/odishatv-khabar/media/post_attachments/uploadimage/library/16_9/16_9_0/tejaswi-1_1625180987.jpg)
tejaswi
ପାଟନା: ବିହାର ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୪% ଙ୍କ ନାଁରେ ଅପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀମାନଙ୍କ ଦାଖଲ ସତ୍ୟପାଠକୁ ବିଶ୍ଳେଷଣ କରି ବିହାର ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫୋର୍ମସ(ADR) ଏହି ରିପୋର୍ଟ ପ୍ରକାଶ କରିଛି।
ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରେ ୫୦୨(୩୪%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପୁଣି ୩୮୯(୨୭%) ପ୍ରାର୍ଥୀଙ୍କ ନାଁରେ ଭୟଙ୍କର ଅପରାଧିକ ମାମଲା ରହିଥିବା ରିପୋର୍ଟ ପ୍ରକାଶ ପାଇଛି।
By commenting on my family, Nitish Kumar is targeting PM Modi as he also has 6 siblings. Using such language, Nitish Kumar has insulted women & my mother's sentiments. They don't speak on main issues including inflation, corruption, unemployment etc. : RJD Leader Tejashwi Yadav pic.twitter.com/6LTp4tjnxh
— ANI (@ANI) October 27, 2020
ଏପଟେ ନିର୍ବାଚନୀ ପ୍ରଚାରରେ ନେତାମାନଙ୍କର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ପରସ୍ପର ପରସ୍ପରର ଗୋହି ଖୋଳାଖୋଳି ହେଉଛନ୍ତି। ନୀତୀଶ ଲାଲୁ ପରିବାର ଉପରେ ଦେଇଥିବା ମନ୍ତବ୍ୟର କଡ଼ା ପ୍ରତିକ୍ରିୟା ରଖିଛନ୍ତି ତେଜସ୍ୱୀ ଯାଦବ। ସେ କହିଛନ୍ତି ନୀତୀଶ ଥକି ଗଲେଣି। ସେ କେବେବି କାରଖାନା ବେରୋଜଗାରୀ କଥା ଉଠାଉ ନାହାନ୍ତି। ଆମ ବାହାନାରେ ନୀତୀଶ ନିରୀହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କର ବି ୬-୭ ଭାଇ ଭଉଣୀ ଅଛନ୍ତି। ତେବେ ନୀତୀଶଙ୍କର ଏପରି ମନ୍ତବ୍ୟ ମହିଳାଙ୍କ ମର୍ଯ୍ୟାଦାହାନୀ କରୁଛି ବୋଲି ତେଜସ୍ୱୀ କହିଛନ୍ତି।
ସୋମବାର ନିର୍ବାଚନୀ ପ୍ରଚାରରେ ଲୋକଙ୍କୁ ସମ୍ବୋଧନ କଲାବେଳେ ନୀତୀଶ ଲାଲୁଙ୍କ ନାଁ ନେଇ ତାଙ୍କ ବ୍ୟକ୍ତିଗତ ଟାର୍ଗେଟ କରିଥିଲେ। ସେ କହିଥିଲେ “ ସେ ୮-୯ ପିଲା ଜନ୍ମ ଦେଇଛନ୍ତି।ସେଥିମଧ୍ୟରୁ ଆଗ କେତୋଟି ଝିଅ ହେବା ପରେ ଦୁଇ ପୁଅ ହୋଇଥିଲେ। କିନ୍ତୁ ସେମାନଙ୍କର ତାଙ୍କ ଝିଅ ଉପରେ ବିଶ୍ୱାସ ପାଇଲା ନାହିଁ। ଏ କେଉଁ ପ୍ରକାର ବିହାର ? ଏଭଳି ବିହାର ଆପଣ ଚାହୁଛନ୍ତି ?’’ ନୀତୀଶଙ୍କର ଏପରି କଟକ୍ଷାର ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ତେଜସ୍ୱୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)