Advertisment

କେବଳ ସେପ୍ଟେମ୍ବର ମାସରେ ୪୧.୫୩% କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି  ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି। ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର […]

author-image
Minati Mishra
କେବଳ ସେପ୍ଟେମ୍ବର ମାସରେ ୪୧.୫୩% କରୋନା ଆକ୍ରାନ୍ତ ଚିହ୍ନଟ

coronavirus

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୮୧ ହଜାର ୪୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେହିପରି  ୧,୦୯୫ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ୯୯ ହଜାର ୭୭୩କୁ ବୃଦ୍ଧି ହୋଇଛି।

Advertisment

ଦେଶରେ ଏବେ ମୋଟ ଆକ୍ଟିଭ୍ କେସ୍ ୯ ଲକ୍ଷ ୪୨ ହଜାର ୨୧୭ଙ୍କ ଚିକିତ୍ସା ଚାଲୁଥିବା ବେଳେ ସୁସ୍ଥ ହେଲେଣି ୫୩ ଲକ୍ଷ ୫୨ ହଜାର ୦୭୮ ଜଣ । ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଲେଣି। ସେଥିମଧ୍ୟରୁ ୪୧.୫୩ ପ୍ରତିଶତ କେବଳ ସେପ୍ଟେମ୍ବର ମାସରେ ଆକ୍ରାନ୍ତ ହୋଇଛନ୍ତି। ଗତମାସରେ ୨୬, ୨୧, ୪୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସକାଳ ୮ଟାରେ ଏ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥରୁ ଜଣାପଡ଼ିଥିଲା,  ଗତ ମାସରେ ୩୩, ୩୯୦ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଯାହା ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟାର ୩୩.୮୪ ପ୍ରତିଶତ।

Advertisment

କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ଭାରତ ଆମରିକା ପରେ ୨ୟ ସ୍ଥାନରେ ରହିଛି। ତେବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି।

Advertisment
Advertisment