/odishatv-khabar/media/post_attachments/uploadimage/library/16_9/16_9_0/chingudi-2_1625183268.jpg)
chingudi
ଆବଶ୍ୟକସାମଗ୍ରୀ: ଚିଙ୍ଗୁଡ଼ି, ଲୁଣ, ହଳଦୀ, ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, କାସୁନ୍ଦି ସୋରିଷ ସସ୍ , ତେଲ।
Advertisment
ପ୍ରସ୍ତୁତିପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼େଇ ତାକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଚିଙ୍ଗୁଡ଼ିକୁ ହାଲ୍କା ଭାଜି ଦିଅନ୍ତୁ।
ତା’ପରେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର, କଟା କଞ୍ଚା ଲଙ୍କା, କଟା ରସୁଣ, ଲୁଣ ଓ ଭଜା ଚିଙ୍ଗୁଡ଼ି ପକାଇ ଭଲଭାବେ ଭାଜନ୍ତୁ। ଶେଷରେ ଏଥିରେ କାସୁନ୍ଦି ସୋରିଷ ସସ୍ ପକାଇ ଗୋଳାଇଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ କାସୁନ୍ଦି ଚିଙ୍ଗୁଡ଼ି। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)