Advertisment

ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍‌ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍‌ନା ଏମ୍ସରେ ଭର୍ତ୍ତି ହୋଇଛି। […]

author-image
Abinash Pati
ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

sushil-modi

ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

Advertisment

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍‌ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍‌ନା ଏମ୍ସରେ ଭର୍ତ୍ତି ହୋଇଛି। ଫୁସ୍‌ଫୁସ୍‌ର ସିଟି ସ୍କାନ ନରମାଲ ରହିଛି। ଖୁବ୍‌ଶୀଘ୍ର ସୁସ୍ଥ ହୋଇ ପ୍ରଚାରକୁ ଫେରିବି।”

ଏହା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ୍ ହୁସେନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବିହାରର ନିର୍ବାଚନୀ ପ୍ରଚାରରେ ଯୋଗ ଦେବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁଶୀଲ ମୋଦି ଶାହନୱାଜଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ନିଜେ କ୍ୱାରେଣ୍ଟିନ୍‌ରେ ରହିଥିଲେ। ଟେଷ୍ଟ ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

Advertisment

ଶାହନୱାଜ୍‌ ପିଜିଟିଭ୍ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲପାଣ୍ଡେ ଓ ରାଜୀବ ପ୍ରତାପ ରୁଡୀ ମଧ୍ୟ କ୍ୱାରେଣ୍ଟିନରେ ରହିଛନ୍ତି।

Advertisment
Advertisment