Advertisment

Nature’s Fury in Vietnam: ବନ୍ୟାର କରାଳ ରୂପ... ଅନେକ ମୃତ, ଅନ୍ଧାରରେ ୧୦ ଲକ୍ଷ ପରିବାର

ପ୍ରକୃତିର କରାଳ ରୂପ। ଛାରଖାର ହୋଇଯାଇଛି ଭିଏତନାମ। ଜଳବାୟୁ ପରିବର୍ତ୍ତନ ପାଇଁ ଭିଏତନାମରେ ଏହିଭଳି ପରିସ୍ଥିତି ଉପୁଜିଛି ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି।

author-image
Chinmayee Sahoo
Central Vietnam floods

Central Vietnam floods Photograph: (OTV)

ଭିଏତନାମରେ ବନ୍ୟାର କରାଳ ରୂପ। ୯୦ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ଅନେକ ନିଖୋଜ। ବିଦ୍ୟୁତ ସେବା ବ୍ୟାହତ। ଅନ୍ଧାରରେ ୧୦ ଲକ୍ଷ ପରିବାର। ପାଣି ଘେରରରେ ୫୦ ହଜାର ଘର। ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛ। ବିଲବାଡି, ଘର ଦ୍ବାର ସବୁକିଛି ଜଳମଗ୍ନ। ରାସ୍ତାରେ ଅଣ୍ଟାଏ ଅଣ୍ଟାଏ ପାଣି। ଯେଉଁଆଡେ ଦେଖିବେ ସେଆଡେ କେବଳ ପାଣି ଆଉ ପାଣି।

Advertisment

ଦକ୍ଷିଣ ଓ କେନ୍ଦ୍ରୀୟ ଭିଏତନାମରେ ଭୟାବହ ବନ୍ୟାରେ ମୃତ ସଂଖ୍ୟା ୯୦କୁ ବଢିଛି। ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ବର୍ଷା ପରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ପ୍ରଭାବିତ ଅଞ୍ଚଳରୁ ପାଣି କମିଥିବା ସତ୍ତ୍ୱେ ବହୁତ ଗାଁ ଏବେ ମଧ୍ୟ ଜଳମଗ୍ନ। ଶତାଧିକ ପରିବାର ଅବରୋଧ ଅବସ୍ଥାରେ ଅଛନ୍ତି। ସବୁଠାରୁ ଅଧିକ ୬୩ ମୃତ୍ୟୁ ଘଟିଛି ପର୍ବତିଆ ଡାକ୍ ଲାକ୍ ଜିଲ୍ଲାରେ। ସେଠାରେ ଏବେ ମଧ୍ୟ ୧୨ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ କୖୋଣସି ପତ୍ତା ମିଳୁନାହିଁ।

ଭିଡିଓ ଦେଖନ୍ତୁ:

ଅକ୍ଟୋବର ଶେଷରୁ ଭିଏତନାମର ଦକ୍ଷିଣ–କେନ୍ଦ୍ର ଅଞ୍ଚଳ ପ୍ରବଳ ବର୍ଷା ଜାରି ରହିଛି। ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ପର୍ଯ୍ୟଟନ ନଗରୀ ନା ଟ୍ରାଙ୍ଗରେ, ପୁରା ବୁଡିଯାଇଛି ଏହି ଅଞ୍ଚଳ। ଡା ଲାଟର ପର୍ବତିଆ ରାସ୍ତାରେ ଭୂସ୍ଖଳନ ହୋଇଛି। ଗତ ସପ୍ତାହରେ ୮୦ ହଜାର ହେକ୍ଟର ଧାନ ଓ ଅନ୍ୟାନ୍ୟ ଚାଷ ନଷ୍ଟ ହୋଇଛି। ବନ୍ୟଜଳରେ ଅନେକ ପଶୁପକ୍ଷୀ ବି ଭାସି ଯାଇଛନ୍ତି।

Advertisment

କ୍ଷୟକ୍ଷତି ଅଞ୍ଚଳକୁ ହେଲିକ୍ୟାପ୍ଟରରେ ଯୋଗେ ଖାଦ୍ୟ ସମାଗ୍ରୀ ପଠାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରୀତିମତ ଚେଷ୍ଟା କରାଯାଉଛି। ଜାତୀୟ ରାସ୍ତାର କେତେକ ଅଞ୍ଚଳ ଏବେ ମଧ୍ୟ ବନ୍ଦ ରହିଛି। ୧୨୯ ହଜାରରୁ ଅଧିକ ଘରେ ଏବେ ବିଦ୍ୟୁତ ନାହିଁ।

ଭିଏତନାମ୍ ପ୍ରଧାନମନ୍ତ୍ରୀ ଫାମ୍ ମିନ୍ହ୍ ଚିନ୍ହ ଡାକ୍ ଲାକ୍ ପାଇଁ ଏବଂ ଲାମ୍ ଡଂ, ଗିଆ ଲାଇ ଓ ଖାନ୍ ହୋଆ ପାଇଁ ଭାରତୀୟ ମୁଲ୍ୟରେ ୧୯ ମିଲିୟନ୍ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଜଳବାୟୁ ପରିବର୍ତ୍ତନ ପାଇଁ ଭିଏତନାମରେ ଏହିଭଳି ପରିସ୍ଥିତି ଉପୁଜିଛି ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି।

Vietnam
Advertisment
Advertisment