ଝାରସୁଗୁଡ଼ାରେ ବିଜେଡିର ବାଜିମାତ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ସମୁଦାୟ ୧୯ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା ବାକି ରହିଛି । ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍ ପୁଣି କାମ ଦେଇଛି । ବିଜେଡି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଛି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡିର ଦୀପାଳି ଦାସଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ଭୋଟର୍ ।
00:31 AM
ଝାରସୁଗୁଡ଼ାରେ ବିଜେଡିର ବଡ଼ ବିଜୟ। ନବଙ୍କ ଗଡ଼ରେ ପୁଣି ଶଙ୍ଖନାଦ । ଉତ୍ସବମୁଖର ବିଜେଡି କ୍ୟାଂପ୍। ଖୁସିରେ ଝୁମୁଛନ୍ତି ନେତା ଓ କର୍ମୀ। ଭୋଟ୍ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେଡିକୁ ମିଳିସାରିଥିଲା ବୃହତ ବିଜୟର ବାସ୍ନା..ଅଧିକ ପଢନ୍ତୁ...
16:57 PM
14:33 PM
13:29 PM
13:28 PM
13:28 PM
13:26 PM
12:31 PM
12:24 PM
12:19 PM
12:08 PM
ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍ । ପୁଣି ବାଜି ମାରିନେଇଥିବା ବେଳେ ଆସନ ବଜାୟ ରଖିଲା ବିଜେଡି । ଫଳରେ ଏବେ ସବୁଜ ଶିବିରରେ ଉତ୍ସବର ମାହୋଲ୍ । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନର ଫଳାଫଳ ଆସିଛି । ସବୁ ଆକଳନକୁ ସତ କରି ବିଜେଡି ବିପୁଳ ଭୋଟ୍ରେ ବିଜୟ ହାସଲ କରିଛି ।
12:06 PM
#ବିଜେଡିର_ବାଜିମାତ୍ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ । ୪୮,୬୧୯ ଭୋଟରେ ଜିତିଲେ ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ହରାଇଲେ ଦୀପାଳି । ସମସ୍ତ ରାଉଣ୍ଡ ଗଣତି ଶେଷ, ବିଧିବଦ୍ଧ ଘୋଷଣା ବାକି
11:23 AM
11:22 AM
11:22 AM
11:08 AM
11:08 AM
10:55 AM
10:54 AM
10:48 AM
10:47 AM
10:46 AM
10:45 AM
10:37 AM
10:36 AM
10:29 AM
10:26 AM
10:13 AM
10:12 AM
10:07 AM
ପୁଣି ଝାରସୁଗୁଡ଼ା ଗଡ଼ ଜିଣିବ କି ବିଜେଡି ? ଉପନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଥିବା ବେଳେ ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଆଗୁଆ ରହିଛି ବିଜେଡ଼ି । କେବଳ ପଞ୍ଚମ ନୁହେଁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି ।
10:06 AM
09:58 AM
09:47 AM
09:25 AM
09:22 AM
ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ
ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ୨୭୦୬ ଭୋଟରେ ଆଗୁଆ
ଦ୍ବିତୀୟ ସ୍ଥାନରେ ବିଜେପି, ତୃତୀୟ ସ୍ଥାନରେ କଂଗ୍ରେସ
09:20 AM
08:28 AM
ଆରମ୍ଭ ହେଲା ଝାରସୁଗୁଡ଼ା ଉପନିର୍ବାଚନ ଗଣତି । ଫଳାଫଳ ବଢ଼ିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା ।
08:02 AM
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି ।
07:42 AM
ଆଜି ଝାରସୁଗୁଡ଼ା ରେଜଲ୍ଟ। ସକାଳ ୮ଟାରୁ ଗଣତି, ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି । ପୋଷ୍ଟାଲ ବାଲାଟ ସରିଲେ, ସାଢ଼େ ୮ଟାରୁ ଇଭିଏମ୍ ଗଣତି ।
07:36 AM
କାହାର ହେବ ଝାରସୁଗୁଡ଼ା । ବିଜେଡି ଏହି ଆସନକୁ ବଜାୟ ରଖିପାରିବ, ନା ବିଜେପି କିଛି ଚମତ୍କାର ଦେଖାଇବ । କଂଗ୍ରେସ ତାର ପୂର୍ବ ଭୋଟ ରକ୍ଷା କରିପାରିବ ତ । ଏହି ସବୁ ପ୍ରଶ୍ନର ଉତ୍ତର ଆଜି ମିଳିବ । କାରଣ ଆଜି ଝାରସୁଗୁଡ଼ା ବାଇ ଇଲେକସନର ଗଣତି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି ।