ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର (ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, ଆସ୍କା, କନ୍ଧମାଳ) ସହ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ । ଏହି ପର୍ଯ୍ୟାୟରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୬୫ ଜଣ ପାର୍ଥୀ ରହିଛନ୍ତି । ସେଥିମଧ୍ୟରୁ ୪୧ ଜଣ ମହିଳା ପ୍ରାର୍ଥୀ। ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ରହିଛନ୍ତି। ଭୋଟ ଗ୍ରହଣ ପାଇଁ ୯ ହଜାର ୧୬୯ ମତଦାନ କେନ୍ଦ୍ର କରାଯାଇଛି । ତେବେ ଏଥର ବି ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ନିର୍ବାଚନ ସମ୍ବନ୍ଧିତ ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ... ଆଉ ଲଗ୍ଇନ୍ କରନ୍ତୁ otvkhabar.in
17:15 PM
ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ। ଅଧିକ ପଢ଼ନ୍ତୁ...
18:58 PM
ଭୋଟ୍ ଗ୍ରହଣ ଚାଲିଥିବା ବେଳେ ରାଉରକେଲାରେ ଉତ୍ତେଜନା । ରାଉରକେଲା ଗୋପବନ୍ଧୁପାଲି ହାଇସ୍କୁଲରେ ଗଣ୍ଡଗୋଳ ହୋଇଥିବା ଖବର ଆସୁଛି । ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପାଇଁ ଉତ୍ତେଜନା । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ତାଙ୍କ କର୍ମୀଙ୍କୁ ନେଇ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ବୁଥ୍ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରିଥିଲେ ସାଧାରଣ ଲୋକେ । ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ଘଟଣାସ୍ଥଳରେ ନେଇ ପାଟିତୁଣ୍ଡ, ଉତ୍ତେଜନା ହୋଇଥିଲା । ବୁଥ୍ରେ ଉତ୍ତେଜନା ପରେ ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍ରେ ମୁତୟନ ଥିବା ପୋଲିସ କର୍ମଚାରୀ । ତେବେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ । ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଅଧିକ ପଢ଼ନ୍ତୁ...
18:56 PM
ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ବୁଥ ପାଖରେ ବିଜେପି କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା ହୋଇଛି କହିଲେ ସମୀର । ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡି କର୍ମୀ ବୋଲି କହିଛନ୍ତି ସମୀର । ଅଧିକ ପଢ଼ନ୍ତୁ..
18:45 PM
18:26 PM
18:26 PM
18:14 PM
-କଣ୍ଟାମାଳ ମହେଶ୍ବରପିଣ୍ଡା ଗାଁର ୨୮ ନମ୍ବର ବୁଥ୍ରେ ମତଦାନ ବନ୍ଦ
-ବିଜେପି ପ୍ରାର୍ଥୀ କହ୍ନେଇ ଡାଙ୍ଗଙ୍କ ଧାରଣା ଯୋଗୁଁ ବନ୍ଦ ରହିଛି ଭୋଟିଂ
-ରିଗିଂ ଅଭିଯୋଗରେ ପୋଲିସ କିଛି ସାଥୀ କର୍ମୀଙ୍କୁ ଉଠାଇ ନେବାରୁ ଧାରଣା
-ଧାରଣା ଦେବା ସହ ଜାତୀୟ ରାଜପଥ ଅବରୋଧ କଲେ ବିଜେପି କର୍ମୀ
17:59 PM
-ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ
-ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ
-ବୁଥ ପାଖରେ ବିଜେପି କର୍ମୀ ବିଶ୍ବନାଥ ମିର୍ଦ୍ଧାଙ୍କୁ ହତ୍ୟା ହୋଇଛି- ସମୀର
-‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡି କର୍ମୀ’
-‘ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଏହାକୁ ଏଡ଼ାଇ ଦେଉଛନ୍ତି’
-‘ମୁଷ୍ଟିମେୟ ଅଫିସର ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି’
-‘ଭଞ୍ଜନଗର, କଣ୍ଟାମାଳ, ବିଜେପୁର, ପାଟଣାଗଡ଼ରେ ଟଙ୍କା ବାଣ୍ଟିଛି ବିଜେଡି’
17:57 PM
ଗୋପବନ୍ଧୁପାଲି ହାଇସ୍କୁଲରେ ଥିବା ବୁଥ୍ରେ ଉତ୍ତେଜନା, ପାଟିତୁଣ୍ଡ
ସାରଦା କିଛି ସମର୍ଥକଙ୍କୁ ଧରି ବୁଥ୍କୁ ଯାଇଥିବା ଅଭିଯୋଗ କଲେ ବିରୋଧୀ
ବୁଥ୍ରେ ପଶି ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ
ସାରଦାଙ୍କ ସହ ସମର୍ଥକଙ୍କ ଉପସ୍ଥିତିକୁ ନେଇ ପାଟିତୁଣ୍ଡ, ଉତ୍ତେଜନା
ସାରଦାଙ୍କୁ ଅନ୍ୟତ୍ର ନେଇଗଲେ ବୁଥ୍ରେ ମୁତୟନ ଥିବା ପୋଲିସ କର୍ମଚାରୀ
ସାରଦାଙ୍କୁ ପୋଲିସ ହେପାଜତକୁ ନେଇନଥିବା କହିଲେ ସିଇଓ
ଉତ୍ତେଜନା ଥିବାରୁ ପୋଲିସ ସାରଦାଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଥିବା କହିଲେ
17:55 PM
17:55 PM
17:17 PM
17:16 PM
16:46 PM
16:21 PM
16:03 PM
14:59 PM
14:57 PM
14:57 PM
14:54 PM
14:53 PM
14:43 PM
ବରଗଡ଼ରେ ନିର୍ବାଚନୀ ହିଂସା । ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । କିଛି ଭୋଟରଙ୍କୁ ଧରି ଅଟୋ ଚାଳକ ଯିବାବେଳେ ହତ୍ୟା କରାଯାଇଥିବା ସୂଚନା । ତେବେ କେଉଁମାନେ ହତ୍ୟା କରିଛନ୍ତି ଏବଂ ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅଧିକ ପଢ଼ନ୍ତୁ..
13:42 PM
13:41 PM
13:23 PM
13:17 PM
13:13 PM
13:13 PM
13:09 PM
13:07 PM
13:07 PM
13:06 PM
13:04 PM
13:03 PM
12:54 PM
12:53 PM
12:52 PM
12:25 PM
11:35 AM
11:34 AM
11:33 AM
11:33 AM
11:32 AM
10:20 AM
10:03 AM
10:03 AM
09:26 AM
08:49 AM
08:40 AM
08:08 AM
08:03 AM
08:02 AM
07:59 AM