Advertisment

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍‌ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା’ […]

author-image
Abinash Pati
ଅଦ୍ୟତନ ହୋଇଛି
ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

pakistan

ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି।

Advertisment

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍‌ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା' ନିକଟରୁ ୫ ହଜାର ପାକିସ୍ତାନୀ ଟଙ୍କା ଜବତ କରାଯାଇଛି। ଏଥିସହିତ ଅଧିକ ସୂଚନା ପାଇଁ ପାକିସ୍ତାନ ନାଗରିକକୁ ପଚରାଉଚରା ଜାରି ରହିଛି।

ଧାରା ୩୭୦ ଉଚ୍ଛେଦ ପରଠାରୁ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି ପାକିସ୍ତାନ। କେତେବେଳେ ଆତଙ୍କବାଦୀ ପଠାଉଛି, ତ ଆଉ କେତେବେଳେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଛି। ଅନ୍ୟପଟେ ଜାମ୍ମୁ ଓ କାଶ୍ମୀରରେ ସେନା ଆତଙ୍କବାଦୀ ସଫାଇ ଅଭିଯାନ ଜାରି ରଖିଛି। ଗତ କାଲିଠାରୁ ଆଜି ଦୁଇ ଦିନରେ ୪ ଜଣ ଆଣତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି ସେନା

Advertisment
Advertisment
Advertisment