/odishatv-khabar/media/post_attachments/uploadimage/library/16_9/16_9_0/corona-updates_1625274137.jpg)
corona updates
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଦେଶରେ ଲକ୍ଷେ ଟପିଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨କୁ ବୃଦ୍ଧି ପାଇଛି।
Advertisment
ସେହିପରି ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬ ଆକ୍ରାନ୍ତ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫ରେ ପହଞ୍ଚିଛି ।
ଆଜି ସୁଦ୍ଧା ୫୪ ଲକ୍ଷ ୨୭ ହଜାର ,୭୦୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ମୋଟ ଆକ୍ଟିଭ୍ କେସ୍ ରହିଛି ୯ ଲକ୍ଷ ୪୪ ହଜାର ୯୯୬ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୩୨, ୬୫୭ କରୋନା ଟେଷ୍ଟ ହୋଇଥିଲା।
Advertisment
ମହାରାଷ୍ଟ୍ରରେ ସର୍ବାଧିକ ୩୭, ୪୮୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାମିଲନାଡୁରେ ୯, ୬୫୩, କର୍ଣ୍ଣାଟକରେ ୯,୧୧୬, ଦିଲ୍ଲୀରେ ୫, ୪୩୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)