Advertisment

ଭାରତରେ କରୋନା ଭ୍ୟାକ୍ସିନ୍‌ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭ୍ୟାକ୍ସିନ୍‌ର ଅପେକ୍ଷା ସମସ୍ତଙ୍କୁ ରହିଛି। ଋଷ ଭ୍ୟାକ୍ସିନ୍ ପ୍ରସ୍ତୁତ କରିସାରିଥିବା ବେଳେ ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଭାରତରେ ମଧ୍ୟ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଦିଲ୍ଲୀର ଲାଲ୍‌କିଲ୍ଲାରେ ୭୪ ତମ ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି “ ଯେତେବେଳେ ବି […]

author-image
Abinash Pati
ଭାରତରେ କରୋନା ଭ୍ୟାକ୍ସିନ୍‌ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

pm-modi

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଭ୍ୟାକ୍ସିନ୍‌ର ଅପେକ୍ଷା ସମସ୍ତଙ୍କୁ ରହିଛି। ଋଷ ଭ୍ୟାକ୍ସିନ୍ ପ୍ରସ୍ତୁତ କରିସାରିଥିବା ବେଳେ ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ି ନାହିଁ। ଭାରତରେ ମଧ୍ୟ ୩ଟି ଭ୍ୟାକ୍ସିନ୍ ପ୍ରସ୍ତୁତ ହୋଇ ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି।

Advertisment

ଦିଲ୍ଲୀର ଲାଲ୍‌କିଲ୍ଲାରେ ୭୪ ତମ ସ୍ୱାଧିନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି “ ଯେତେବେଳେ ବି କରୋନା କଥା ଉଠେ, ସେତେବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ ଯେ କରୋନା ଭ୍ୟାକ୍ସିନ୍‌ କେବେ ଆସିବ। ଏପରି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ। ମୁଁ ଆଜି ଏ ବିଷୟରେ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଆମ ଦେଶର ବୈଜ୍ଞାନିକମାନେ ଲାବୋରଟାରୀରେ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି। ବହୁତ ପରିଶ୍ରମ କରୁଛନ୍ତି। ଭାରତରେ ଗୋଟିଏ, ଦୁଇଟି ନୁହେଁ ତିନୋଟି ଭ୍ୟାକ୍ସିନ୍ ଅଲଗା ଅଲଗା ପର୍ଯ୍ୟାୟରେ ଟେଷ୍ଟିଂ ଚାଲିଛି। ବୈଜ୍ଞାନିକଙ୍କଠାରୁ ସବୁଜ ସଂକେତ ମିଳିଲେ ବଡ଼ ଆକାରରେ ଏହାର ଉତ୍ପାଦନ ହେବ।”

ଭ୍ୟାକ୍ସିନ୍‌ କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ମୋଦି କହିଛନ୍ତି, “ବୈଜ୍ଞାନିକଙ୍କଠାରୁ ସବୁଜ ସଂକେତ ମିଳିଲେ ବଡ଼ ଆକାରରେ ଏହାର ଉତ୍ପାଦନ ହେବ। ଏଥିପାଇଁ ପ୍ରସ୍ତୁତି ସରିଛି। ଦ୍ରୁତ ଉତ୍ପାଦନ ସହିତ ପ୍ରତି ଭାରତୀୟଙ୍କ ପାଖରେ କିଭଳି ଅତି କମ୍‌ ସମୟରେ ଭ୍ୟାକ୍ସିନ୍‌ ପହଞ୍ଚି ପାରିବ ସେଥିପାଇଁ ରୋଡ୍ ମ୍ୟାପ୍‌ ପ୍ରସ୍ତୁତ ହୋଇ ରହିଛି।”

Advertisment
Advertisment
Advertisment