Utkal Divas 2022
ଆଜି ଉତ୍କଳ ଦିବସ। ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ। ଆମେ ସ୍ୱତନ୍ତ୍ର, ଆମ ଭାଷା-ସଂସ୍କୃତି-ସଭ୍ୟତା ଅନ୍ୟଠୁ ଭିନ୍ନ। ସେଥିପାଇଁ ତ ବିଶାଳ ଭାରତ ବର୍ଷରେ ଭାଷା ଭିତ୍ତିରେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା। ଯେଉଁ ସମୟରେ ଭୂଖଣ୍ଡକୁ ନେଇ ରାଜ୍ୟ ରାଜ୍ୟ ଭିତରେ ବିଭେଦ ଥିଲା ସେ ସମୟରେ ଓଡ଼ିଆମାନେ ନିଜ ଭାଷାକୁ ନେଇ ଗଠନ କରିଥିଲେ ସ୍ୱତନ୍ତ୍ର ପ୍ରଦେଶ ଓଡ଼ିଶା। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା।
- Apr 01, 2022 17:19 IST
ବନ୍ଦେ ଉତ୍କଳ ଜନନୀ। ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ଅଭିନେତା ସବ୍ୟସାଚୀ
- Apr 01, 2022 17:18 IST
ମୁଁ ଓଡ଼ିଆ ବୋଲି ଗର୍ବିତ ଅନୁଭବ କରେ: ଅଭିନେତ୍ରୀ ଲିପିକା ସେନାପତି
- Apr 01, 2022 17:16 IST
ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ଅଭିନେତ୍ରୀ ଅର୍ଚ୍ଚିତା
- Apr 01, 2022 17:15 IST
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳନ ହେଉଛି ଉତ୍କଳ ଦିବସ
- Apr 01, 2022 17:14 IST
ଅଭିନବ ଢଙ୍ଗରେ ଉତ୍କଳ ଦିବସ ପାଳନ କଲା ଟାଟା ଟି ପ୍ରିମିୟମ
- Apr 01, 2022 17:12 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଅଭିନେତ୍ରୀ
- Apr 01, 2022 17:11 IST
ପଡ଼ୋଶୀ ରାଜ୍ୟରେ ଦହଗଞ୍ଜ ଓଡ଼ିଆ, ଝାଡ଼ଖଣ୍ଡର ଏକାଧିକ ଓଡ଼ିଆ ସ୍କୁଲରେ ପଡ଼ିଛି ତାଲା
- Apr 01, 2022 17:10 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
- Apr 01, 2022 17:09 IST
ଆଧୁନିକ ଓଡିଶାର ନିର୍ମାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଗୋପବନ୍ଧୁ ଦାସ ଥିଲେ ଏପରି ଜାତି ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ। ଆହୁରି ପଢ଼ନ୍ତୁ...
- Apr 01, 2022 17:07 IST
କେମିତି ଅଛି ଆମ ଉତ୍କଳ ନିର୍ମାତାଙ୍କ ଏନ୍ତୁଡ଼ିଶାଳ
ଯେଉଁମାନଙ୍କ ଯୋଗୁଁ ଆମେ ଆଜି ଓଡିଆ ଜାତି ବୋଲି ମୁଣ୍ଡ ଟେକିଛେ, ଗର୍ବ କରୁଛେ, କହିବାକୁ ଗଲେ ଯିଏ ଗଢିଥିଲେ ଓଡ଼ିଶା, ସେଇମାନଙ୍କ ମଧ୍ୟରୁ କିଛି ବରପୁତ୍ରମାନଙ୍କ ଜନ୍ମମାଟି କିପରି ଅଛି ଆସନ୍ତୁ ଜାଣିବା। ଆହୁରି ପଢ଼ନ୍ତୁ...
- Apr 01, 2022 15:40 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ
- Apr 01, 2022 15:39 IST
ଗର୍ବରେ କୁହ ମୁଁ ଓଡ଼ିଆ: ଅଭିନେତ୍ରୀ ସିମ୍ରନ୍ ପଟ୍ଟନାୟକ
- Apr 01, 2022 14:52 IST
ଆଜିର ଦିନରେ ଆମ ଓଡ଼ିଶାକୁ ମିଳିଥିଲା ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା: ଓଡ଼ିଆ ଅଭିନେତା ଲିକୁନ ଚୌଧୁରୀ
- Apr 01, 2022 14:50 IST
ଉତ୍କଳ ଦିବସ ଅବସରରେ ସବୁ ଓଡ଼ିଆ ଭାଇ,ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଓଡ଼ିଆ ଅଭିନେତା
- Apr 01, 2022 13:50 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
- Apr 01, 2022 13:34 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଅଭିନେତା ଦେବ ମହାନ୍ତି
- Apr 01, 2022 13:30 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଅଭିନେତା
- Apr 01, 2022 13:28 IST
ଗର୍ବରେ କୁହ ମୁଁ ଓଡ଼ିଆ
- Apr 01, 2022 13:24 IST
ଆଧୁନିକ ଓଡିଶାର ନିର୍ମାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ ଦେଶର ବିଭିନ୍ନ ଅଞ୍ଚଳରେ ମହାମାନବ ଓ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଥିଲା। ଉତ୍କର୍ଷ, ସାମାଜିକ ସଂସ୍କାର, ଶିକ୍ଷା, ଆଇନ ଏବଂ ସାହିତ୍ୟ କ୍ଷେତ୍ର ଚମତ୍କାର ଥିଲା। ଆହୁରି ପଢ଼ନ୍ତୁ...
- Apr 01, 2022 12:43 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ବିଧାୟକ ମୋହନ ମାଝୀ ଏବଂ କୁସୁମ ଟେଟେ
- Apr 01, 2022 12:41 IST
ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍ୱେ ଆରମ୍ଭ ହୋଇଥିଲା। ଆହୁରି ପଢ଼ନ୍ତୁ...
- Apr 01, 2022 12:33 IST
ଓଡିଆ ସାହିତ୍ୟର କିଟସ୍ ଗଙ୍ଗାଧର ମେହେର
ଓଡିଆ ସାହିତ୍ୟର କିଟସ୍ କହିଲେ ଗଙ୍ଗାଧର ମେହେରଙ୍କୁ ବୁଝାଯାଏ। ମେହେର ହେଉଛନ୍ତି ଜଣେ ବିରଳ ବ୍ୟକ୍ତିତ୍ୱ ଓ ସମଗ୍ର ଓଡିଆ ସାହିତ୍ୟ ଶୃଙ୍ଖଳାର କବିମାନଙ୍କ ମଧ୍ୟରେ ଅନନ୍ୟ। ଆହୁରି ପଢ଼ନ୍ତୁ...
- Apr 01, 2022 12:31 IST
ଓଡ଼ିଶା ପାଳୁଛି ଉତ୍କଳ ଦିବସ
- Apr 01, 2022 12:30 IST
ଗର୍ବରେ କୁହ ମୁଁ ଓଡ଼ିଆ: ଅଭିନେତ୍ରୀ ପ୍ରିୟଙ୍କା ସାମନ୍ତରାୟ
- Apr 01, 2022 12:27 IST
ଓଡିଆ ସାହିତ୍ୟର ବିକାଶରେ ସମର୍ପିତ ଫକୀରମୋହନ
ଊନବିଂଶ ଶତାବ୍ଦୀ ଶେଷ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ସେ ଓଡିଆ ସାହିତ୍ୟର ବିକାଶ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଫକୀରମୋହନ। ଓଡିଆ ଜାତୀୟତା ଓ ଆଧୁନିକ ଓଡିଆ ସାହିତ୍ୟର ସ୍ରଷ୍ଟା ଭାବେ ଫକୀରମୋହନ ସେନାପତିଙ୍କୁ ସମ୍ମାନ କରାଯାଏ। ଆହୁରି ପଢ଼ନ୍ତୁ...
- Apr 01, 2022 12:13 IST
ସାରା ଓଡ଼ିଶା ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ । ଆହୁରି ପଢ଼ନ୍ତୁ...
- Apr 01, 2022 12:12 IST
ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
- Apr 01, 2022 12:11 IST
#ବନ୍ଦେ_ଉତ୍କଳ_ଜନନୀ #ଗର୍ବରେ_କୁହ_ମୁଁ_ଓଡ଼ିଆ
- Apr 01, 2022 12:09 IST
ଗର୍ବରେ କୁହ ମୁଁ ଓଡ଼ିଆ: ଅଭିନେତା ପ୍ରଦୀପ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648794580.jpg)