Advertisment

ଦେଶରେ ଆକ୍ରାନ୍ତ ଓ ସଂକ୍ରମିତଙ୍କ ହାର ତଳମୁହାଁ

author-image
Chandan Shishu
ଦେଶରେ ଆକ୍ରାନ୍ତ ଓ ସଂକ୍ରମିତଙ୍କ ହାର ତଳମୁହାଁ

mask-use

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ଦିନକରେ ୬୧,୨୬୭ ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୮୫ ହଜାର ୮୩କୁ ବୃଦ୍ଧିକୁ ବୃଦ୍ଧି ପାଇଛି।

Advertisment

ସେହିପରି ଦିନକରେ ୮୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩ ହଜାର ୫୬୯କୁ ବୃଦ୍ଧି ପାଇଛି। ଏବେ ଆକ୍ଟିଭ କେସ୍- ୯,୧୯,୦୨୩ ରହିଛି। ୫୬,୬୨,୪୯୦ ଜଣ ସୁସ୍ଥ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସପଟେମ୍ବର ୧୭ରୁ ୩୦, ୧୪ ଦିନର କରୋନା ଡାଟାକୁ ବିଶ୍ଳେଷଣ କଲେ ଦେଶରେ ସଂକ୍ରମଣହାର ତଳମୁହାଁ ହୋଇଥିବା ସୂଚନା ମିଳୁଛି। ଦେଖିବାକୁ ଗଲେ ନୂଆ ସଂକ୍ରମଣ ସଂଖ୍ୟା ହାରାହାରି ୯୩ ହଜାରରୁ ୮୩ ହଜାରକୁ ଖସି ଆସିଛି।

Advertisment

7ରୁ ୧୩ ସପ୍ତାହରେ ୬ ଲକ୍ଷ ୪୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ ଚଳିତ ସପ୍ତାହରେ ସଂଖ୍ୟା ୫ ଲକ୍ଷ ୫୦ ହଜାର ୫୪୫କୁ ଖସିଆସିଛି। ସଂକ୍ରମଣ ହାର ୧୫ ପ୍ରତିଶତ କମିଛି।

ସେହିପରି ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା ପୂର୍ବ ସପ୍ତାହ ଅପେକ୍ଷା ୫୧୧ କମ୍ ରହିଛି। ଏହି ସମୟରେ ଟେଷ୍ଟିଂ ସଂଖ୍ୟା ୧ଲକ୍ଷ ୧୫ ହଜାରରୁ ୧ଲକ୍ଷ ୨୪ ହଜାରକୁ ବୃଦ୍ଧି ପାଇଛି। ବୃଦ୍ଧି ସତ୍ତ୍ୱେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ହେଉଥିବାରୁ ସଂକ୍ରମଣ ହାର ତଳମୁହାଁ ହୋଇଥିବା ଜଣାପଡୁଛି।

Advertisment
Advertisment