Advertisment

ପୁରୀ ସୁନାବେଶ ୨୦୨୧ ଲାଇଭ୍ ଅପଡେଟ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ। ୯ ଦିନର ଦାଣ୍ଡଯାତ୍ରା

author-image
Satyendu Shekher Mishra
ଅଦ୍ୟତନ ହୋଇଛି
New Update
ପୁରୀ ସୁନାବେଶ ସିଧା ପ୍ରସାରଣ

ପୁରୀ ସୁନାବେଶ ସିଧା ପ୍ରସାରଣ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ। ୯ ଦିନର ଦାଣ୍ଡଯାତ୍ରା ସାରି ପୁରୀ ଠାକୁର ମହାବାହୁ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ସ୍ୱଗୃହ ତଥା ଶ୍ରୀମନ୍ଦିର ଅଭିମୁଖେ ଫେରିଛନ୍ତି। ଆଜି ରଥ ଉପରେ ହେବ ଠାକୁରଙ୍କ ସୁନାବେଶ। ମହଣ ମହଣ ସୁନାରେ ସଜ୍ଜିତ ହେବେ ଶ୍ରୀଜିଉ।  କୋଭିଡ୍ କଟକଣା ଥିଲେ ମଧ୍ୟ ଭାବ ଠାକୁରଙ୍କ ଏହି ଅପୂର୍ବ ବେଶ ଦେଖିବା ପାଇଁ ଭକ୍ତ ବ୍ୟାକୁଳ ହୃଦୟରେ ଚାହିଁ ରହିଛି ଭକ୍ତ।  ଓଟିଭି ସୁନାବେଶର ସବୁ ଦୃଶ୍ୟ ଆପଣମାନଙ୍କ ସମ୍ମୁଖକୁ ନେଇଆସିବ।

Advertisment
  • Jul 21, 2021 22:16 IST

    ରଥ ଉପରେ ସୁନାବେଶରେ ବିଭୂଷିତ ତିନି ଠାକୁର

    ରଥଯାତ୍ରାର ଅନ୍ୟତମ ଆକର୍ଷଣ ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ସୁନାବେଶରେ ବିଭୂଷିତ ତିନି ଠାକୁର । ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ତିନି ଠାକୁର । ରଥ ଉପରେ ସୁନାବେଶ ଦର୍ଶନରେ ପାପକ୍ଷୟର ବିଶ୍ୱାସ ଅଛି ।ଏବର୍ଷ କିନ୍ତୁ ଚର୍ମଚକ୍ଷୁରେ ସୁନାବେଶ ଦର୍ଶନରୁ ଭକ୍ତ ବଞ୍ଚିତ ।



  • Jul 21, 2021 21:16 IST

    ରଥ ଉପରେ ସ୍ପଷ୍ଟ ଦୃଶ୍ୟମାନ ହେଉନାହାନ୍ତି ଶ୍ରୀଜିଉ

    ସୁନାବେଶ ବେଳେ ରଥ ଉପରେ ନଜର ଆସିଲେ ଅଧିକ ସେବାୟତ । ରଥ ଉପରେ ସ୍ପଷ୍ଟ ଦୃଶ୍ୟମାନ ହେଉନାହାନ୍ତି ଶ୍ରୀଜିଉ । ଟିଭିରେ ସୁନାବେଶର ସିଧା ପ୍ରସାରଣକୁ ସ୍ପଷ୍ଟ ଦେଖି ପାରୁନାହାନ୍ତି ଦର୍ଶକ । ପୂର୍ବରୁ ରଥ ଉପରେ ସୀମିତ ସେବାୟତ ରହିବାକୁ ପ୍ରଶାସନର ନିର୍ଦ୍ଦେଶ ଥିଲା ।



  • Jul 21, 2021 20:17 IST

    ସୁନାବେଶରେ ବଡ଼ ଠାକୁର ବଳଭଦ୍ର

    Sunabesha



  • Jul 21, 2021 20:16 IST

    ସୁନା ଛାଉଣି ମା’ ସୁଭଦ୍ରା

    Sunabesha



  • Jul 21, 2021 20:15 IST

    ମହାପ୍ରଭୁଙ୍କ ସୁନାବେଶ

    Sunabesha



  • Jul 21, 2021 19:10 IST

    ଯାହା ପାଇଁ କାଳିଆ ଆଜି ବେଶ ହେଉଛି ସେ ଠାକୁର ଆଜି ରଥ ଉପରେ ଏକା 

    ଭକ୍ତ ବିନା ବଡ ଦାଣ୍ଡ ଶୂନ୍ୟ । ଯାହା ପାଇଁ କାଳିଆ ଆଜି ବେଶ ହେଉଛି ସେ ଠାକୁର ଆଜି ରଥ ଉପରେ ଏକା । ବିଧି ଅନୁଯାଇ ସିନା ବେଶ ନାଇଛି ହେଲେ ତା ମନ ଝୁରୁଛି ତା ଭକ୍ତକୁ ।



  • Jul 21, 2021 19:08 IST

    ବିଭିନ୍ନ ସମୟରେ ବିଭିନ୍ନ ଭକ୍ତ ଆସିଛନ୍ତି, ବିଭିନ୍ନ ବେଶରେ ସଜାଇଛନ୍ତି ମହା ପ୍ରଭୁଙ୍କୁ

    ବିଭିନ୍ନ ସମୟରେ ବିଭିନ୍ନ ଭକ୍ତ ଆସିଛନ୍ତି । ବିଭିନ୍ନ ବେଶରେ ସଜାଇଛନ୍ତି ମହା ପ୍ରଭୁଙ୍କୁ । ସେ ସବୁ ବେଶର କଣ ରହିଛି ଗହନ କଥା ଶୁଣନ୍ତୁ କଣ କହୁଛନ୍ତି ଗବେଷକ ।



  • Jul 21, 2021 19:05 IST

    ବଡ଼ ଦାଣ୍ଡରେ ରଥ ଭିଜୁଛି... ଭକ୍ତ ଭିଜୁଛନ୍ତି... ମହାପ୍ରଭୁଙ୍କର ସୁନାବେଶ ହେଉଛି

    ବଡ଼ ଦାଣ୍ଡରେ ରଥ ଭିଜୁଛି... ଭକ୍ତ ଭିଜୁଛନ୍ତି... ମହାପ୍ରଭୁଙ୍କର ସୁନାବେଶ ହେଉଛି



  • Jul 21, 2021 18:08 IST

    ପୁରୀ ମୁଷଳ ଧାରାରେ ବର୍ଷା

    ପୁରୀ ମୁଷଳ ଧାରାରେ ବର୍ଷା । ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି ସମୟରେ ପୁରରୀରେ ମୁଷଳ ଧାରାରେ ବର୍ଷା ଲାଗି ରହିଛି । ଶ୍ରୀକ୍ଷେତ୍ରରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ତିନି ଠାକୁର । ସାରା ଜଗତ ଦେଖୁଛି ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଚାହିଁ ରହିଥିଲେ ।



  • Jul 21, 2021 17:49 IST

    ଆସିଗଲା ମହାପ୍ରଭୁଙ୍କ ସୁନାର ମୁକୁଟ

    ଯାହାର ଗୋଡ଼ ନାହିଁ  ସତ ,କିନ୍ତୁ ସେ ଆଜି ପଦ ଯୁକ୍ତ ହେବେ । ସେ ଆଜି ହସ୍ତଯୁକ୍ତ ହେବେ । ମହାପ୍ରଭୁ ପିନ୍ଧିବେ ସୁନାର କୀରିଟ,ସୁନାର ମୁକୁଟ,  ସୁନାର ପୟର,ଶ୍ରୀଭୂଜ, ଆଡକାମୀ ଆଦି ଅଳଙ୍କାର ପିନ୍ଧିବେ ଚତୁର୍ଦ୍ଧାମୂର୍ତ୍ତି । କୋଟି କୋଟି ଭକତ ଦେଖିବ ତାର ସୁନାବେଶକୁ । 



  • Jul 21, 2021 17:49 IST

    ଆଜି ତାର ସୁନାବେଶ, ସୁନାର ମୁକୁଟ ପିନ୍ଧିବ ସେ

    ସେ ତ କାଳିଆ ଠାକୁର । ଚର୍ତୁଦିଗ ଦେଖୁଛି ତାହାର ଲୀଳା । ସେ ପିନ୍ଧିବ ସୁନାର ମୁକୁଟ । ସେ ପିନ୍ଧିବ ସୁନାର ପୟର । ଏତେ ସଜବାଜ ତ ତା ପାଇଁ । ଶ୍ରୀମନ୍ଦିରରୁ ସେବାୟତମାନେ ବୋହି ନେଉଛନ୍ତି ସୁନାର ମୁକୁଟ ଓ ଅନ୍ୟ ଅଳଙ୍କାର । 



  • Jul 21, 2021 17:31 IST

    ରତ୍ନ ଭଣ୍ଡାର ଖୋଲିବା ପରେ କଣ କଣ ନିତି କାନ୍ତି ହୁଏ

    ମହଣ ମହଣ ସୁନା ଆଭୁଷଣରେ ସଜ୍ଜା ହେବେ ଦାରୁ ବ୍ରହ୍ମ । ଭକତ ବିନା ସୁନା ବେଶ ହେବେ ମହାପ୍ରଭୁ । ଶ୍ରୀମନ୍ଦିର ତତ୍ୱ ଅନୁସାରେ କଣ କଣ ବେଶ ହୁଏ ଶୁଣନ୍ତୁ କଣ କହୁଛନ୍ତି ଗବେଷକ ।



  • Jul 21, 2021 17:27 IST

    କଳିଯୁଗରେ କାହିଁକି ଦକ୍ଷିଣ ମୁଁହା ହୋଇ ବେଶ ଧାରଣ କରୁଛନ୍ତି ମହାପ୍ରଭୁ ?

    କଳିଯୁଗରେ କାହିଁକି ଦକ୍ଷିଣ ମୁଁହା ହୋଇ ବେଶ ଧାରଣ କରୁଛନ୍ତି ମହାପ୍ରଭୁ ? କଣ ଏହି ବେଶର ମାହତ୍ମ୍ୟ ଏବଂ ଦକ୍ଷିଣ ମୁଁହା ହୋଇ ବେଶ ଧାରଣ କରିବାର କାରଣ କଣ ଶୁଣନ୍ତୁ କଣ କହୁଛନ୍ତି ଗବେଷକ ।



  • Jul 21, 2021 17:26 IST

    ରଥକୁ ଆସୁଛି ମହାପ୍ରଭୁଙ୍କ ଅଳଙ୍କାର

    ମହାପ୍ରଭୁ ରଥାରୁଢ଼ ଥିଲାବେଳେ ଯେଉଁ ସବୁ ସୁବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସୁନାବେଶ ଧାରଣ କରନ୍ତି, ସେଥିରେ କେଉଁ ସବୁ ଅଳଙ୍କାର ଅଛି ଜାଣିଛନ୍ତି ?



  • Jul 21, 2021 17:01 IST

    ମହାପ୍ରଭୁଙ୍କ ସୁନା ବେଶ ପାଇଁ ରଥରେ ପହଞ୍ଚିଲା ଅଳଙ୍କାର

    ମହାପ୍ରଭୁଙ୍କ ସୁନା ବେଶ ପାଇଁ ରଥରେ ପହଞ୍ଚିଲା ଅଳଙ୍କାର । ତିନି ଠାକୁରଙ୍କ ଅଳଙ୍କାର ରଥରେ ପହଞ୍ଚି ସାରିଛି । ଠାକୁରଙ୍କ ଅଳଙ୍କାର ମଧ୍ୟରେ ରହିଛି, 

    ଶ୍ରୀ ପୟର-୪ (ଦେବୀ ସୁଭଦ୍ରାଙ୍କର ନାହିଁ)

    ଶ୍ରୀଭୁଜ-୪ (ଦେବୀ ସୁଭଦ୍ରାଙ୍କର ନାହିଁ)

    କୀରିଟ-୩ (ପ୍ରତ୍ୟେକ-୧)

    କାନ-୬ (ପ୍ରତ୍ୟେକ-୨)

    ବାହାଡ଼ାମାଳି-୨(ଶ୍ରୀବଳଭଦ୍ର-୧, ଶ୍ରୀ ଜଗନ୍ନାଥ-୧)

    ତାବିଜ ମାଳି-୧(ଶ୍ରୀ ଜଗନ୍ନାଥ-୧)

    ହରିଡ଼ାକଦମ୍ବ ମାଳି-୧(ଶ୍ରୀ ଜଗନ୍ନାଥ-୧)

    ବାଘନଖି ମାଳି-୧(ଶ୍ରୀ ଜଗନ୍ନାଥ-୧)

    କଦମ୍ବ ମାଳି-୪(ଶ୍ରୀ ବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୧, ଦେବୀ-୧)

    ସେବତୀ ମାଳି-୩(ପ୍ରତ୍ୟେକ-୧)

    ହଳ ଓ ମୂଷଳ- (ଶ୍ରୀ ବଳଭଦ୍ର)

    ଚକ୍ର-୧(ଶ୍ରୀଜଗନ୍ନାଥ)

    ତିଳକ-୨(ଶ୍ରୀବଳଭଦ୍ର-୧ ଶ୍ରୀଜଗନ୍ନାଥ-୧)

    ଆଡ଼କାନି-୪(ଶ୍ରୀବଳଭଦ୍ର-୨ ଶ୍ରୀ ଜଗନ୍ନାଥ-୨)

    ଚନ୍ଦ୍ରସୂର୍ଯ୍ୟ-୬(ପ୍ରତ୍ୟେକ-୨)

    ଅଳକା-୩(ପ୍ରତ୍ୟେକ-୧)

    ଓଡ଼ିଆଣୀ-୩(ପ୍ରତ୍ୟେକ-୧)

    ଚନ୍ଦ୍ରିକା-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)

    ତଡ଼କୀ-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧)

    ଶଙ୍ଖ(ରୂପା)-୧(ଶ୍ରୀ ଜଗନ୍ନାଥ)

    ତେବେ ଏହି ବେଶରେ ଗୋଟିଏ ଶଙ୍ଖ ବ୍ୟବହୃତ ହୋଇଥାଏ। ତାହା ପୁଣି ଜଗନ୍ନାଥଙ୍କ ପାଖରେ। ଆଉ ସେଇ ଶଙ୍ଖଟି ହିଁ କେବଳ  ରୂପା।



  • Jul 21, 2021 16:49 IST

    ଆଜି ମହାପ୍ରଭୁଙ୍କ ରାଜବେଶ ବା ସୁନାବେଶ

    ସବୁ ରାଜବେଶ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ଉପରେ ହୁଏ। ବର୍ଷକେ ଥରେ ଆଷାଢ ଶୁକ୍ଳ ଏକାଦଶୀରେ ତିନି ରଥ ଉପରେ ତିନି ଦିଅଁଙ୍କର ହୁଏ ରାଜବେଶ। ଏହି ବେଶର ଏକ ସ୍ୱତନ୍ତ୍ରତା ରହିଛି। ଏହି ରାଜବେଶରେ ପ୍ରଭୁ ଦୁଇଟି ଅଳଙ୍କାର ପିନ୍ଧି ନ ଥାନ୍ତି ଯାହା ଅନ୍ୟ ବେଶରେ ପିନ୍ଧିଥାନ୍ତି। ତାହା ହେଉଛି ରତ୍ନ ଚିତା ଏବଂ ରାହୁରେଖା। ରଥ ଉପରେ ଯାହା ପିନ୍ଧନ୍ତି ତାହା ହେଉଛି ସୋଲ ଚିତା। ଏହି ସୋଲ ଚିତା ଉପରେ ଅଳ୍ପ ସୁନାର ଆବରଣ ଦିଆଯାଇଥାଏ।



  • Jul 21, 2021 16:37 IST

    ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି

    ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନାବେଶ ନୀତିକାନ୍ତି । ଶ୍ରୀକ୍ଷେତ୍ରରେ ରଥ ଉପରେ  ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଅପରାହ୍ନରେ ସାରା ଜଗତ ଦେଖିବ ଚକାଆଖିର ସୁନାବେଶ । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି । 

    ଅଧିକ ପଢ଼ନ୍ତୁ



  • Jul 21, 2021 15:33 IST

    ଆରମ୍ଭ ହେଲା ମହାପ୍ରଭୁଙ୍କ ସୁନା ବେଶ ନୀତିକାନ୍ତି



  • Jul 21, 2021 12:42 IST

    ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜିଉଙ୍କ ସୁନାବେଶ

    ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ ।

    ଅଧିକ ପଢନ୍ତୁ 



Suna Besha Suna Besha 2021 Puri Suna Besha Suna Besha Live
Advertisment
Advertisment