Advertisment

Iran Launches Drone And Missile Attacks: ଚେତାବନୀ ସତ୍ତ୍ୱେ ଥମୁନି ଇରାନ୍ କୋପ; ପଡ଼ୋଶୀ ଅଜରବାଇଜାନରେ ଡ୍ରୋନ୍ ହମଲା

ଚେତାବନୀ ସତ୍ତ୍ୱେ ଥମୁନି ଇରାନ୍ କୋପ। ପଡ଼ୋଶୀ ଅଜରବାଇଜାନରେ ଇରାନର ଡ୍ରୋନ୍ ହମଲା। ଆଜି ଦୋହା ଓ ଆବୁଧାବିରେ ସିରିଜ୍।ଆଟାକ୍ ଏକାକୀ ଆମେରିକା-ଇସ୍ରାଏଲକୁ ପାଣି ପିଆଇଲାଣି ଇରାନ୍। ଇରାନର ସିକ୍ରେଟ ଷ୍ଟ୍ରାଟେଜୀ, ଆମେରିକାର ଟେନସନ୍।

author-image
Pramod Behera
Iran Launches Drone And Missile Attacks

ଚେତାବନୀ ସତ୍ତ୍ୱେ ଥମୁନି ଇରାନ୍ କୋପ Photograph: (OTV)

ଇସ୍ରାଏଲର ଆକ୍ରମଣ, ପୁଣି ଆମେରିକାର ଚରମବାଣୀ। ତାସତ୍ତ୍ୱେ ମାନୁନି କି ଥମୁନି ଇରାନ। ଆତ୍ମଘାତୀ ଡ୍ରୋନରୁ ଆଟାକ୍ କରି ଶତ୍ରୁର ଛାତିରୁ ଖିନଭିନ୍ କରି ପକାଇଲାଣି। ଛଅ ଦିନ ହେବ ଏକାକୀ ଲଢ଼ିବା ସହ ଆମେରିକା ଓ ଇସ୍ରାଏଲକୁ ପାଣି ପିଆଇ ସାରିଲାଣି। ସାରା ବିଶ୍ବ ଦେଖୁଛି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟାର ଭୟଙ୍କର ରୂପ। 

Advertisment

ଆଜି ପ୍ରଥମ ଥର ପଡ଼ୋଶୀ ଅଜରବାଇଜାନ ଭୂଖଣ୍ଡ ଉପରେ ସିଧାସଳଖ ଆକ୍ରମଣ କରି ମଧ୍ୟପ୍ରାଚ୍ୟର ଯୁଦ୍ଧକୁ ଏକ ନୂଆ ମୋଡ଼ ଦେଇଛି ଇରାନ।ସେହିପରି ଡ୍ରୋନ୍ ଓ ମିସାଇଲ୍ ଛାଡ଼ି ପ୍ରଚଣ୍ଡ ହମଲା ସହ ଦୋହା ଓ ଆବୁଧାବି ଛାତିକୁ ଥରାଇ ଦେଇଛି।

ଭୟଙ୍କର ପ୍ରତିଶୋଧ, ଘନଘନ ଆକ୍ରମଣ। ରାତିରେ ଡ୍ରୋନରୁ ହମଲା, ଭୋରରେ ମିସାଇଲ୍ ଆଟାକ୍। ସାରା ବିଶ୍ବକୁ ଦୋହଲାଇ ଦେଲାଣି ମଧ୍ୟପ୍ରାଚ୍ୟରେ ମହାସମର। ଆମେରିକାର ସାମରିକ ଘାଟିକୁ ଖୋଜିଖୋଜି ପ୍ରହାର କରୁଛି ଇରାନ୍ ଡ୍ରୋନ୍ ଓ ମିସାଇଲ୍। ଆଜି ନୂଆ ଟାର୍ଗେଟରେ ରହିଥିଲା ପଡ଼ୋଶୀ ଅଜରବାଇଜାନ। ଯେଉଁଠିକି ଛାଡ଼ିଥିଲା ୨ଟି କାମିକାଜେ ଡ୍ରୋନ୍। ଗୋଟିଏ ନକ୍ଚିଭାନ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ୍ ବିଲ୍ଡିଂକୁ ଧକ୍କା ଦେଇଥିଲା। ଅନ୍ୟଟି ପାଖରେ ଥିବା ଏକ ସ୍କୁଲରେ ପଡ଼ିଥିଲା। 

Advertisment

ପ୍ରଥମ ଥର ପାଇଁ ଅଜରବାଇଜାନର ଭୂଖଣ୍ଡ ଉପରେ ସିଧାସଳଖ ଆକ୍ରମଣ କରି ମଧ୍ୟପ୍ରାଚ୍ୟର ଯୁଦ୍ଧକୁ ଏକ ନୂଆ ମୋଡ଼ ଦେଇଛି ଇରାନ। ଆର୍ମେନିଆ, ଇରାନ ଓ ତୁର୍କୀ ସୀମାକୁ ଲାଗିଥିବା ନକଚିଭାନ ଅଞ୍ଚଳ ଇରାନ ସୀମାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଛି। ଇରାନ ଅଭିଯୋଗ କରିଆସୁଛି ଯେ ଅଜରବାଇଜାନ ନିଜ ମାଟିରେ ଇସ୍ରାଏଲର ଗୁପ୍ତଚର ସଂସ୍ଥାକୁ କାମ କରିବାକୁ ସୁଯୋଗ ଦେଉଛି। 

ସେହିପରି କତାର ରାଜଧାନୀ ଦୋହା ଓ UAE କ୍ୟାପିଟାଲ୍ ଆବୁଧାବିରେ ବି ଆଜି ଜୋରଦାର ହମଲା କରିଛି ଇରାନ୍। ଦୋହାରେ ଲଗାତାର ତିନିଟି ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଅଲ-ଉଦିଦ୍ ସ୍ଥିତ ଆମେରିକା ସାମରିକ ଆଡ୍ଡା ଉପରେ ବାଲିଷ୍ଟିକ ମିସାଇଲ ପକାଇଥିଲା ଇରାନ। ଅଲ-ଉଦିଦ୍ ଏୟାରବେସ୍ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠାରୁ ବଡ଼ ସାମରିକ ଘାଟି। ସେଠି ପ୍ରାୟ ୧୦ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ରହୁଥିବା କୁହାଯାଉଛି। ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍ ପ୍ରତିଦିନ ଭିନ୍ନ ଭିନ୍ନ ଦେଶକୁ ଟାର୍ଗେଟ କରି ଆକ୍ରମଣ କରୁଛି। 

ଆଟାକ୍ ପରେ ଆଟାକ୍ କରି ଟ୍ରମ୍ପ ଓ ନେତାନ୍ୟାହୁଙ୍କ ନିଦ ହଜେଇ ଦେଲାଣି ଇରାନ୍। ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା କହି ଡିଣ୍ଡିମ ପିଟୁଥିବା ଆମେରିକା ଓ ଅତ୍ୟାଧୁନିକ ଟେକ୍ନୋଲୋଜିରେ ସମୃଦ୍ଧ ଇସ୍ରାଏଲକୁ ଏକାକୀ ପାଣି ପିଆଇ ସାରିଲାଣି। ଦୁଇ ମହାଶକ୍ତି ଏକାଠି ହୋଇ ବି ଇରାନକୁ ଦବେଇ ପାରୁନାହାନ୍ତି। କେମିତି ଏକାକୀ ଏତେବଡ଼ ଯୁଦ୍ଧ ଲଢୁଛି ଇରାନ ? କଣ ରହିଛି ତାର ସିକ୍ରେଟ ଏଜେଣ୍ଡା ? 

ଆତ୍ମଘାତୀ ଡ୍ରୋନ୍ ଓ ମିସାଇଲ୍ ଶକ୍ତି:

ଇରାନ ଭଲ ଭାବରେ ଜାଣିଛି ସିଧାସଳଖ ଆକାଶ ମାର୍ଗରେ ଆମେରିକାର F-35 ଫାଇଟର ଜେଟ୍ ସହ ଲଢିପାରିବ ନାହିଁ। ତେଣୁ ସେ ତିଆରି କରିଛି ସୀମିତ ଡ୍ରୋନ୍ ବାହିନୀ। ଘାତକ ଶାହେଦ ଡ୍ରୋନଗୁଡ଼ିକ ଖୁବ୍ କମ୍ ଖର୍ଚ୍ଚରେ ତିଆରି ହୋଇଛି। କିନ୍ତୁ ଏହା ଇସ୍ରାଏଲର କୋଟି କୋଟି ଟଙ୍କାର ଆଇରନ୍ ଡୋମ୍କୁ ଚକମା ଦେବାରେ ସକ୍ଷମ। ଦୀର୍ଘ ସମୟ ଆକାଶରେ ରହି ଟାର୍ଗେଟ ପଏଣ୍ଟକୁ ଖୋଜି ହିଟ୍ କରିଥାଏ।

ମିସାଇଲ୍ ସିଟି:

ଇରାନ ମାଟି ତଳେ ଶତାଧିକ ମିସାଇଲ୍ ସିଟି ବା ଭୂତଳ ସାମରିକ ଘାଟି ନିର୍ମାଣ କରିଛି। ଯାହାକୁ ଧ୍ୱଂସ କରିବା ଆମେରିକା ପାଇଁ ମଧ୍ୟ ସହଜ ନୁହେଁ।

ପ୍ରକ୍ସି ୱାର୍:

ଇରାନ ଏକାକୀ ଲଢୁଥିଲେ ବି ତାର ସମର୍ଥିତ ଗୋଷ୍ଠୀ ଇସ୍ରାଏଲକୁ ଚାରିପଟୁ ଘେରି ରଖିଛନ୍ତି। ଲେବାନନରେ ହିଜବୁଲ୍ଲା ଉତ୍ତର ଇସ୍ରାଏଲକୁ ଅସ୍ଥିର କରିଛି। ୟେମେନରେ ହୁତି ସମୁଦ୍ର ମାର୍ଗରେ ବାଣିଜ୍ୟ ରୋକି ଦେଉଛି। ଗାଜାରେ ହମାସ, ଯିଏ ସିଧାସଳଖ ସ୍ଥଳ ଭାଗରେ ଲଢେଇ କରୁଛି। ନିଜ ସୀମା ବାହାରେ ରହି ଶତ୍ରୁକୁ ଦୁର୍ବଳ କରିବାର କଳା ଜାଣିଛି ଇରାନ।

ଆତ୍ମନିର୍ଭରଶୀଳ ସାମରିକ ଶକ୍ତି:

ଦଶନ୍ଧି ଦଶନ୍ଧି ଧରି ଅନ୍ତର୍ଜାତୀୟ କଟକଣା ସତ୍ତ୍ୱେ ଇରାନ ନିଜର ସାମରିକ ଶକ୍ତି ବଢ଼ାଇଛି। ଅସ୍ତ୍ରଶସ୍ତ୍ର ନିଜେ ତିଆରି କରୁଛି। ଆଜି ଇରାନର ମିସାଇଲ୍ ୨୦୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଭେଦି ପାରୁଛି। ଇରାନର ରଣନୀତି ହେଉଛି Death by a thousand cuts ବା ହଜାରେ ଛୋଟ କ୍ଷତ ଜରିଆରେ ମୃତ୍ୟୁ। 

ସିଧାସଳଖ ଯୁଦ୍ଧ ଅପେକ୍ଷା ଶତ୍ରୁକୁ ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ କରିବାରେ ବିଶ୍ୱାସ କରେ। ଇରାନ୍ ବିଶ୍ବକୁ ଦେଖାଇ ଦେଇଛି କେବଳ ବଡ଼ ବଡ଼ ଅସ୍ତ୍ର ନୁହେଁ, ସଠିକ୍ ରଣନୀତି ଥିଲେ ମହାଶକ୍ତିକୁ ବି ଶାସ୍ତି ଦେଇହେବ।

Iran War Powers Resolution US Iran War War
Advertisment
Advertisment