Advertisment

କରୋନା ଭାଇରସ: ଶୀତ ଋତୁରେ ସତର୍କବାଣୀ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀର କମୁଥିବା ବେଳେ ଆଗକୁ ଶୀତ ଋତୁ ଆସୁଥିବାରୁ କରୋନା ପାଇଁ ସତର୍କବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍‌। ଏଣୁ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କିଛି ଦେଶରେ ଶୀତ ପାଇଁ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। […]

author-image
Abinash Pati
କରୋନା ଭାଇରସ: ଶୀତ ଋତୁରେ ସତର୍କବାଣୀ

covid-19

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀର କମୁଥିବା ବେଳେ ଆଗକୁ ଶୀତ ଋତୁ ଆସୁଥିବାରୁ କରୋନା ପାଇଁ ସତର୍କବାଣୀ ଶୁଣାଇଛନ୍ତି କେନ୍ଦ୍ର ସରକାର। ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍‌। ଏଣୁ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

କିଛି ଦେଶରେ ଶୀତ ପାଇଁ ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। ପୂର୍ବାପେକ୍ଷା ଅଧିକ ସତର୍କ ଏବଂ ସଯତ୍ନ ରହିବାକୁ ପଡ଼ିବ। ନହେଲେ ଏତେ ଦିନ ଧରି ଆମର ପ୍ରଚେଷ୍ଟା ବୃଥାରେ ଯିବ ବୋଲି ଶ୍ରୀ ପଲ୍ କହିଛନ୍ତି।

ଅନ୍ୟପଟେ କରୋନା ସତର୍କତା ନେଇ ଦେଶବ୍ୟାପୀ ଆରମ୍ଭ ହୋଇଛି ଜନ ସଚେତନତା ଅଭିଯାନ। ଅକ୍ଟୋବର ୮ରୁ ଆରମ୍ଭ ହୋଇ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟତଃ ୩ଟି ସ୍ଲୋଗାନକୁ ନେଇ ଦେଶବ୍ୟାପୀ ଅଭିଯାନ ଚାଲିବ। ତାହା ହେଲା ୧- ମାସ୍କ ପିନ୍ଧିବା, ୨- ସାମାଜିକ ଦୂରତ୍ୱ ରଖିବା, ୩- ହାତ ଧୋଇବା। ବିଭିନ୍ନ ମାଧ୍ୟମରେ ବିଭିନ୍ନ ସେଲିବ୍ରିଟିଙ୍କ ଜରିଆରେ ସଚେତନ ଅଭିଯାନ ଆରମ୍ଭ କରାଯିବା ନେଇ ସୂଚନା ମିଳିଛି।

Advertisment

ସେହିପରି କରୋନା ଟିକା ଅଗ୍ରଗତି ନେଇ ପଲ୍‌ ସୂଚନା ଦେଇ କହିଛନ୍ତି ଯେ ଭାରତରେ ବିକଶିତ ୨ଟି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। କୋଭାକ୍ସିନ ଓ କାଡିଲା ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି। ନଭେମ୍ବର ପ୍ରଥମ ସପ୍ତାହରେ ଏହାର ଫଳାପଳା ଆସିବ। ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ଆସିଲେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ ବୋଲି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ  ଭି.କେ. ପଲ୍ କହିଛନ୍ତି।।

ସେହିପରି ବିଦେଶରେ ଟିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସାରା ବିଶ୍ୱରେ ଚାଲିଛି। ଭାରତରେ ବି ୧୬/୧୭ ଜାଗାରେ ଅକ୍ସଫୋର୍ଡ ଟିକାର ଟ୍ରାଏଲ ଚାଲିଛି। ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ଡିସେମ୍ବର ସୁଦ୍ଧା ଆସିଯିବ। ଟିକା ପରୀକ୍ଷଣର ଅଗ୍ରଗତି ଭଲ ରହିଛି। ସଫଳତା ମିଳିବା ନେଇ ଆଶାବାଦୀ ରହିଛୁ ବୋଲି ଶ୍ରୀ ପଲ୍ ସୂଚନା ଦେଇଛନ୍ତି।

Advertisment
Advertisment