Advertisment

ଦେଶରେ କରୋନାରେ ଆଖି ବୁଜିଲେଣି ୮୩ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: ବିଶ୍ବରେ ୧୮୦ରୁ ଅଧିକ ଦେଶରେ କରୋନା ଭୟଙ୍କର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା୨.୯୮କୋଟି ଲୋକ କରୋନା କଵଜାରେ। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ୫୧ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪ରେ ପହଞ୍ଚିଛି। ସେହିପରି  ୧ ହଜାର ୧୩୨ କରୋନା […]

author-image
Minati Mishra
ଅଦ୍ୟତନ ହୋଇଛି
ଦେଶରେ କରୋନାରେ ଆଖି ବୁଜିଲେଣି ୮୩ ହଜାରରୁ ଅଧିକ ଲୋକ

corona updates in odisha

ନୂଆଦିଲ୍ଲୀ: ବିଶ୍ବରେ ୧୮୦ରୁ ଅଧିକ ଦେଶରେ କରୋନା ଭୟଙ୍କର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା୨.୯୮କୋଟି ଲୋକ କରୋନା କଵଜାରେ। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଦେଶରେ ୫୧ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪ରେ ପହଞ୍ଚିଛି।

Advertisment

ସେହିପରି  ୧ ହଜାର ୧୩୨ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ ହୋଇଛି। ଦେଶରେ ଏବେ ଯାଏ ମୋଟ୍ ମୃତ୍ଯୁ ସଂଖ୍ୟା ୮୩,୧୯୮ରେ ପହଞ୍ଚିଛି। ଏବେ ଯାଏ ଦେଶରେ ସୁସ୍ଥ ହେଲେଣି ୪୦ ଲକ୍ଷ ୨୫ ହଜାର ୮୯ ଜଣ।  ସେହିପରି ଏବେ ମୋଟ୍ ଆକ୍ଟିଭ କେସ୍ ରହିଛି ୧୦ ଲକ୍ଷ ୯ ହଜାର ୯୭୬।

ଦେଶରେ୬ କୋଟି ୫ ଲକ୍ଷ ୬୫ ହଜାର ୭୨୮ କରୋନା ଟେଷ୍ଟ ହେଲାଣି। ଗତ କାଲି ସୁଦ୍ଧା ଦେଶରେ ୬ କୋଟିରୁ ଅଧିକ ଟେଷ୍ଟ ହୋଇଥିବା ନେଇ ଆଇସିଏଆର୍ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
Advertisment
Advertisment