Advertisment

ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫। ମହାରାଷ୍ଟ୍ରରେ […]

author-image
Minati Mishra
ମେ’ରେ କରୋନା ପ୍ରକୋପ: ଦେଶରେ ୨୬ ଦିନରେ ୧ ଲକ୍ଷ ୧୬ ଆକ୍ରାନ୍ତ

corona

ଭାରତ: ହୁ ହୁ ହୋଇ ବଢିବାରେ ଲାଗିଛନ୍ତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୩୩୭କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୧ ହଜାର ୭୬୭ ରହିଛି।  ଆକ୍ଟିଭ୍ କେସ୍ ୮୩ ହଜାର ୪ ରହିଥିବାବେଳେ ସୁସ୍ଥ ହେଲେଣି ୬୪ ହଜାର ୪୨୫।

Advertisment

ମହାରାଷ୍ଟ୍ରରେ ସର୍ବାଧିକ ୫୪ ହଜାର ୭୫୮ ଆକ୍ରାନ୍ତ ଥିବାବେଳେ ୧୭୯୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି।  ସେଇଭଳି ଗୁଜରାଟରେ ୯୧୫, ମଧ୍ୟପ୍ରଦେଶରେ ୩୦୫, ପଶ୍ଚିମବଙ୍ଗରେ ୨୮୩, ଦିଲ୍ଲୀରେ ୨୮୮, ରାଜସ୍ଥାନ ୧୭୦ ଏବଂ ଉତ୍ତରପ୍ରଦେଶରେ ୧୭୦ ଜଣଙ୍କର ମୃତ୍ୟୁ ହେଲାଣି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆଗକୁ ଯେ ବିପଦ ବଢୁଛି ଏକଥା ଏହି ସଂଖ୍ୟାରୁ ସ୍ପଷ୍ଟ ହେଉଛି। କାରଣ ମାତ୍ର ୧୦ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଦିନରେ ୧ ଲକ୍ଷରୁ ଦେଢ ଲକ୍ଷରେ ପହଞ୍ଚି ସାରିଲାଣି। ଭାରତରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଜାନୁଆରୀ ୩୦ ତାରିଖରେ। ଫେବୃଆରୀରେ ଏହାର ସଂକ୍ରମଣ ବହୁତ କମ୍‌ ଥିଲା। ହେଲେ ଏପ୍ରିଲ ୩୦ ତାରିଖକୁ ଏହାର ସଂଖ୍ୟା ୩୪,୮୬୬ରେ ପହଞ୍ଚି ଯାଇଥିଲା।  ମେ’ ମାସରେ ଏହାର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ୨୭ ଦିନରେ ୧,୧୬୯୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏକ  ଆକାଳନରୁ ଜଣାଯାଇଛି, ମାତ୍ର ୧୨ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଏକ ଲକ୍ଷରେ ପହଞ୍ଚିଛି। ପରବର୍ତ୍ତୀ ୧୦ ଦିନରୁ କମ୍ ସମୟ ଭିତରେ ୫୦ ହଜାର ବୃଦ୍ଧି ପାଇଲା। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

Odisha News Covid-19 India India Fights Corona Corona Cases In India Coronavirus News Coronavirus Pandemic In India Corona Breaking News News In Odia Coronavirus Update Today Covid-19 Latest Update
Advertisment
Advertisment