/odishatv-khabar/media/media_files/2026/02/22/pak-attack-ad-2026-02-22-17-10-40.jpg)
ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ହମଲା Photograph: (OTV)
ଯୁଦ୍ଧ ମୁହାଁ ପାକିସ୍ତାନ। ଆଫଗାନିସ୍ତାନ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ । ଆଫଗାନିସ୍ତାନ ସୀମା ଭିତରେ ପଶି ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ ବାୟୁସେନା। ପାକିସ୍ତାନରେ ବଢୁଥିବା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।
ଗତକାଲି ରାତିରେ ପାକିସ୍ତାନୀ ଯୁଦ୍ଧବିମାନ ଓ ଡ୍ରୋନ୍ ଆଫଗାନିସ୍ତାନ ବାରମଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୋମାମାଡ଼ କରିଛି। ବିଶେଷ କରି ସୀମା ନିକଟବର୍ତ୍ତୀ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣରେ ଟାର୍ଗେଟ୍ କରାଯାଇଥିବା ଦାବି କରିଛି ପାକିସ୍ତାନ। ଆଫଗାନିସ୍ତାନରେ ଆଶ୍ରୟ ନେଉଥିବା ତେହରିକ-ଏ-ତାଲିବାନ-ପାକିସ୍ତାନ TTP ଓ ISKPର ସଦସ୍ୟମାନେ ଏହି ବିସ୍ଫୋରଣ ପଛରେ ଥିବାରୁ ସେମାନଙ୍କ ଆଡ୍ଡାକୁ ଧ୍ବଂସ କରିଛି। କିନ୍ତୁ ଆଫଗାନିସ୍ତାନ କହିଛି, ଜନବସତି ଓ ମଦ୍ରାସାରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି। ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପାକିସ୍ତାନର ଏୟାରଷ୍ଟ୍ରାଇକ୍ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନର ତାଲିବାନ ଶାସନ ଏହି ଆକ୍ରମଣକୁ ଦେଶର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ ବୋଲି କହିଛି। ଏଥିସହ ଏହାର ପରିଣାମ ପାକିସ୍ତାନ ପାଇଁ ଭୟଙ୍କର ହୋଇପାରେ ବୋଲି ତାଲିବାନ ପକ୍ଷରୁ ଚେତାବନୀ ଦିଆଯାଇଛି।
- ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ହମଲା
- ଆଫଗାନିସ୍ତାନ ସୀମା ଭିତରେ ପଶି ଏୟାରଷ୍ଟ୍ରାଇକ୍
- ବଡ଼ ଧରଣର ହମଲା କରିଛି ପାକିସ୍ତାନ ବାୟୁସେନା
- ଏୟାରଷ୍ଟ୍ରାଇକରେ ୧୯ ସାଧାରଣ ନାଗରିକଙ୍କ ମୃତ୍ୟୁ ସୂଚନା
- ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିବା ପାକିସ୍ତାନର ଦାବି
- ଆଫଗାନିସ୍ତାନ ବାରମଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍
- ଜନବସତି ଓ ମଦ୍ରାସାରେ ଆକ୍ରମଣ କରିଥିବା ଆଫଗାନିସ୍ତାନର ଦାବି
- ପାକିସ୍ତାନର-ଆଫଗାନିସ୍ତାନ ଭିତରେ ବଢ଼ିଲା ଉତ୍ତେଜନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)