Advertisment

ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୫୪,୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମାମଲା ୭୭,୬୧,୩୧୨ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୃତ୍ୟୁ ସଂଖ୍ୟା ୧,୧୭,୩୦୬ ରହିଛି। ସେହିପରି ଦେଶରେ କରୋନା ଆକ୍ଟିଭ୍‌ କେଶ୍ ୭ ଲକ୍ଷ ତଳକୁ ଖସିଯାଇ ୬,୯୫,୫୦୯ ରହିଥିବା ବେଳେ ୬୯,୪୮,୪୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶର ସୁସ୍ଥ ହାର ୮୯.୫୩ ରହିଛି। ଓ ମୃତ୍ୟୁ ହାର […]

author-image
Abinash Pati
ଅଦ୍ୟତନ ହୋଇଛି
ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

coronavirus

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୫୪,୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମାମଲା ୭୭,୬୧,୩୧୨ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୃତ୍ୟୁ ସଂଖ୍ୟା ୧,୧୭,୩୦୬ ରହିଛି। ସେହିପରି ଦେଶରେ କରୋନା ଆକ୍ଟିଭ୍‌ କେଶ୍ ୭ ଲକ୍ଷ ତଳକୁ ଖସିଯାଇ ୬,୯୫,୫୦୯ ରହିଥିବା ବେଳେ ୬୯,୪୮,୪୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶର ସୁସ୍ଥ ହାର ୮୯.୫୩ ରହିଛି। ଓ ମୃତ୍ୟୁ ହାର ୧.୫୧ ରହିଛି।

Advertisment

ଦେଶର ଦିଲ୍ଲୀ ଓ ମହାରାଷ୍ଟ୍ରରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଦିଲ୍ଲୀରେ ୩, ୮୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୭,୫୩୯ କରୋନା କେସ୍ ସାମ୍ନାକୁ ଆସିଛି।

ଅନ୍ୟପଟେ ରାଜ୍ୟରେ ଦିନକରେ୧,୭୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୩୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୬୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ ହୋଇଛି।

Advertisment

ସେହିପରି ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଫଳରେ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୨୧୪ରେ ପହଞ୍ଚିଛି।

Advertisment
Advertisment