Advertisment

'ବିଫଳତା ଲୁଚାଇବାକୁ AIMIM ଦଳକୁ ଭୋଟ୍‌ କଟ୍‌ୱା ପାର୍ଟି କହୁଛି କଂଗ୍ରେସ'

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍‌ଆଇଏମ୍‌ ଦଳକୁ ଭୋଟ୍ କଟ୍‌ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି। ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି […]

author-image
Abinash Pati
ଅଦ୍ୟତନ ହୋଇଛି
'ବିଫଳତା ଲୁଚାଇବାକୁ AIMIM ଦଳକୁ ଭୋଟ୍‌ କଟ୍‌ୱା ପାର୍ଟି କହୁଛି କଂଗ୍ରେସ'

aweisei

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍‌ଆଇଏମ୍‌ ଦଳକୁ ଭୋଟ୍ କଟ୍‌ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ କଂଗ୍ରେସ ଅଯଥା ଚିତ୍କାର କରୁଛି ବୋଲି ଅୱେସୀ କହିଛନ୍ତି।

Advertisment

ବିଜୟ ନେଇ ଅୱେସୀ କହିଛନ୍ତି ଯେ ତାଙ୍କ ଦଳ ୨୦ଟି ଆସନରେ ନିର୍ବାଚନ ଲଢ଼ିଥିଲା। ସେଥିରୁ ୫ଟି ସିଟ୍‌ରେ ବିଜୟଲାଭ କରିଛି। ସେଠାରେ କଂଗ୍ରେସ ମାତ୍ର ୯ଟା ଓ ଏନ୍‌ଡିଏ ୬ଟି ଆସନ ଜିତିବାର ସକ୍ଷମ ହୋଇଛି ବୋଲି ଅୱେସୀ କହିଛନ୍ତି। ଯେଉଁ ସିଟ୍‌ରୁ ଏନ୍‌ଡିଏ ଜିତିଛି ସେଠାରେ ବିଜୟ ହାର ଆମ ଭୋଟ ସଂଖ୍ୟା ଠାରୁ ବହୁତ ଅଧିକ। ତେଣୁ ଆମ ପ୍ରାର୍ଥୀଙ୍କ ଠାରୁ ଏନ୍‌ଡିଏ ନିର୍ଦ୍ଦ୍ୱନ୍ଦ୍ୱରେ ଜିତିଥାନ୍ତା। ଅନ୍ୟପକ୍ଷରେ ଏହି ସିଟ୍‌ଗୁଡ଼ିକରେ ମହାଗଠବନ୍ଧନ ଏନ୍‌ଡିଏକୁ ହରାଇବାରେ ବିଫଳ ହୋଇଛି ବୋଲି ଅୱେସୀ କହିଛନ୍ତି।

ବିହାର ସାଧାରଣ ନିର୍ବାଚନ ଅୱେସୀଙ୍କ ଦଳ ପାଇଁ ଗରୁତ୍ୱପୂର୍ଣ୍ଣ ଥିଲା। କାରଣ ପ୍ରଥମଥର ପାଇଁ ବିହାରରେ ଏତେଗୁଡ଼ିଏ ସିଟରେ ଜିତିଲା ଏଆଇଏମ୍‌ଆଇଏମ୍‌। ଏହା ପୂର୍ବରୁ ଉପନିର୍ବାଚନରେ ମଧ୍ୟ ଦଳ ଗୋଟିଏ ସିଟ୍‌ ଜିତିସାରିଛି।

Advertisment

ଏଆଇଏମ୍‌ଆଇଏମ୍‌ ଦଳ କେବଳ ବିହାରରେ ସୀମିତ ରହିବ ନାହିଁ। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ଦଳ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି। କାରଣ ପଶ୍ଚିମବଙ୍ଗରେ ମୁସ୍‌ଲିମ ସଂଖ୍ୟା ଅଧିକ ଥିବାରୁ ଅୱେସୀଙ୍କ ଦଳକୁ ବିହାର ଠାରୁ ପଶ୍ଚିମବଙ୍ଗରେ ଭଲ ଫଳ ମିଳିବ ବୋଲି କୁହାଯାଉଛି।

ବିହାର ନିର୍ବାଚନରେ ୨୪୩ ଆସନ ମଧ୍ୟରୁ ଏନ୍‌ଡିଏ ୧୨୫ ସିଟ୍‌ ପାଇ ଜିତ୍ ହାସଲ କରିଥିବା ବେଳେ ମହାଗଠବନ୍ଧନ ୧୧୦ରେ ସୀମିତ ରହିଥିଲା। ସେଥିମଧ୍ୟରୁ ୭୦ ଆସନରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ମାତ୍ର ୧୯ ସିଟ୍ ଜିତିପାରିଥିଲା।

Advertisment
Advertisment