Advertisment

Grand Welcome for Modi at Tel Aviv Airport: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଲ୍ ଅଭିଭ ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ବାଗତ। ନେତନ୍ୟାହୁଙ୍କ ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ମୋଦୀଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ। ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟିବେ ପିଏମ୍ ମୋଦି।

author-image
Pramod Behera
Grand Welcome for Modi at Tel Aviv Airport

ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ Photograph: (OTV)

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ରାଜଧାନୀ ତେଲ୍ ଅଭିଭ୍ ପହଞ୍ଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ତାଙ୍କ ପତ୍ନୀ ସାରା ବିମାନ ବନ୍ଦରରେ ପିଏମ ମୋଦୀଙ୍କୁ ସ୍ୱାଗତ କରିଥିଲେ। ନେତନ୍ୟାହୁ ପ୍ରୋଟୋକଲ ଭାଙ୍ଗି ବିମାନ ବନ୍ଦର ପହଞ୍ଚି ମୋଦୀଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଛନ୍ତି। 

Advertisment

ଏହାସହ ପିଏମ ମୋଦୀଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ ଅନର ଦିଆଯାଇଛି। ପିଏମ ମୋଦୀ ୯ ବର୍ଷ ପରେ ଇସ୍ରାଏଲ ପହଞ୍ଚିଛନ୍ତି। ଏହା ପୂର୍ବରୁ ସେ ୨୦୧୭ରେ ଇସ୍ରାଏଲ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଇସ୍ରାଏଲର ସଂସଦକୁ ସମ୍ବୋଧନ କରିବେ। ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପିଏମ ମୋଦୀ ଇସ୍ରାଏଲଙ୍କ ରାଷ୍ଟ୍ରପତି ଇସାକ ହରଜୋଗ ମଧ୍ୟ ସାକ୍ଷାତ କରିବେ। ଏହା ସହ ସେ ଜେରୁସାଲେମ ଗସ୍ତ କରିବେ। 

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ବନ୍ଧ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ। ବିଶେଷ କରି ପ୍ରତିରକ୍ଷା, ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ଜଳ ପରିଚାଳନା ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଦ୍ୱିପାକ୍ଷିକ ସମ୍ପର୍କ ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

  • ଇସ୍ରାଏଲରେ ମୋଦିଙ୍କୁ ଭବ୍ୟ ସ୍ବାଗତ
  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ତେଲ୍ ଅଭିଭ ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସ୍ବାଗତ
  • ନେତନ୍ୟାହୁଙ୍କ ପକ୍ଷରୁ ମୋଦୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
  • ମୋଦୀଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ପ୍ରଦାନ
  • ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟିବେ ପିଏମ୍ ମୋଦି
  • ଇସ୍ରାଏଲ ପାର୍ଲାମେଣ୍ଟକୁ କରିବେ ସମ୍ବୋଧନ କରିବେ ମୋଦି
Israel PM Narendra Modi Narendra Modi
Advertisment
Advertisment