/odishatv-khabar/media/post_attachments/uploadimage/library/16_9/16_9_0/nitish-kumar-1_1625126868.jpg)
nitish-kumar
ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି କହିଛି, ଦିୱାଲୀ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଦଳୀୟ ନେତା କେସି ତ୍ୟାଗୀ ଏହି ସୂଚନା ଦେଇଛନ୍ତି।
ଏସବୁ ଚର୍ଚ୍ଚା ଭିତରେ କଂଗ୍ରେସ କିନ୍ତୁ ଗୋଟି ଚଳାଇବାର ବ୍ୟସ୍ତ। ନୀତୀଶ ଏବେ ଜାତୀୟ ସ୍ତରରେ ରାଜନୀତିରେ ପ୍ରବେଶ କରିବା ଉଚିତ ବୋଲି କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି। ଏହାର ଦୃଢ଼ ଜବାବ ରଖିଛି ବିଜେପି। ନୀତୀଶ ବର୍ତ୍ତମାନ ଏନ୍ଡିଏରେ ଅଛନ୍ତି ଓ ସେ ଏନ୍ଡିଏର ନେତା ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।
ଏନେଇ ଦିଗ୍ବିଜୟ ସିଂହ ଟ୍ୱିଟ୍ କରି ଲେଖିଛନ୍ତି “ନୀତୀଶ ଜୀ ବିହାର ଆପଣଙ୍କ ପାଇଁ ବହୁତ ଛୋଟ ହେଇଯାଉଛି। ଆପଣ ଜାତୀୟସ୍ତରର ରାଜନୀତିରେ ପ୍ରବେଶ କରିବା ଉଚିତ। ଆପଣଙ୍କ ସମାନ ଚିନ୍ତାଧାରା ରଖୁଥିବା ଦଳରେ ଯୋଗ ଦିଅନ୍ତୁ। କାରଣ ଯେଉଁମାନେ ବିଭାଜନ ନିୟମରେ ବିଶ୍ୱାସ କରୁଛନ୍ତି, ଭାରତର ନିରପେକ୍ଷ ଲୋକେ ତାଙ୍କୁ ହିଁ ଗ୍ରହଣ କରନ୍ତି। କଥା ଟି ଟିକେ ବିଚାର କରନ୍ତୁ।”
ଜବାବରେ ଗିରିରାଜ କହିଛନ୍ତି “ ନୀତୀଶ କୁମାର ଏନ୍ଡିଏ ନେତା, ସଫଳତା ଓ ବିଫଳତା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ନୀତୀଶଙ୍କ ସହିତ ଯାହା ହୋଇଛି ତାହା କେବଳ ତେଜସ୍ୱୀ ଯାଦବଙ୍କ ପାଇଁ। ସେ ନୀତୀଶଙ୍କ ବିରୋଧରେ କହୁଥିଲେ, ଏବେ ଲୋକେ ତାଙ୍କୁ ବିଶ୍ରାମ ଦେଇଦେଲେ। ଦିଗବିଜୟ ସିଂହ ଆଗ ନିଜ ରାଜ୍ୟ କଥା ବୁଝନ୍ତୁ।” ସେହିଭଳି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମଧ୍ୟ ନୀତୀଶ ସପକ୍ଷରେ ମତ ଦେଇ କହିଛନ୍ତି ମେଣ୍ଟରେ ସବୁ ଦଳ ସମାନ ଭାବେ ସିଟ୍ ପାଇପାରିବେ ନାହିଁ। ତେଣୁ କିଏ କେତେ ଜିତିଲା ତାହା ଅପ୍ରାସଙ୍ଗିକ। ଲୋକେ ଏନ୍ଡିଏକୁ ଭୋଟ୍ ଦେଇଛନ୍ତି। ସମସ୍ତେ ମିଳିମିଶି କାର୍ଯ୍ୟ କରିଛନ୍ତି ବୋଲି ସୁଶୀଲ ମୋଦି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)