/odishatv-khabar/media/post_attachments/uploadimage/library/16_9/16_9_0/harshwardhan_1625292812.jpg)
harshwardhan
ନୂଆଦିଲ୍ଲୀ: କରୋନା ଭାଇରସ୍ କେବଳ ଶ୍ୱାସକ୍ରିୟାଜନିତ(ରେସ୍ପାଇରେଟୋରୀ) ଉପରେ ପ୍ରଭାବ ପକାଏ ନାହିଁ, ଏହା ଶରୀର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ। ହାର୍ଟ ମଧ୍ୟ କରୋନାରେ ପ୍ରଭାବିତ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ସାପ୍ତାହିକ କାର୍ଯ୍ୟକ୍ରମ ‘Sunday Samvadରେ ଯୋଗ ଦେଇ ଏପରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
କରୋନା ପ୍ରଭାବରେ ଜୀବନ ବଞ୍ଚିରହିବାର ସମ୍ଭାବନା ଓ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ କେନ୍ଦ୍ର ସରକାରଙ୍କର ଆକ୍ସନ ପ୍ଲାନ୍ ସମ୍ପର୍କରେ ଏକ ସୋସିଆଲ୍ ମିଡିଆ ୟୁଜର୍ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, କରୋନା ସମ୍ପର୍କରେ ନିକଟରେ ହୋଇଥିବା ଗବେଷଣା ବିଷୟରେ ସରକାର ଅବଗତ ଅଛନ୍ତି। ଏହା କେବଳ ଏକ ଶ୍ୱାସକ୍ରିୟାଜନିତ ସମସ୍ୟା ନୁହେଁ, ଏହା ଯେ କେବଳ ଆମର ଫୁସ୍ଫୁସ୍କୁ ପ୍ରଭାବିତ କରେ ତାହା ନୁହେଁ, କରୋନା ହାର୍ଟ ଓ ବୃକକ୍କୁ ମଧ୍ୟ ପ୍ରଭାବିତ କରିଥାଏ।
ମନ୍ତ୍ରୀ କହିଥିଲେ “ ଏହି ଅଧ୍ୟୟନଗୁଡ଼ିକ Covid-19ର ଅନ୍ୟ ପ୍ରଭାବ ଉପରେ ଆମର ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ ହେଉଛି। ତେବେ ଏହି ଅଧ୍ୟୟନଗୁଡ଼ିକ ମଧ୍ୟରୁ ଅଧିକାଂଶ ଗବେଷଣା ଅଳ୍ପ ସାମ୍ପଲରେ ପରୀକ୍ଷଣ କରାଯାଉଛି। ତେବ ଯାହା ହେଉ, ଏହି ସବୁ ସମସ୍ୟାକୁ ଗୁରୁତର ସହ ନିଆଯାଉଛି। ଏଥିପାଇଁ ଆମର ଏକ ଏକ୍ସପର୍ଟ ଟିମ୍ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ICMR ଭଳି ଆମର ଅନ୍ୟ ସଂସ୍ଥାନଗୁଡ଼ିକ ମଧ୍ୟ ଏ ସମ୍ପର୍କରେ ଅଧ୍ୟୟନ କରିବାକୁ ନିବେଦନ କରୁଛୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ତେବେ କରୋନା ଚିକିତ୍ସା ପାଇଁ ରେମଡେସିଭର ଓ ପ୍ଲାଜମା ଥେରାପୀର ବହୁଳ ବ୍ୟବହାର ନେଇ ମନ୍ତ୍ରୀ କହିଛନ୍ତି “ ରାଜ୍ୟ ସରକାର କିମ୍ବା ଘରୋଇ ଡାକ୍ତରଖାନାଗୁଡ଼ିକୁ ରେମଡେସିଭର ପ୍ଲାଜମା ଥେରାପୀ ବହୁଳ ବ୍ୟବହାର ପାଇଁ କୁହାଯାଇ ନାହିଁ ।”
ସେହିଭଳି ଧାର୍ମିକ ସ୍ଥଳଗୁଡ଼ିକରେ ମାସ୍କ ଖୋଲିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି “ଈଶ୍ୱର ମାସ୍କ ପିନ୍ଧିବାକୁ ମନା କରି ନାହାଁନ୍ତି। କେବଳ ମନ୍ଦିର ନୁହେଁ, ଯଦି ଆପଣ କୌଣସି ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଉଛନ୍ତି, ତେବେ ଦୟାକରି ମାସ୍କ ପିନ୍ଧନ୍ତୁ। ମନ୍ଦିର ତଥା ଜନଗହଳିପୂର୍ଣ୍ଣ ସ୍ଥାନ ଖୋଲିବା ନେଇ କେନ୍ଦ୍ର ସରକାର ଏକ ଏସ୍ଓପି ଜାରି କରିଛନ୍ତି। ସମସ୍ତ ପ୍ରକାର ନିୟମ ଓ ଗାଇଡ୍ଲାଇନ୍ ପାଳନ କରାଯାଉଛି କି ନାହିଁ ତାହା ରାଜ୍ୟ ସରକାର ସୁନିଶ୍ଚିତ କରିବେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)