/odishatv-khabar/media/post_attachments/uploadimage/library/16_9/16_9_0/students_1625102898.jpg)
students
ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପଜିଟିଭ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ୯ମରୁ ୧୨ଦଶ କ୍ଲାସରେ ପଢୁଛନ୍ତି। ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି। ଉକ୍ତ ବିଦ୍ୟାଳୟର ଅନ୍ୟଛାତ୍ରମାନେ ନମୁନା ପରୀକ୍ଷା ପାଇଁ ଯାଇଛି। ତେଣୁ ପଜିଟିଭ ସଂଖ୍ୟା ବଢିବାର ଆଶଙ୍କା ରହିଛି।
କେବଳ ରେୱାରି ଜିଲ୍ଲାର ୧୩ଟି ସ୍କୁଲରୁ ଚିହ୍ନଟ ହୋଇଛନ୍ତି୯୧ ଜଣ ଛାତ୍ରଛାତ୍ରୀ। ଜିନ୍ଦ ଜିଲ୍ଲାର ସ୍କୁଲରୁ ୩୦ ଛାତ୍ର ଏବଂ ୧୦ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଝାଜର ଜିଲ୍ଲାରୁ ୩୪ ଛାତ୍ରଙ୍କ ସହ ୨ ଜଣ ଶିକ୍ଷକ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ପଜିଟିଭ ଆସିଥିବା ସ୍କୁଲଗୁଡିକୁ ସରକାରୀ ଗାଇଡ ଲାଇନ ଅନୁସାରେ କିଛି ଦିନ ପାଇଁ ବନ୍ଦ ରଖାଯିବ।
ସୂଚନାଥାଉ କି, ବୁଧବାର ସୁଦ୍ଧା ହରିଆଣାରେ ୨, ୦୭,୦୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨,୦୩୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)