/odishatv-khabar/media/post_attachments/uploadimage/library/16_9/16_9_0/sukhua_1625186973.jpg)
mati handi sukhua
ଆବଶ୍ୟକ ସାମଗ୍ରୀ :
କଟା ପିଆଜ, ଅଦା ବଟା, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ, ବଡ଼ି, ପୋଇଡ଼ଙ୍କ, ମାଟି ଆଳୁ, ସାରୁ, ପଥର ମୁଣ୍ଡି ଶୁଖୁଆ ଭଜା ଓ ସୋରିଷ ତେଲ।
How to Prepare Mati Handi Sukhua
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଗ୍ୟାସ୍ ଲଗାଇ ପଥର ମୁଣ୍ଡି ଶୁଖୁଆ କାଟି ଭାଜି ରଖନ୍ତୁ। ଚୁଲିରେ ହାଣ୍ଡି ବସାଇ ଦୁଇ ଚାମଚ ସୋରିଷ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ, ରସୁଣ ବଟା ୨ ଚାମଚ, ଅଦା ବଟା ୨ ଚାମଚ, ୨ ଚାମଚ ଲଙ୍କା ଗୁଣ୍ଡ, କିଛି କଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।
ଆହୁରି ଜାଣନ୍ତୁ: କେମିତି ତିଆରି ହୁଏ ‘ଚିଜ୍ ପିଜ୍ଜା’
ମସଲା କଷି ହୋଇଯିବା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସିଝା ସାରୁ ଓ ମାଟି ଆଳୁ ପକାଇ କଷନ୍ତୁ। ଏହାପରେ ସେଥିରେ ୨ ଚାମଚ ସୋରିଷ ବଟା, ସ୍ୱାଦ ଅନୁସାରେ ଲୁଣ ପକାଇ କଷିବା ପରେ ଭଜା ହୋଇଥିବା ପୋଇ ପକାଇ ପାଣି ଦିଅନ୍ତୁ। ପାଣି ଫୁଟିଯିବା ପରେ ଶୁଖୁଆ ଭଜା ଓ ଭଜା ବଡ଼ି ପକାଇ ୧୦ ରୁ ୧୫ ମିନିଟ୍ ଭଲ ଭାବରେ ଫୁଟାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମାଟି ହାଣ୍ଡି ଶୁଖୁଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)