Advertisment

କାଠି ଚିକେନ୍‌

ଆବଶ୍ୟକ ଉପକରଣ: ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍‌ ଫଏଲ୍‌, ଶାଳ ପତ୍ର ଓ କାଠି ଷ୍ଟିକ୍‌ ମଧ୍ୟ ଏହି ଆଇଟମ୍‌ ଲାଗି ଦରକାର। How to Make Kathi Chicken ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନ୍‌ରେ ଦହି ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ, ୫୦୦ ଗ୍ରାମ୍‌ ଚିକେନ୍‌ରେ ତିନି […]

author-image
Biswobandita Swain
ଅଦ୍ୟତନ ହୋଇଛି
କାଠି ଚିକେନ୍‌

chicken

ଆବଶ୍ୟକ ଉପକରଣ: ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦି, ତେଲ, ଅଦା ଓ ରସୁଣ ପେଷ୍ଟ, ଦହି, ଲେମ୍ବୁ ରସ ଏବଂ ଗୋଲମରିଚ ଗୁଣ୍ଡ। ଏହାବ୍ୟତୀତ ଆଲମୁନିୟମ୍‌ ଫଏଲ୍‌, ଶାଳ ପତ୍ର ଓ କାଠି ଷ୍ଟିକ୍‌ ମଧ୍ୟ ଏହି ଆଇଟମ୍‌ ଲାଗି ଦରକାର।

Advertisment

How to Make Kathi Chicken

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନ୍‌ରେ ଦହି ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ, ୫୦୦ ଗ୍ରାମ୍‌ ଚିକେନ୍‌ରେ ତିନି ଚାମଚ ଦହି ଓ ଫାଳେ ଲେମ୍ବୁ ପକାଇବା ଉଚିତ୍‌। ତେଣୁ ଆପଣ ଯେତେ ପରିମାଣରେ ଚିକେନ୍‌ ବ୍ୟବହାର କରିବେ, ସେହି ଅନୁସାରେ ଦହି ଓ ଲେମ୍ବୁ ରସର ପରିମାଣ ବଢ଼ାଇବେ କିମ୍ବା କମାଇବେ। ଦହି ଓ ଲେମ୍ବୁ ରସ ପକାଇ ସାରିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଏହାକୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ। ଏହାପରେ ଚିକେନ୍‌ରେ ଲଙ୍କା ଗୁଣ୍ଡ, ଗରମ ମସଲା, ଅଦାରସୁଣ ପେଷ୍ଟ, ହଳଦି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ସେହି ମିଶ୍ରଣରେ ତେଲ ମଧ୍ୟ ପକାଇ ଭଲ ଗୋଳେଇ ଦିଅନ୍ତୁ। ୫୦୦ ଗ୍ରାମ୍ ଚିକେନ୍‌ ନେଇଥିଲେ ୨ ଚାମଚ ତେଳ ଯଥେଷ୍ଟ।

ଏବେ ଚିକେନ୍‌ ପିସ୍‌ରେ ଷ୍ଟିକ୍ ଭର୍ତ୍ତି କରନ୍ତୁ। ଗୋଟିଏ ଷ୍ଟିକ୍‌ରେ ୩ରୁ ୪ ପିସ୍‌ ଚିକେନ୍ ରଖିବେ। ମନେ ରଖନ୍ତୁ, ଏହି ଷ୍ଟିକ୍‌ଗୁଡ଼ିକୁ ପୂର୍ବରୁ ପାଣିରେ ଭିଜାଇ ଦେଇଥିବେ।  ଫଳରେ ଷ୍ଟିକ୍‌ଗୁଡ଼ିକ ଶୀଘ୍ର ନିଆଁରେ ଜଳି ଯିବ ନାହିଁ।

Advertisment

ଏହାପରେ ଗୋଟିଏ ପ୍ଲେଟ୍‌ ଉପରେ ଆଲମୁନିୟମ୍‌ ଫଏଲ୍‌ ରଖନ୍ତୁ। ତା’ ଉପରେ କିଛି ଶାଳ ପତ୍ର ରଖନ୍ତୁ। ଏହା ଉପରେ ଚିକେନ୍‌ ଷ୍ଟିକ୍‌ ଗୁଡିକୁ ଥୋଇ ଦିଅନ୍ତୁ। ଚିକେନ ଷ୍ଟିକ୍‌ ଉପରେ ପୁଣି ଥରେ ଶାଳ ପତ୍ର ଦେଇ ଏହାକୁ ଭଲ ଭାବେ ଫୋଲ୍ଡ କରି ଦିଅନ୍ତୁ।

ଆହୁରି ପଢ଼ନ୍ତୁ: କିପରି ତିଆରି କରିବେ ସ୍ୱିଟି ଚିକେନ୍‌

ଏଥର ଗ୍ୟାସ୍‌ ଅନ୍‌ କରନ୍ତୁ। ଗ୍ୟାସ୍‌ ଉପରେ ଏକ ରୁଟି ସେକା ରଖି ତା’ ଉପରେ ଏହି ରୋଲ୍‌ ଗୁଡ଼ିକୁ ରଖି ଦିଅନ୍ତୁ। ଗ୍ୟାସ୍‌ ସିମ୍‌ ରଖନ୍ତୁ। ମଝିରେ ମଝିରେ ରୋଲ୍‌ଗୁଡ଼ିକୁ ଓଲଟାଇ ଦେଉଥିବେ, ଯେପରି ଉଭୟ ପାର୍ଶ୍ୱ ଠିକ୍‌ ନିଆଁ ପାଇବ। ୧୫ରୁ ୨୦ ମିନିଟ୍‌ ପରେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ।

କିଛି ସମୟ ପରେ ଶାଳ ପତ୍ରରୁ ଚିକେନ୍‌ ଷ୍ଟିକ୍‌ ବାହାର କରି ଦିଅନ୍ତୁ। ଆଉ ଥରେ ଉକ୍ତ ରୁଟି ସେକା ଉପରେ ଏହି ଷ୍ଟିକ୍‌ଗୁଡ଼ିକୁ ରଖି ଗ୍ୟାସ୍‌ ଅନ୍‌ କରନ୍ତୁ। ଫଳରେ ଏହା ନିଆଁ ସଂସ୍ପର୍ଶରେ ଆସି ଭଲ ଭାବେ ପୋଡ଼ି ହୋଇଯିବ। ଉଭୟ ପାର୍ଶ୍ୱ ହାଲକା ବ୍ରାଉନ୍‌ କଲର ହେବା ପରେ ଏହାକୁ ଆଣି ପ୍ଲେଟରେ ରଖନ୍ତୁ। ଏଥର ମନ ପସନ୍ଦର ସସ୍ କିମ୍ବା ଚଟଣି ସହିତ ଏହାକୁ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ।

Odia Food Recipes
Advertisment
Advertisment