Advertisment

Iran Threatens Major Military Strikes: ଇରାନ୍ ନେଉଛି ପ୍ରତିଶୋଧ; ବାହାରିନରେ ଥିବା ଆମେରିକୀୟ ଘାଟିକୁ ବଡ଼ କ୍ଷତି

ମିଡିଲ୍ ଇଷ୍ଟରେ ଭୟଙ୍କର ଯୁଦ୍ଧ। ଇରାନ୍ ନେଉଛି ପ୍ରତିଶୋଧ। ଆମେରିକା-ଇସ୍ରାଏଲ ବିରୁଦ୍ଧରେ ୧୭ ତମ ମିସାଇଲ୍ ଆଟାକ୍। ବାହାରିନରେ ଥିବା ଆମେରିକୀୟ ଘାଟିକୁ ବଡ଼ କ୍ଷତି ପହଞ୍ଚାଇଛି। ୬୮୦ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ୍।

author-image
Pramod Behera
Iran Threatens Major Military Strikes

ଇରାନ୍ ନେଉଛି ପ୍ରତିଶୋଧ Photograph: (OTV)

ମିଡିଲ୍ ଇଷ୍ଟରେ ଭୟଙ୍କର ଯୁଦ୍ଧ। ପ୍ରଥମେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ପରେ ଇରାନ୍ ନେଉଛି ପ୍ରତିଶୋଧ। ତେବେ ପାହାଡ ତଳେ ଗୁପ୍ତରେ ଯୁଦ୍ଧାସ୍ତ୍ର ଲୁଚାଇରଖିଛି ଇରାନ। ଛାଡିଲେ ମାଟିରେ ମିଶି ଧ୍ବଂସ ହେବ ଆମେରିକାର ସୈନ୍ୟ ଘାଟୀ। ଏଯାଏଁ ଇରାନ ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରୟୋଗ କରିନାହି। 

Advertisment

ପାହଡ ତଳେ ଏକ ସୁଡଙ୍ଗରେ ଇରାନ ଏହାର ବ୍ରହ୍ମାସ୍ତ୍ର ବା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ- ICBM ଲୁଚାଇ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ଇରାନ ସେନା - IRGC ପକ୍ଷରୁ ଏଭଳି ଦାବି କରାଯାଇଛି। ସୁଡଙ୍ଗରେ ଶହ ଶହ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମହଜୁଦ ରହିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶରେ ଆମେରିକାର ୫୦୦ ଠିକଣାରେ ଇରାନ ଆକ୍ରମଣ କରିସାରିଥିବା IRGC ପକ୍ଷରୁ । 

ଏଥିରେ ୭୦୦ ଡ୍ରୋନ୍ ଏବଂ ଅନେକ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଛି ବୋଲି ଆଇଆର୍ ଜିସି ପକ୍ଷରୁ କୁହାଯାଇଛି। ... ଇରାନର IRGCର ଦାବି, ଆମେରିକା-ଇସ୍ରାଏଲ ବିରୁଦ୍ଧରେ ୧୭ ତମ ମିସାଇଲ୍ ଆକ୍ରମଣ କରିଛି । ବାହାରିନରେ ଥିବା ଆମେରିକୀୟ ଘାଟିକୁ ବଡ଼ କ୍ଷତି ପହଞ୍ଚାଇଛି। ଆକ୍ରମଣରେ ୬୮୦ ଜଣ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ୍ ।

Advertisment
  • ମିଡିଲ୍ ଇଷ୍ଟରେ ଭୟଙ୍କର ଯୁଦ୍ଧ
  • ଇରାନ୍ ନେଉଛି ପ୍ରତିଶୋଧ
  • ଆମେରିକା-ଇସ୍ରାଏଲ ବିରୁଦ୍ଧରେ ୧୭ ତମ ମିସାଇଲ୍ ଆଟାକ୍
  • ବାହାରିନରେ ଥିବା ଆମେରିକୀୟ ଘାଟିକୁ ବଡ଼ କ୍ଷତି ପହଞ୍ଚାଇଛି
  • ୬୮୦ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ୍
War Middle East Iran
Advertisment
Advertisment