Advertisment

Supreme Court Next Chief Justice: ସୁପ୍ରିମକୋର୍ଟର ଏହି ବରିଷ୍ଠ ବିଚାରପତି ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ମାତ୍ର ୩୮ ବର୍ଷ ବୟସରେ ସେ...

୨୦୦୪ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ୧୪ ବର୍ଷ ରହିଥିଲେ ବିଚାରପତି। ୨୦୧୮ରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ମିଳିଥିଲା।

author-image
Tapan Swain
Supreme Court

Supreme Court Photograph: (OTV)

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ। ଆସନ୍ତା ନଭେମ୍ବର ୨୩ ତାରିଖରେ ସରୁଛି ବର୍ତ୍ତମାନର ପ୍ରଧାନ ବିଚାରପତି ଗଭାଇଙ୍କ କାର୍ଯ୍ୟକାଳ। ତା ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସେ ହେବେ ଦେଶର ୫୩ତମ ମୁଖ୍ୟ ବିଚାରପତି।

Advertisment

ଆସନ୍ତା ୨୪ ତାରିଖରେ ଦାୟିତ୍ବ ନେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ହରିୟାଣାର ସେ ହେବେ ପ୍ରଥମ ପ୍ରଧାନ ବିଚାରପତି। ୨୦୨୭, ଫେବ୍ରୁଆରୀ ୯ ତାରିଖ ଯାଏଁ ପଦବୀରେ ରହିବେ। ହରିୟାଣା ହିସାରରେ ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୧୯୮୪ରେ ମହର୍ଷି ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିବା ପରେ ହିସାର ଜିଲ୍ଲା କୋର୍ଟରେ ଆଇନଜୀବୀ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ହୋଇଥିଲେ ହରିୟାଣର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ୍।

୨୦୦୪ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ୧୪ ବର୍ଷ ରହିଥିଲେ ବିଚାରପତି। ୨୦୧୮ରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ପଦୋନ୍ନତି ମିଳିଥିଲା। ଏହାପରେ ୨୦୧୯, ମେ ୨୪ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ।...

Advertisment
Chief Justice Of India Supreme Court
Advertisment
Related Articles
Advertisment