/odishatv-khabar/media/post_attachments/uploadimage/library/16_9/16_9_0/da-1_1625112332.jpg)
da
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance) ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ ଆସନ୍ତା ବର୍ଷ ଜୁଲାଇରୁ ଉପଭୋକ୍ତାମାନେ ପାଇବେ ବୋଲି ଜଣାଯାଇଛି। ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ।
ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ ଖବରରୁ ଜଣାଯାଇଛି, ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ୫୦ ଳକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧ ଲକ୍ଷ ପେନ୍ସନ ଉପଭୋକ୍ତା ଉପକୃତ ହେବେ। କରୋନା ସଂକ୍ରମଣ ସମୟରେ ଦେଶର ଆଥିର୍କ ମେରୁଦଣ୍ଡ ଭୁଷୁଡ଼ି ଯାଇଛି। ଏହାକୁ ଦୃଷ୍ଟିର ରଖି କେନ୍ଦ୍ର ସରକାର ଡିଏ ବୃଦ୍ଧି ଅଟକାଇ ଦେଇଥିଲେ।
କେନ୍ଦ୍ର ସରକାର କହିଥିଲେ, କର୍ମଚାରୀ ଏବଂ ପେନସନ୍ ଭୋଗୀଙ୍କୁ ଜାନୁଆରୀ ୨୦୨୦ ମହଙ୍ଗା ଭତ୍ତା କିମ୍ବା ଏକ୍ସଟ୍ରା ପେମେଣ୍ଟ ଦିଆଯିବ ନାହିଁ। ଏପରିକି ୨୦୨୧ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଡିଏ ଏବଂ ଅତିରିକ୍ତ କିସ୍ତି ଦେବାକୁ ଅର୍ଥ ବିଭାଗ ମନା କରି ଦେଇଥିଲା।
ଆହୁରି ପଢ଼ନ୍ତୁ:ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍ରେ ଦେଇଗଲେ ଏମିତି ତଥ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)