୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହା ହେଉଛି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ । ତେଣୁ କାହାକୁ ସେ କ’ଣ ଦେବେ, ତା’ ଉପରେ ରହିଛି ସାରା ଦେଶର ନଜର । କେନ୍ଦ୍ର ବଜେଟ୍-୨୦୨୪ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
22:29 PM
ବିକଶିତ ଭାରତ ଲକ୍ଷ୍ୟରେ ୯-ସୂତ୍ରୀ ବଜେଟ୍। ନିର୍ମଳାଙ୍କ ଫୋକସରେ ୯ଟି କ୍ଷେତ୍ର। କୃଷି, ନିଯୁକ୍ତି, ମାନବ ସମ୍ବଳ, ନିର୍ମାଣ କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ନବସୃଜନ ଓ ନୂଆ ପୀଢ଼ି ସଂସ୍କାର। ଦେଶର ୪ କୋଟିରୁ ଅଧିକ ଯୁବବର୍ଗଙ୍କ ନିଯୁକ୍ତି, ଦକ୍ଷତା ବିକାଶ ଓ ଅନ୍ୟ ସୁଯୋଗ ସୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅନ୍ତର୍ଗତ ୫ଟି ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୫ ବର୍ଷ ଭିତରେ ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଅଧିକ ପଢ଼ନ୍ତୁ...
22:29 PM
ଶସ୍ତା ହେଲା ସୁନା, ରୁପା ଓ ପ୍ଲାଟିନମ୍। କାରଣ, ବଜେଟରେ ଏସବୁ ଉପରୁ କଷ୍ଟମ ଡ୍ୟୁଟି ଅର୍ଥାତ୍ ସୀମା ଶୁଳ୍କ ହ୍ରାସ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସୁନା ଓ ରୁପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ କରାଯାଇଛି। ପୂର୍ବରୁ ସୁନା ଉପରେ ସୀମା ଶୁଳ୍କ ୧୫ ପ୍ରତିଶତ ଥିଲା। ଏବେ ଏହା ୬ ପ୍ରତିଶତକୁ ହ୍ରାସ ପାଇବାରୁ ଭୁବନେଶ୍ୱରରେ ସୁନା ୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା କମିଛି। ଆଜି ସକାଳେ ୧୦ ଗ୍ରାମ ପିଛା ୬୭ ହଜାର ୫୦୦ ଟଙ୍କା ଥିଲା ସୁନା ଦର। ଏବେ ଏହା ୬୪ ହଜାର ଟଙ୍କାକୁ ଖସି ଆସିଛି। ଅଧିକ ପଢ଼ନ୍ତୁ
22:28 PM
ପୁରୁଣା ଅପରିବର୍ତ୍ତିତ, ନୂଆରେ ପରିବର୍ତ୍ତନ । ନ୍ୟୁ ଇନକମ୍ ଟ୍ୟାକ୍ସ ରେଜିମ ପ୍ରତି ଅଧିକରୁ ଅଧିକ ଆୟକରଦାତାଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନୂଆ ଆୟକର ବ୍ୟବସ୍ଥାକୁ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବଢ଼ାଇଛନ୍ତି। ତେବେ ପୁରୁଣା ଆୟକର ବ୍ୟବସ୍ଥା ଅର୍ଥାତ୍ ଓଲ୍ଡ ଇନକମ୍ ଟ୍ୟାକ୍ସ ରେଜିମରେ ଏହା ୫୦ ହଜାର ଟଙ୍କାରେ ଅପରିବର୍ତ୍ତିତ ରହିଛି। ସେହିପରି ପେନସନ୍ ଭୋଗୀ ଆୟକରଦାତାଙ୍କ ପାଇଁ ବି ନୂଆ ବ୍ୟବସ୍ଥାରେ ରିହାତିକୁ ୧୫ ହଜାରରୁ ୨୫ ହଜାର ଟଙ୍କାକୁ ବଢ଼ାଯାଇଛି। ଅଧିକ ପଢ଼ନ୍ତୁ
21:22 PM
21:22 PM
21:21 PM
21:21 PM
21:20 PM
19:57 PM
19:56 PM
ଚର୍ଚ୍ଚାରେ ଅର୍ଥମନ୍ତ୍ରୀଙ୍କ ଶାଢୀ । କାହିଁକି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଏତେ ଚର୍ଚ୍ଚା ? ସପ୍ତମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଥର ବଜେଟ ଆଗତ ସମୟରେ ପାରମ୍ପରିକ ଶାଢୀରେ ନଜର ଆସିଥାନ୍ତି ନିର୍ମଳା । ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା। ଏଥର ମଧ୍ୟ ପାରମ୍ପରିକ ଶାଢୀ ପିନ୍ଧି ସଂସଦରେ ବଜେଟ ଆଗତ କରିଛନ୍ତି । ତେବେ ଜାଣନ୍ତୁ ଏହା ପଛର ରହସ୍ୟ... ଅଧିକ ପଢ଼ନ୍ତୁ...
19:55 PM
18:48 PM
ବିକଶିତ ଭାରତ ନେଇ ବଜେଟରେ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି ସରକାର।
18:41 PM
18:41 PM
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- ବଜେଟ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
- 'ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦିଆଯାଇଛି'
- 'ଆବଶ୍ୟକୀୟ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି'
- 'ପର୍ଯ୍ୟଟନ, ବନ୍ୟଜନ୍ତୁ, ସାମୁଦ୍ରିକ ସମ୍ପଦ, ମନ୍ଦିର ବିକାଶରେ ସହାୟକ ହେବ'
- ଓଡ଼ିଶା ପର୍ଯ୍ୟଟନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ- ମୋହନ ମାଝୀ
18:40 PM
18:40 PM
18:39 PM
18:37 PM
୬% କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର କମିଲା ସୁନା ଦର
୧୦ ଗ୍ରାମ ପିଛା ସାଢ଼େ ୩ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା
ପୂର୍ବରୁ ୧୦ ଗ୍ରାମ ପିଛା ୬୭, ୫୦୦ ଥିଲା, ଏବେ ୬୪ ହଜାର
ପୂର୍ବରୁ ରୁପା କିଲୋ ୯୫ ହଜାର ଥିଲା, ଏବେ ୯୦ ହଜାର
18:31 PM
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି । ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ । ଅଧିକ ପଢ଼ନ୍ତୁ...
18:31 PM
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଅଧିକ ପଢ଼ନ୍ତୁ...
18:30 PM
ଛିଦିନ ତଳେ ଲଗାତାର ହୁ ହୁ ହୋଇ ବଢ଼ୁଥିଲା ସୁନାଦର । ଗହଣା ପ୍ରିୟ ଭାରତୀୟଙ୍କର ଜୀବନ ନେଇ ଯାଇଥିଲା ସୁନାଦର । ସୁନା କିଣିବା ପୂର୍ବରୁ ଶହେ ଥର ଭାବୁଥିଲେ ଲୋକେ । ପରିସ୍ଥିତି ଏପରି ଆସିଥିଲା ଯେ, ଝିଅ ବାହାଘର କରିବାକୁ ଡରୁଥିଲେ ଲୋକେ । ତେବେ ଆଜିର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ସୂଚନା ସୁନା ବଜାରରେ ହଲଚଲ୍ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ...
16:16 PM
15:52 PM
15:49 PM
ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା । ଓଡ଼ିଶା ଉପରେ ଦୁଇଟି କଥା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଘୋଷଣା ହୋଇଛି । ନିଜ ଅଭିଭାଷଣରେ ସେ କହିଛନ୍ତି, ମନ୍ଦିର, ଅଭୟାରଣ୍ୟ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା । ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ । ଅଧିକ ପଢନ୍ତୁ...
15:11 PM
15:00 PM
14:47 PM
14:46 PM
14:46 PM
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ଏହା ସହ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମ ଥର କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ସମସ୍ତ ନୂତନ କର୍ମଚାରୀଙ୍କୁ ସରକାର ଏକ ମାସର ଦରମା ଦେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ପାଣ୍ଠିର ଅବଦାନ ଭାବରେ ଏହି ରାଶି ପ୍ରଦାନ କରାଯିବ । ଅଧିକ ପଢନ୍ତୁ..
14:27 PM
14:26 PM
14:20 PM
14:05 PM
14:01 PM
ଖୁସି ଖବର । ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଆହୁରି ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ । ଅଧିକ ପଢନ୍ତୁ..
13:54 PM
13:54 PM
13:53 PM
13:53 PM
13:49 PM
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଦେଶର କୋଟି କୋଟି ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବରେ ପରିବର୍ତ୍ତନ କରି ଆୟକର ଦାତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହିତ ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ଅଧିକ ପଢନ୍ତୁ..
13:48 PM
13:48 PM
13:47 PM
13:04 PM
13:03 PM
12:55 PM
12:54 PM
12:53 PM
12:40 PM
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏପଟେ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶସ୍ତା ହେବ ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
12:39 PM
12:38 PM
12:32 PM
ଲୋକସଭାରେ ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍ । ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ବିହାର,ଆନ୍ଧ୍ର ପାଇଁ ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ...
12:26 PM
12:21 PM
12:18 PM
12:18 PM
12:17 PM
12:16 PM
12:15 PM
12:14 PM
12:13 PM
12:12 PM
12:06 PM
12:03 PM
12:03 PM
11:57 AM
11:53 AM
ଖୋଲିଲା ନିର୍ମଳାଙ୍କ ବଜେଟ୍ ପେଡ଼ି । ଲୋକସଭାରେ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି । ଏଥର ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଅଧିକ ପଢନ୍ତୁ..
11:48 AM
11:44 AM
11:43 AM
ଉପସ୍ଥାପିତ ହେଲା ବଜେଟ୍-୨୦୨୪। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମପୂର୍ଣ୍ଣାଙ୍ଗ ବଜେଟ୍। ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। ଦେଖନ୍ତୁ ଫଟୋରେ ଖବର...
11:39 AM
11:37 AM
11:36 AM
11:35 AM
11:34 AM
11:14 AM
11:11 AM
11:02 AM
11:00 AM
10:59 AM
10:57 AM
10:41 AM
ଜୁଲାଇ ୨୩ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଙ୍ଗଳବାର ଆଗତ ହେବାକୁ ଥିବା ୨୦୨୪-୨୫ ବଜେଟରୁ ଅନେକ କିଛି ଆଶା କରାଯାଉଛି । ଟିକସ ଆଶ୍ୱସ୍ତିଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ବଜେଟରୁ ଅନେକ କିଛି ଆଶା କରାଯାଉଛି । ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଏଥର ସନ୍ତୁଳିତ ବଜେଟ୍ ଆସିପାରେ । ତେବେ ଆସନ୍ତୁ ନଜର ପକାଇବା ଚଳିତ ଥର ବଜେଟରେ କେଉଁ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି....ଅଧିକ ପଢନ୍ତୁ...
10:29 AM