Advertisment

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ନୂଆଦିଲ୍ଲୀ: ମା’ ଉପରେ ବାପାର ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇ ବାପାକୁ ପିଟିପିଟି ମାରିଦେଲା ନାବାଳିକା। ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ଖବର ଅନୁସାରେ, ମୃତ ବ୍ୟକ୍ତି ଜଣକ ବେରୋଜଗାର ଥିଲେ। ବଡ଼ ପୁଅ ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ। ଝିଅର ବାପା ମଦ ପିଇ ପତ୍ନୀ ଉପରେ ଅତ୍ୟାଚାର କରୁଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରଧର ବି କରୁଥିଲେ। ମା’ ଉପରେ ବାପାଙ୍କର ଏପରି ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିଲେ ନାବାଳିକା। […]

author-image
Abinash Pati
ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

murder

ନୂଆଦିଲ୍ଲୀ: ମା’ ଉପରେ ବାପାର ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇ ବାପାକୁ ପିଟିପିଟି ମାରିଦେଲା ନାବାଳିକା। ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ।

Advertisment

ଖବର ଅନୁସାରେ, ମୃତ ବ୍ୟକ୍ତି ଜଣକ ବେରୋଜଗାର ଥିଲେ। ବଡ଼ ପୁଅ ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ। ଝିଅର ବାପା ମଦ ପିଇ ପତ୍ନୀ ଉପରେ ଅତ୍ୟାଚାର କରୁଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରଧର ବି କରୁଥିଲେ। ମା’ ଉପରେ ବାପାଙ୍କର ଏପରି ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିଲେ ନାବାଳିକା।

ଘଟଣା ଦିନ ବଡ଼ ପୁଅର ବାହାଘର କଥା ଆଲୋଚନା ହେଉଥିବା ବେଳେ ପତ୍ନୀ ଉପରେ ରାଗିଯାଇ ଝଗଡ଼ା କରିଥିଲେ ବ୍ୟକ୍ତି। ଏଥିରେ ନାବାଳିକା ଜଣ ରାଗିଯାଇ ତାଙ୍କ ବାପାଙ୍କ ମୁଣ୍ଡକୁ ବ୍ୟାଟ୍‌ରେ ବାରମ୍ବାର ବାରମ୍ବାର ବାଡ଼େଇଥିଲା। ରକ୍ତରେ ଲହୁଲୁହାଣ ହେବା ପରେ ଏକ ଲୋହଙ୍ଗୀ(ଲୁହା ରିଙ୍ଗ ଲାଗିଥିବା ଏକ ବାଡ଼ି)ରେ ପିଟିପିଟି ବାପାଙ୍କୁ ହତ୍ୟା କରିଥିଲା ଝିଅ।

Advertisment

ହତ୍ୟା ପରେ ୧୦୦ ନମ୍ବରରେ ପୋଲିସକୁ ଫୋନ୍ କରି ଆତ୍ମସମର୍ପଣ କରିଥିଲା ନାବାଳିକା। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ନାବାଳିକାକୁ ଜୁଭେନାଇଲ୍‌ ହୋମ୍‌କୁ ପଠାଇଛି।

Advertisment
Advertisment