Advertisment

WHO ଅନୁସାରେ ବିଶ୍ୱରେ ମାତ୍ର ୨୪ ଜଣ କରୋନାରେ ପୁନଃ ସଂକ୍ରମିତ; ଭାରତରେ କେତେ ?

ନୂଆଦିଲ୍ଲୀ: ଭାରତରେ ମାତ୍ର ତିନି ଜଣ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇଜଣ ମୁମ୍ବାଇର ହୋଇଥିବା ବେଳେ ଅନ୍ୟ ଜଣେ ଅହମଦାବାଦର ବୋଲି ICMR ମୁଖ୍ୟ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। କରୋନା ସମ୍ପର୍କିତ ତଥ୍ୟ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏପରି କହିଛନ୍ତି ICMR ମୁଖ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ମାତ୍ର ୨୪ ଜଣ କରୋନା ଦ୍ୱିତୀୟଥର ପାଇଁ ସଂକ୍ରମିତ ହୋଇଛନ୍ତି। ତେବେ କରୋନାରୁ […]

author-image
Abinash Pati
ଅଦ୍ୟତନ ହୋଇଛି
WHO ଅନୁସାରେ ବିଶ୍ୱରେ ମାତ୍ର ୨୪ ଜଣ କରୋନାରେ ପୁନଃ ସଂକ୍ରମିତ; ଭାରତରେ କେତେ ?

ICMR

ନୂଆଦିଲ୍ଲୀ: ଭାରତରେ ମାତ୍ର ତିନି ଜଣ ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ଦୁଇଜଣ ମୁମ୍ବାଇର ହୋଇଥିବା ବେଳେ ଅନ୍ୟ ଜଣେ ଅହମଦାବାଦର ବୋଲି ICMR ମୁଖ୍ୟ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। କରୋନା ସମ୍ପର୍କିତ ତଥ୍ୟ ପାଇଁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏପରି କହିଛନ୍ତି ICMR ମୁଖ୍ୟ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ମାତ୍ର ୨୪ ଜଣ କରୋନା ଦ୍ୱିତୀୟଥର ପାଇଁ ସଂକ୍ରମିତ ହୋଇଛନ୍ତି। ତେବେ କରୋନାରୁ ସୁସ୍ଥ ହେବାର କେତେଦିନ ପର୍ଯ୍ୟନ୍ତ ଜଣେ ରୋଗୀ ପୁଣିଥରେ କରୋନାରେ ସଂକ୍ରମିତ ହୋଇପାରିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସଠିକ୍ ଗବେଷଣା ହୋଇନାହିଁ ବୋଲି ICMR ମୁଖ୍ୟ କହିଛନ୍ତି।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଏହା ରୋଗୀକୁ କରୋନା ସହିତ ଲଢ଼ିବାକୁ ଶକ୍ତି ଯୋଗାଇଥାଏ। ତେବେ ଏହି ଆଣ୍ଟିବଡି ଖୁବ୍‌ ସମୟ ପର୍ଯ୍ୟନ୍ତ ଶରୀରେ ସକ୍ରିୟ ରହିପାରେ ବୋଲି କୁହାଯାଏ। ଏହା ପାଖାପାଖି ୧୦୦ରୁ ୯୦ ଦିନ ପର୍ଯ୍ୟନ୍ତ ଶରୀରରେ ସକ୍ରିୟ ରହିପାରେ ବୋଲି କୁହାଯାଏ, ତେବେ ଏ ନେଇ କୌଣସି ସଠିକ ସୂଚନା ନାହିଁ। ଏମିତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏନେଇ ପ୍ରମାଣ ପାଇନାହିଁ ବୋଲି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Advertisment
Advertisment
Advertisment