/odishatv-khabar/media/post_attachments/uploadimage/library/16_9/16_9_0/NitishKumar1-1_1625115767.jpg)
NitishKumar1
ପାଟଣା: ବିହାରରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ। ଆଜି ପାଟନାରେ ବସିବ ଏନଡିଏ ବିଧାୟକ ଦଳର ବୈଠକ। ବୈଠକରେ ନୀତିଶ କୁମାରଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି ।
Advertisment
ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ। ଜେଡିୟୁ ମାତ୍ର ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ଥିବାରୁ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଥିଲା । ତେବେ ନୀତିଶଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ ଏହାର ଅବସାନ ଘଟିଥିଲା ।
ଶୁକ୍ରବାର ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଇସ୍ତଫା ଦେବା ସହ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ଯାଏଁ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ କହିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)