୋଗୀ।
ଏପଟେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଟିକାକରଣ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି। ଟିକାକରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଗତକାଲି ଅଧିକ ଟିକାକରଣ କରାଯାଇଛି। ସମସ୍ତଙ୍କୁ ଟିକାକରଣ କରିବାକୁ ଆମେ ଚେଷ୍ଟା କରିବୁ। ଆଜି ୧ ଲକ୍ଷ ୪୯ ହଜାର ୭୬୦ ଡୋଜ କୋଭାକ୍ସିନ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ ଟିକା ଦିଆଯାଇଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)