Election Results
ଆଜି ଫଇସଲା ହେବ ଦେଶରେ କିଏ ଗଢ଼ିବ ସରକାର । ଦିଲ୍ଲୀ ସିଂହାସନରେ କିଏ ବସିବ । କାହାକୁ ବାଛିଛନ୍ତି ଜନତା । କିଏ ବସିବ କେଉଁ ଗାଦିରେ । ରିପିଟ୍ ହେବେ ମୋଦି ନା କିଛି ଘଟିବ ନୂଆ ସମୀକରଣ । INDI ମେଣ୍ଟକୁ ଲୋକେ ଦେଇଛନ୍ତି କି ସମର୍ଥନ ? ନା ପୁଣି NDA ତଥା ବିଜେପିକୁ ମିଳିବ ବହୁମତ । ୫୪୩ ଲୋକସଭା ଆସନରେ କାହାକୁ କେଉଁଠି ବାଛିଛନ୍ତି ଜନତା । ଆଜି ସ୍ପଷ୍ଟ ହେବ ଚିତ୍ର । ସମୟ ବଢ଼ିବା ସହ ପ୍ରାର୍ଥୀଙ୍କ ହୃତସ୍ପନ୍ଦନ ବଢୁଛି। ତେବେ ଜାତୀୟ ସ୍ତରରେ କେମିତି ଚାଲିଛି ଭୋଟ ଗଣତି। ଏସବୁର ଟିକିନିଖି ଖବର ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Jun 05, 2024 14:15 IST
ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି !
ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି । ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।ଅଧିକ ପଢନ୍ତୁ...
- Jun 05, 2024 13:56 IST
ଜିତିଲେ ସେଲିବ୍ରିଟି, ବାଜି ମାରିଲେ ବଡ଼ ଚେହେରା
- Jun 05, 2024 13:55 IST
ଜୁନ୍ ୮ରେ ଶପଥ ନେବେ ମୋଦି !
- Jun 05, 2024 13:35 IST
କେନ୍ଦ୍ରରେ ପୁଣି ମୋଦି ସରକାର
କେନ୍ଦ୍ରରେ ପୁଣି ଥରେ ମୋଦି ସରକାର। ଲୋକସଭା ନିର୍ବାଚନରେ ବିଜୟ ପରେ ଆଜି ବସୁଛି ବିଜେପି ନେତୃତ୍ବାଧୀନ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ। ଦିଲ୍ଲୀରେ ଅପରାହ୍ଣରେ ଏହି ବୈଠକ ବସିବ। ଏଥିପାଇଁ ଦିଲ୍ଲୀ ଗସ୍ତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ।ଏଥିରେ ଡିଟିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଏକନାଥ ସିନ୍ଦେ ସାମିଲ ହେବେ। ଅଧିକ ପଢନ୍ତୁ...
- Jun 04, 2024 22:40 IST
ବିଜେପି କ୍ୟାମ୍ପରେ ଜୋରଦାର ସେଲିବ୍ରେସନ୍
- Jun 04, 2024 21:29 IST
ବିଜୟ ମୁହାଁ ବିଜେପି
- Jun 04, 2024 18:48 IST
ତିର୍ତ୍ତୋଲ ବିଧାନସଭାରେ ବିଜେଡି ବିଜୟୀ
- Jun 04, 2024 18:47 IST
ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀରେ ଆଗରେ ଅଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ..
- Jun 04, 2024 18:46 IST
ରାଜନଗର ବିଧାନସଭାରେ ବିଜେଡି ବିଜୟୀ
- Jun 04, 2024 18:45 IST
ଭଟଲୀ ବିଧାନସଭାରେ ବିଜେପି ବିଜୟୀ
- Jun 04, 2024 18:44 IST
ମଣ୍ଡିରେ ବିଜେପିର ଲୋକସଭା ପ୍ରାର୍ଥିନୀ କଙ୍ଗନା ରଣାୱତ
- Jun 04, 2024 18:43 IST
ଭଦ୍ରକ ବିଧାନସଭାରେ ବିଜେପି ବିଜୟୀ
- Jun 04, 2024 18:35 IST
ଓଡ଼ିଶାରେ ପ୍ରବଳ ଜନମତ ପରେ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ
- Jun 04, 2024 18:34 IST
ଜୟପୁରରେ ଆଗୁଆ ରହିଛି ବିଜେପି
- Jun 04, 2024 17:05 IST
ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !
ବଲିଉଡର କଙ୍ଗନା ରାଣାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର। ହିମାଚଳ ପ୍ରଦେଶର ମଣ୍ଡିରୁ କଙ୍ଗନା ରାଣାୱତଙ୍କୁ ବିଜେତା ଘୋଷିତ କରାଯାଇଛି। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। କଙ୍ଗନାଙ୍କ ବିଜୟକୁ ନେଇ ରାଜନୈତିକ ମହଲରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ..
- Jun 04, 2024 16:49 IST
ସର୍ବାଧିକ ଭୋଟ୍ ରେ ଜିତିବେ କି ରାହୁଲ! ଆଖି ପାଉନି ବିଜୟ ମାର୍ଜିନ୍
ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍ରେ ଜିତିଲେ ରାହୁଲ ଗାନ୍ଧି । ରାଏବରେଲିରେ ଅଞ୍ଚଳରୁ ଲଢ଼ୁଥିଲେ ରାହୁଲ । ତେବେ ସେ ନିଜ ବିପକ୍ଷ ବିଜେପିର ଦୀନେଶ ପ୍ରତାପ ସିଂଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି । ଫଳରେ ସେ ଉତ୍ତର ପ୍ରଦେଶରେ ସର୍ବାଧିକ ଭୋଟ୍ରେ ଜିତିଛନ୍ତି । ଏନେଇ ନିର୍ବାଚନ ଆୟୋଗ ନିଜ ୱେବ୍ସାଇଟରେ ତଥ୍ୟ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ..
- Jun 04, 2024 14:51 IST
ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମଏମ୍ କର୍ମୀ ବାଣଫୁଟାଇ ସେଲିବ୍ରେସନ କଲେ
- Jun 04, 2024 14:49 IST
କୋଲକାତା ଟିଏମସି କାର୍ଯ୍ୟାଳୟରେ ସେଲିବ୍ରେସନ । ରଙ୍ଗଖେଳି ସେଲିବ୍ରେସନ କରୁଛନ୍ତି ଟିଏମସି କର୍ମୀ
- Jun 04, 2024 14:38 IST
ରାଜ୍ୟରେ ବଢ଼ୁଛି ବିଜେପିର ଟ୍ରେଣ୍ଡ
- Jun 04, 2024 14:29 IST
୪ ଲକ୍ଷ ଭୋଟ୍ରେ ଆଗୁଆ କଙ୍ଗନା, ପଛରେ ପଡ଼ିଲେ ବିକ୍ରମାଦିତ୍ୟ
ଆଗରେ କଙ୍ଗନା । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ଅଭିନେତ୍ରୀ କଙ୍ଗନା ରଣାୱତ୍ ଆଗରେ ରହିଛନ୍ତି । ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ଆଗରେ ଅଛନ୍ତି କଙ୍ଗନା । ଅଧିକ ପଢ଼ନ୍ତୁ...
- Jun 04, 2024 14:07 IST
ଝାଡ଼ଖଣ୍ଡରେ କଂଗ୍ରେସ ଓ ଜେଏମଏମ୍ କର୍ମୀଙ୍କ ସେଲିବ୍ରେସନ
- Jun 04, 2024 14:03 IST
କୋଲକାତା ଟିଏମ୍ସି କାର୍ଯ୍ୟାଳୟରେ ସେଲିବ୍ରେସନ । ରଙ୍ଗଖେଳି ସେଲିବ୍ରେସନ କରୁଛନ୍ତି ଟିଏମସି କର୍ମୀ ।
- Jun 04, 2024 12:44 IST
N.D.Aକୁ କଡ଼ା ଟକ୍କର ଦେଇଛି I.N.D.I.A
- Jun 04, 2024 12:24 IST
ବହୁମତରେ ସରକାର ଗଠନ କରିବ ବିଜେପି
- Jun 04, 2024 12:21 IST
JMM ବହୁତ ଭଲ କରିବ
- Jun 04, 2024 12:09 IST
୩୧ କୋଟି ଭଉଣୀ ଭୋଟ ଦେଇଛନ୍ତି
- Jun 04, 2024 11:56 IST
ମଥୁରାରେ ଆଗୁଆ ରହିଛି ବିଜେପି
- Jun 04, 2024 10:40 IST
ଏଥର ହେବ କି ୪୦୦ ପାର? ୧୦୦ ଦିନର ରୋଡ ମ୍ୟାପ କଲେ ମୋଦି, ଏପଟେ କଂଗ୍ରେସ ବି ଆଶାବାଦୀ
କାଉଣ୍ଟି ଡେ' ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। କାଲି ଏତେ ବେଳକୁ ସ୍ପଷ୍ଟ ହୋଇସାରିଥିବ ହାର୍-ଜିତ୍ର ଚିତ୍ର। ତେବେ ଏହାର ଅବ୍ୟବହିତ ପୂର୍ବରୁ, ଆଜି ଉଭୟ NDA ଓ ଇଣ୍ଡି ଶିବିରରେ ଚାଲିଛି ସେଲିବ୍ରେସନ ତୟାରି। ୪ଶହ ପାର୍ ବନାମ୍ ୨୯୫ ପ୍ଲସ୍ ଦମ୍ଭୋକ୍ତିକୁ ନେଇ ସରକାର ଗଢ଼ିବା ଆଶାରେ ଉଭୟ କ୍ୟାଂପ୍। ଏସବୁ ଭିତରେ ଗତକାଲି ମାରାଥନ୍ ବୈଠକ କରି, ତୃତୀୟ ପାଳିର ୧୦୦ ଦିନ ପାଇଁ ରୋଡମ୍ୟାପ୍ ସମୀକ୍ଷା କରିଛନ୍ତି ମୋଦି। ଅଧିକ ପଢ଼ନ୍ତୁ...
- Jun 04, 2024 09:16 IST
‘ଏକଜିଟ୍ ପୋଲ୍ ଭୋଟଦାନ ପରେ ପ୍ରକାଶ ପାଉଥିବାରୁ ସଠିକ୍ ଡାଟା ପ୍ରକାଶ ପାଇଁ ତତ୍ପରତା ଥାଏ ।’
- Jun 04, 2024 08:34 IST
ରାହୁଲ ଗାନ୍ଧି ଆଗୁଆ
- Jun 04, 2024 08:03 IST
ଅଯୋଧ୍ୟାରେ ଜଣେ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଯଜ୍ଞ କରୁଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717468317.jpg)