/odishatv-khabar/media/post_attachments/uploadimage/library/16_9/16_9_0/aajtak_1625213597.jpg)
aajtak
ଲକ୍ଷ୍ନୌ; ଉତ୍ତର ପ୍ରଦେଶ ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହ ଗିରଫ ହୋଇଛି। ଲକ୍ଷ୍ନୌର ଜନେଶ୍ୱର ମିଶ୍ର ପାର୍କ ନିକଟରେ ଧୀରେନ୍ଦ୍ରକୁ ଗିରଫ କରିଛି ୟୁପି ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ। ଧୀରେନ୍ଦ୍ରଙ୍କ ସହିତ ତାଙ୍କର ଅନ୍ୟ ସହଯୋଗୀ ସନ୍ତୋଷ ଯାଦବ ଓ ମର୍ଜୀତ ଯାଦବ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଥିବା ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି।
ଖବର ସରବରାହ ସଂସ୍ଥା ଏଏନ୍ଆଇ ଅନୁସାରେ, ଧୀରେନ୍ଦ୍ର ଓ ସାଥି ଗିରଫ ହେବା ନେଇ ଏସ୍ଟିଏଫ୍ ଆଇଜି ଅମିତାଭ ୟଶ ସୂଚନା ଦେଇଛନ୍ତି। ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ପଚାରଉଚରା କରାଯିବ। ଏସ୍ଟିଏଫ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଧୀରେନ୍ଦ୍ର ଗୁଳିକାଣ୍ଡ ଘଟାଇ ଫେରାର୍ ହୋଇଯିବା ପରେ ଉତ୍ତର ପ୍ରଦେଶର ଅନେକ ବିଜେପି ନେତାଙ୍କ ସହିତ ଯୋଗାଯୋଗରେ ଥିଲା। ସେମାନଙ୍କ ଉପଦେଶ କ୍ରମେ ଧୀରେନ୍ଦ୍ର ପୋଲିସରେ ଆତ୍ମସମର୍ପଣ କରିବାକୁ ଚାହିଁଥିଲା। କିନ୍ତୁ ଏହା ପୂର୍ବରୁ ଏସ୍ଟିଏଫ୍ ଧୀରେନ୍ଦ୍ରକୁ ଗିରଫ କରିଛି।
ଘଟଣା ଅନୁସାରେ, ଅକ୍ଟୋବର ୧୫ରେ ଉତ୍ତରପ୍ରଦେଶର ବଲିଆଠାରେ ରାସନ ଦେବା ଘଟଣାକୁ ନେଇ ଜୟପ୍ରକାଶ(୪୬)ଙ୍କ ସହିତ ଯୁକ୍ତିତର୍କ ହେବା ପରେ ପୋଲିସ ସାମ୍ନାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଧୀରେନ୍ଦ୍ରଙ୍କ ସମେତ ଅନ୍ୟମାନେ ବି ସାମିଲ ଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣ ଗିରଫ ହୋଇସାରିଲେଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)