Advertisment

ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସପ୍ତମ ମନ୍ତ୍ରୀ ଭାବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଟିଲ୍ ଉଦ୍ଧବ ସରକାରରେ ସମବାୟ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି। କରୋନା ଲକ୍ଷଣ ଦେବାରୁ ସେ କରୋନା ଟେଷ୍ଟ କରାଇଥିଲା। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରାଦର ଏକ ପ୍ରାଇଭେଟ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। […]

author-image
Abinash Pati
ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

coronavirus

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଜଣେ ମନ୍ତ୍ରୀ ବାଲାସାହେବ ପାଟିଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସପ୍ତମ ମନ୍ତ୍ରୀ ଭାବେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶ୍ରୀ ପାଟିଲ୍ ଉଦ୍ଧବ ସରକାରରେ ସମବାୟ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି।

Advertisment

କରୋନା ଲକ୍ଷଣ ଦେବାରୁ ସେ କରୋନା ଟେଷ୍ଟ କରାଇଥିଲା। ଶୁକ୍ରବାର ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରାଦର ଏକ ପ୍ରାଇଭେଟ୍ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ପାଟିଲଙ୍କ ପୂର୍ବରୁ ମହାରାଷ୍ଟ୍ର ଅନ୍ୟ ୬ ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ସେମାନେ ହେଲେ- ଜିତେନ୍ଦ୍ର ଅହ୍ୱାଦ୍, ଅଶୋକ ଚୌହାନ, ଧନଞ୍ଜୟ ମୁଣ୍ଡେ, ଅସଲମ ଶୈଖ, ଅବ୍ଦୁଲ୍‌ ସତ୍ତାର ଏବଂ ସଞ୍ଜୟ ବନସୋଦେ କରୋନା ସଂକ୍ରମିତ ହୋଇସାରିଛନ୍ତି।

Advertisment

ଅନ୍ୟପଟେ ଆଜି ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଠାରେ ମୃତକଙ୍କ ସଂଖ୍ୟା ୧୯, ୪୨୭ ଥିବାବେଳେ ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ରହିଛି ୪, ୧୭୮। ସେହିପରି କର୍ଣ୍ଣାଟକରେ ମୃତ୍ୟୁ ହାର ୩, ୭୧୭ ଥିବାବେଳେ ଗୁଜରାଟରେ ୨, ୭୪୬ ରହିଛି।

Advertisment
Advertisment