/odishatv-khabar/media/post_attachments/uploadimage/library/16_9/16_9_0/0040_1625055519.jpg)
0040
ଆମ୍ବ ଡଜନକୁ ୧ ଲକ୍ଷ କୋଡିଏ ହଜାର ଟଙ୍କା । ଅର୍ଥାତ୍ ଗୋଟିଏ ଆମ୍ବର ମୂଲ୍ୟ ୧୦ ହଜାର ଟଙ୍କା । ଝାଡଖଣ୍ଡର ଜାମସେଦପୁର ଅଂଚଳରେ ଜଣେ ଛାତ୍ରୀ ଏହି ମୂଲ୍ୟରେ ବିକ୍ରି କରିଛନ୍ତି ଆମ୍ବ । ଏହି ଘଟଣା ପରେ ସେ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଜାମସେଦୁପର ଅଂଚଳର ପଂଚମ ଶ୍ରେଣୀରେ ପଢୁଥିବା ତୁଳସୀ ଲକଡାଉନ ବେଳେ ପରିବାର ଚଳିବା ପାଇଁ ଆମ୍ବ ବିକୁଥିଲେ । ପାଠ ପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ମୋବାଇଲ ନଥିବାରୁ ସେ ଅନଲାଇନ କ୍ଲାସ କରି ପାରୁନଥିଲେ । ଏକଥା ଜାଣିବା ପରେ ମୁମ୍ବାଇର ଜଣେ ବ୍ୟବସାୟୀ ତୁଳସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।
ସେ ତୁଳସୀଙ୍କଠାରୁ ୧୨ଟି ଆମ୍ବକୁ ଲକ୍ଷେ କୋଡିଏ ହଜାର ଟଙ୍କାରେ କିଣିଥିଲେ । ଏହି ଟଙ୍କା ପାଇବା ପରେ ତୁଳସୀ ମୋବାଇଲ କିଣିବା ସହ ବହି କିଣିଥିଲେ । ଆଗାମୀ ଦିନରେ ଭଲ ପାଠ ପଢିବାକୁ ତୁଳସୀ ଲକ୍ଷ୍ୟ ରଖିଛନ୍ତି ।
ତେବେ ପୂର୍ବରୁ ମଧ୍ୟ ତୁଳସୀଙ୍କ ଭଳି ଅନେକ କାହାଣୀ ରହିଛି । ୨୦୨୦ ମସିହାରେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ଜଣେ ୧୬ ବର୍ଷର ପିଲା କିଭଳି ନାଳ ସଫା କରି ନିଜ ପାଠ ପଢ଼ା ପାଇଁ ଟଙ୍କା ରୋଜଗାର କରୁଛି ।
ଚେନ୍ନାଇର ୧୬ ବର୍ଷର ଗରିବ ପିଲାଟିଏ । ନାଁ ତାର ଏଲ.ସାମୁଏଲ । ସ୍ଥାନୀୟ ଆରଆର ନଗରରେ ରୁହୁଥିଲା । ପାଠ ପଢ଼ିବା ପାଇଁ ମନରେ ଅଦମ୍ୟ ଇଚ୍ଛାଥିଲା । ହେଲେ ଏହି ମେଧାବୀ ଛାତ୍ରର ପାଠପଢାରେ ବାଧକ ସାଜିଥିଲା ଦାରିଦ୍ର୍ୟ । କିନ୍ତୁ ପିଲାଟିର ଇଚ୍ଛାଶକ୍ତି ପାଖରେ ହାର ମାନିଥିଲା ଦାରିଦ୍ର୍ୟ । ନିଜର ସ୍ୱପ୍ନ ପୂରଣ କରିବା ପାଇଁ ପିଲାଟି ପାଠ ପଢିବା ଜାରି ରଖିଥିଲା । ପାଠ ପଢିବା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ କରିବା ପାଇଁ ନାଳ ସଫା କାମ କରୁଥିଲା ।
ଦଶମ ପାସ୍ କରିବା ପରେ ପିଲାଟି ଅଧିକ ପଢିବା ପାଇଁ ଅନଲାଇନ କ୍ଲାସ କରିବା ପାଇଁ ତା’ ପାଖରେ ସ୍ମାର୍ଟଫୋନ ନଥିଲା । ତେଣୁ ପାଠପଢା ଜାରି ରଖିବା ପାଇଁ ନାଳ ସଫା କରିବାକୁ ଲାଗିଲା । ତେବେ ଏକଥା ମଧ୍ୟ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଏବେ ବି ଲୋକଙ୍କ ଭିତରେ ମାନବିକତା ବଞ୍ଚି ରହିଛି । ସାମୁଏଲର ପାଠ ପଢ଼ା ପ୍ରତି ଆଗ୍ରହ ଦେଖି ତାଙ୍କୁ ସହାୟତାର ହାତ ବଢାଇଥିଲେ ୨ ଜଣ ପୋଲିସ ଅଧିକାରୀ । ୨ ଜଣ ମିଶି ପିଲାଟିକୁ ୨ଟି ଟ୍ୟାବ୍ ଦେଇଥିଲେ । ଯାହାଦ୍ୱାରା ପିଲାଟି ଅନ୍ ଲାଇନ୍ କ୍ଲାସ କରିପାରିଥିଲା ।
ଏହା ସହିତ ଡନ୍ ବସ୍କୋ ସ୍କୁଲରେ ସ୍କଲାରସିପ୍ ସହ ପିଲାଟିର ଆଡମିସନ୍ କରାଇଥିଲେ । ସେତିକି ନୁହେଁ, ସାମୁଏଲର ଭଉଣୀ ମଧ୍ୟ ଅତ୍ୟନ୍ତ ମେଧାବୀ ଥିଲେ । ହେଲେ ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିଲେ । ଏହା ଜାଣିବା ପରେ ସାମୁଏଲ ଭଉଣୀର NEET କୋଚିଂ ନେବାର ବ୍ୟବସ୍ଥା କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)