Advertisment

Middle East tension rises as Iran battles: ଲମ୍ବା ଚାଲିବ ମଧ୍ୟପ୍ରାଚ୍ୟ ଯୁଦ୍ଧ… ସ୍ଥଳଯୁଦ୍ଧକୁ ଓହ୍ଲାଇବ ଆମେରିକା…

ଲମ୍ବା ଚାଲିବ ମଧ୍ୟପ୍ରାଚ୍ୟ ଯୁଦ୍ଧ। ସ୍ଥଳଯୁଦ୍ଧକୁ ଓହ୍ଲାଇବ ଆମେରିକା। ଚତୁର୍ଥ ଦିନରେ ବି ଗଲ୍ଫ କଣ୍ଟ୍ରିରେ ହାହାକାର। ସାଉଦିରେ ଆମେରିକାର ଦୂତାବାସ ଉଡ଼ାଇଲା ଇରାନ୍। ବିଚଳିତ କଲା ଶତାଧିକ ଇରାନୀ ଛାତ୍ରଛାତ୍ରୀଙ୍କ ସମୂହ ସମାଧି। ଟପ୍ ଲିଡରଙ୍କୁ ହରାଇ ବି ଲଢୁଛି ଇରାନ୍।

author-image
Pramod Behera
Middle East tension rises as Iran battles

ଲମ୍ବା ଚାଲିବ ମଧ୍ୟପ୍ରାଚ୍ୟ ଯୁଦ୍ଧ Photograph: (OTV)

ଲମ୍ବା ଚାଲିବ ମଧ୍ୟପ୍ରାଚ୍ୟ ଯୁଦ୍ଧ। ସ୍ଥଳଯୁଦ୍ଧକୁ ଓହ୍ଲାଇବ ଆମେରିକା । ଇରାନ ପ୍ରତିଶୋଧ ନିଆଁରେ ଥରହର ଆମେରିକା-ଇସ୍ରାଏଲ୍। ୧୫ ଦେଶ ବିରୋଧରେ ଏକା ଲଢୁଛି ଇରାନ୍। ସାଉଦିଆରବରେ ଆମେରିକୀୟ ଦୂତାବାସକୁ ପାଉଁଶ କରିବା ପରେ ବଡ଼ ଆକ୍ରମଣ ପାଇଁ ଇରାନକୁ ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ୍। ଏପଟେ ସର୍ବୋଚ୍ଚ ନେତା ଓ ଟପ୍ ଲିଡର୍ ସଫା ପରେ ବି କେମିତି ଓ କାହା ନିର୍ଦ୍ଦେଶରେ ଇରାନ ଯୁଦ୍ଧ ଚାଲୁରଖିଛି ଆସନ୍ତୁ ଜାଣିବା।

Advertisment


ତିନିଦିନ ହେଲା ଖାମେନେଇ ଖତମ୍। ସବୁ ଟପ୍ ଲିଡର୍ ବି ସଫା। ତଥାପି ଏକା ଲଢୁଛି ଇରାନ୍। ଖାଲି ଲଢୁନି...ଆମେରିକାକୁ ନାକରେ ପାଣି ପିଆଇଦେଉଛି। ୧୫ ଦେଶରେ ତାଣ୍ଡବ କରୁଛି। କୁଏତଠୁ କତାର୍, ବାହରିନଠୁ ଜର୍ଡାନ୍। ପ୍ରତିଶୋଧ ନିଆଁରେ ଜଳୁଛି ଇରାନ। ଦିନରାତି ଫିଙ୍ଗୁଛି ମିସାଇଲ୍ ଓ କମ୍ବାଟ୍ ଡ୍ରୋନ୍ । ଇରାନକୁ ଆମେରିକା ଆଉ ଇସ୍ରାଏଲ ଯେତିକି ଦୁର୍ବଳ ଭାବୁଥିଲେ ଇରାନ୍ ଠିକ୍ ତାର ଓଲଟା। 

ପ୍ରତିହିଂସା ନିଆଁ ଦେଖି ଖୋଦ୍ ଆମେରିକା ବି ଆଶ୍ଚର୍ଯ୍ୟ। ଖୁବ ସହଜରେ ଯୁଦ୍ଧ ଜୟ କରିବାକୁ ସ୍ବପ୍ନ ଦେଖିଥିବା ଟ୍ରମ୍ପ ମଧ୍ୟ ମାନିଲେଣି- ଲମ୍ବା ଚାଲିବ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ । ଏପରିକି ଆକାଶ ସହିତ ଜଳସ୍ଥଳରୁ ଆଟାକ୍ ପାଇଁ ସଜବାଜ ହେଲେଣି। ସେପଟେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବି କହିଲେଣି, ଆଗକୁ ବଡ଼ ଲହର ବାକି ଅଛି । ଯୁଦ୍ଧକୁ ସମୟ ଲାଗିପାରେ। 

Advertisment

ଚତୁର୍ଥ ଦିନରେ ଆହୁରି ତୀବ୍ର ହୋଇଛି ମଧ୍ୟପ୍ରାଚ୍ୟ ମହାଯୁଦ୍ଧ। ସାଉଦି ଆରବରେ ଆମେରିକୀୟ ଦୂତାବାସ ଉପରେ ଇରାନ କରିଛି ଡ୍ରୋନ ହମଲା। ପାଉଁଶ ହୋଇଯାଇଛି ଆମେରିକା ଦୂତାବାସ। ସେହିଭଳି ସାଉଦିରେ ଥିବା ଡିଫେନ୍ସ ସିଷ୍ଟମ ରିୟାଦର କୂଟନୈତିକ ମୁଖ୍ୟାଳୟକୁ ଟାର୍ଗେଟ ବେଳେ ୪ଟି ଡ୍ରୋନକୁ ନଷ୍ଟ କରି ଆମେରିକା ଚେତାବନୀ ଦେଇଛି। 

କୁଏତରେ ବି ପ୍ରଚଣ୍ଡ ପ୍ରହାର କରି ଆମେରିକାର ୩ଟି F-15E ଫାଇଟର ଜେଟକୁ ମାରି ଖସାଇ ଦେଇଥିବା ଦାବି କରିଛି ଇରାନ୍। ଯାହାକୁ ଆମେରିକା ଖଣ୍ଡନ କରିଛି । ଏପଟେ ଇରାନର ଲିଡରସିପ କମ୍ପାଉଣ୍ଡରେ ମିସାଇଲ ମାଡ଼ କରି ରାଷ୍ଟ୍ରପତି କାର୍ଯ୍ୟାଳୟ ଏବଂ ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ଭବନକୁ ଉଡ଼ାଇ ଦେଇଛି ଇସ୍ରାଏଲ୍ । ସେପଟେ ବିଶ୍ବ ବାଣିଜ୍ୟର ନଜର ରହିଥିବା ହରମୁଜ ଜଳପଥକୁ ନେଇ କଡ଼ା ଚେତାବନୀ ଶୁଣାଇଛି ଇରାନ। ହରମୁଜ୍ ଦେଇ ଜାହାଜ ଗଲେ ସିଧା ଜାଳିଦେବାକୁ ଧମକ ଦେଇଛି । 

ପ୍ରଶ୍ନ ଉଠୁଛି ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣକୁ କେମିତି ସାମ୍ନା କରୁଛି ଇରାନ୍ ? ନେତୃତ୍ବଙ୍କ ମୃତ୍ୟୁ ପରେ ବି କିଏ ସମ୍ଭାଳୁଛି ଯୁଦ୍ଧ ମଙ୍ଗ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି ପରିସ୍ଥିତିର ମୁକାବିଲା ପାଇଁ ୪ ଦଶନ୍ଧି ଧରି ନିଜକୁ ତିଆରି କରିଛି ଇରାନ୍ । ଇରାନ ଶକ୍ତିପିଣ୍ଡ ସାଜିଛି IRGC ବା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ୍ କୋର ।

କୁହାଯାଉଛି ନେତୃତ୍ୱ ହୀନ ହେଲେ ମଧ୍ୟ IRGC ଜରିଆରେ ଯୁଦ୍ଧ ଜାରି ରଖିବାର ରଣନୀତି ଅନେକ ବର୍ଷ ତଳୁ ତିଆରି ସରିଛି। ଅଣ୍ଡରଗ୍ରାଉଣ୍ଡ୍ ମିସାଇଲ୍ ସିଟି ଓ ସୁଡ଼ଙ୍ଗ, ବଙ୍କରରୁ ମୋବାଇଲ୍ ଲଞ୍ଚର୍ ଦ୍ୱାରା ମିସାଇଲ୍ ଆଟାକ୍ କରାଯାଉଛି । ଅର୍ଥାତ୍ ଇରାନର ଲଢେଇ ଅଟୋମେଟେଡ୍ ୱେରେ କାର୍ଯ୍ୟକାରୀ ହେଉଛି। 

ବିଶେଷକରି ତିନିଟି ରଣନୀତି ଯଥା- ବ୍ଲାଇଣ୍ଡ, ଡିପ୍ଲେଟ୍ ଏବଂ ଓଭରହ୍ଲେମକୁ ଅସ୍ତ୍ର କରିଛି ଇରାନ୍ । ଅର୍ଥାତ ପ୍ରଥମେ ଶସ୍ତା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଜରିଆରେ ଶତ୍ରୁର ପ୍ରତିରକ୍ଷାକୁ ଦୁର୍ବଳ କରିବା, ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ଏବଂ ଅନ୍ତିମ ପର୍ଯ୍ୟାୟରେ ଶତ୍ରୁକୁ ସମ୍ପୂର୍ଣ୍ଣ ଘେରି ରଖିବା ନୀତିରେ ଆଗକୁ ବଢୁଛି ଇରାନ୍ । ଯାହାକି ଆମେରିକା ଏବଂ ଇସ୍ରାଏଲର ଚିନ୍ତା ବଢ଼ାଇଦେଇଛି। 

ଏପଟେ ଯୁଦ୍ଧ ବୀଭିଷିକା ଭିତରେ ସାମ୍ନାକୁ ଆସିଛି ହୃଦୟ ବିଦାରକ ଦୃଶ୍ୟ। ମିନାବରେ ସ୍କୁଲ୍ ଉପରେ ମିସାଇଲ୍ ହମଲାରେ ଯାଇଛି ଶହଶହ ଛାତ୍ରଛାତ୍ରୀଙ୍କ ଜୀବନ । ଗୋଟିଏ ଜାଗାରେ କବର ଖୋଳି ସମସ୍ତଙ୍କର ଶେଷକୃତ୍ୟ ଦୃଶ୍ୟ ବିଶ୍ବକୁ ଆନ୍ଦୋଳିତ କରିପକାଇଛି। ରିପୋର୍ଟ ଅନୁଯାୟୀ, ଏଯାଏଁ ଇରାନର ୧୩୦ରୁ ଅଧିକ ସହରରେ ଆକ୍ରମଣ ହୋଇଛି । ଯେଉଁଥିରେ ୮୦୦ରୁ ଅଧିକ ଜୀବନ ଗଲାଣି । ସ୍ଥିତିକୁ ନେଇ ମଧ୍ୟପ୍ରାଚ୍ୟରୁ ଫେରିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି ଆମେରିକା।

Missile Attack Iran War Powers Resolution US Iran War
Advertisment
Advertisment