Advertisment

ବିନା ପିଆଜରେ ବନାନ୍ତୁ ପନିର ମସାଲା | Paneer Masala Recipe Without Onion

ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା। Tips to Prepare Paneer Masala(ପନିର ମସାଲା) Recipe Without Onion ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍‌ ସମୟରେ ଏବଂ […]

author-image
Minati Mishra
ବିନା ପିଆଜରେ ବନାନ୍ତୁ ପନିର ମସାଲା | Paneer Masala Recipe Without Onion

Paneer Masala Recipe Without Onion

ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।

Advertisment

Tips to Prepare Paneer Masala(ପନିର ମସାଲା) Recipe Without Onion

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରିବା ପନିର ମସାଲା। ଖୁବ କମ୍‌ ସମୟରେ ଏବଂ ସହଜରେ ଏହି ତରକାରୀ ପ୍ରସ୍ତୁତ କରିପାରିବେ। ପିଆଜ, ରସୁଣ ନ ଥିଲେ ମଧ୍ୟ ସ୍ୱାଦ ପୂର୍ବପରି ରହିବ।

[caption id="attachment_142095" align="alignnone" width="1126"]Paneer masala in odia Paneer Masala Recipe Without Onion[/caption]

Advertisment

ପନୀର ମସାଲା ପାଇଁ ଆବଶ୍ୟକ ସାମଗ୍ରୀ

ଏଥିପାଇଁ ଦରକାର ଅଧା କିଲୋ ଛୋଟ ଆକାରରେ କଟା ଯାଇଥିବା ପନୀର, ୫୦ ଗ୍ରାମ ପୋସ୍ତର ପେଷ୍ଟ, ୨ଟି ଛୋଟ ଟମାଟୋ ପେଷ୍ଟ, କଟା ଯାଇଥିବା ଧନିଆ ପତ୍ର, ହଳଦି ଗୁଣ୍ଡ, ଧନିଆ, ଜିରା ଓ ଶୁଖିଲା ଲଙ୍କାର ପାଉଡର୍‌, ଗରମ ମସଲା । ଜିରା ଗୁଣ୍ଡକୁ ପୂରା ପାଲିସ ନ ହୋଇ ଖଣ୍ଡ ଖଣ୍ଡ ରହିଥିଲେ ଭଲ। ଏହା ବ୍ୟତିତ ମିଟ୍‌ ମସଲା କିଛି ଦରକାର । ମିସ୍‌ ମସଲା ନ ଥିଲେ ସବ୍‌ଜି ମସଲାରେ ବି  ଚଳିବ। ଅଳେଇଚ, ଲବଙ୍ଗ, ଡାଳଚିନି ଏବଂ ଜାଇତ୍ରି ଗୁଣ୍ଡ କିଛି ଆବଶ୍ୟକ। ତା ଛଡ଼ା ଗୋଟିଏ ତେଜପତ୍ର, ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ।

କେମିତି ପ୍ରସ୍ତୁତ କରିବେ

ଗ୍ୟାସରେ ପ୍ୟାନ ଗରମ ହେଲା ପରେ ତେଲ ପକାନ୍ତୁ। ତେଲ ଏମିତି ପକାଇବେ ଯେମିତି ଏଥିରେ ପନିର ଭାଜି ହୋଇ ପାରୁଥିବ। ପନିର ଅଳ୍ପ ନାଲି ହୋଇଗଲା ପରେ କାଢି ଦିଅନ୍ତୁ। ଚାହିଁଲେ ଆପଣ କଞ୍ଚା ପନିରରେ ବି ଏହାକୁ କରି ପାରିବେ। ଏହି ତେଲରେ ଲବଙ୍ଗ, ଡାଳଚିନି, ଅଳେଇଚ ଗୁଣ୍ଡ ଏବଂ ତେଜପତ୍ର ପକାନ୍ତୁ । ଏହା ଅଳ୍ପ ଭାଜି ହୋଇଗଲା ପରେ ଏଥରେ ଟମାଟୋ ପେଷ୍ଟ ପକାଇ କଷନ୍ତୁ। ଏହାପରେ ଆବଶ୍ୟକତା ଅନୁଯାୟୀ ଲୁଣ, ଅଧାଚାମଚ ହଳଦି ଗୁଣ୍ଡ, ଗୋଟିଏ ଚାମଚ ଲଙ୍କାଗୁଣ୍ଡ ପକାନ୍ତୁ। ଅଳ୍ପ ଭାଜିଲା ପରେ ଏଥିରେ ଆବଶ୍ୟକତା ଅନୁଯାୟୀ ଜିରା ଗୁଣ୍ଡ, ମିଟ୍‌ ମସଲା ପାଉଡର, ଧନିଆ ପାଉଡର ଓ ଗରମ ମସଲା ପକାନ୍ତୁ । ଏହା ପ୍ରାୟ ୩ ମିନିଟ କଷିବା ପରେ ବଟା ପୋସ୍ତ ପକାଇ ୨ ମିନିଟ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଗଲା ପରେ ଏଥିରେ  ପନିର ପକାଇ ହାଲ୍‌କା ଭାବେ ଗୋଳାନ୍ତୁ।

ଏଥର ୧/୪ କପ୍‌ ପାଣି ଦେଇ ୨ ମିନିଟ୍ ଫୁଟାନ୍ତୁ। ତା’ ପରେ ଚୂଲିରୁ ଓହ୍ଲାଇ ଆଣନ୍ତୁ।

ଆପଣଙ୍କ ପନିର ମଶାଲା ଏବେ ପ୍ରସ୍ତୁତ ହୋଇଗଲା।  ଏଥିରେ ଧନିଆ ପତ୍ର ଗୁଣ୍ଡ ପକାଇ ପୁରୀ, ପରାଠା, ରୁଟ ସହ ଗରମ ଗରମ ଖାଆନ୍ତୁ।

ଆହୁରି ପଢ଼ନ୍ତୁ: How to Prepare Butterfly Chicken Recipe

Odia Food Recipes
Advertisment
Advertisment