/odishatv-khabar/media/media_files/2026/01/09/fire-breaks-through-snow-2026-01-09-17-37-18.jpg)
ତାଣ୍ଡବ ଆରମ୍ଭ, ବରଫ ପାହାଡ଼ରେ ଲାଗିଲା ଭୟଙ୍କର ନିଆଁ
ବରଫରେ ଲାଗିଲା ଭୟଙ୍କର ନିଆଁ। ତରଳିବାକୁ ଲାଗିଲା ବିରାଟ ବରଫ ପାହାଡ଼। କଳିଯୁଗ ଶେଷ ହେବ କହିଲେଣି ଲୋକ।
ହୁତୁ ହୁତୁ ହୋଇ ଜଳିଲା ଧଳା ଚାଦର ପରି ବିଛାଇ ହୋଇ ପଡ଼ିଥିବା ବରଫ ପାହାଡ଼। ନିଆଁ ଏମିତି ଜଳୁଛି ଯେ, ଯିଏ ଦେଖୁଛି ସିଏ ଛାନିଆଁ ହୋଇଯାଉଛି। ବରଫରେ ଜମି ରହିଥିବା ପାହାଡ଼ ମଝିରୁ ବାହାରୁଛି ଲାଭା। ଏଭଳି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲିର ମାଉଣ୍ଟ ଏଟନା ପର୍ବତ ଶିଖରରେ।
ଇଟାଲିର ସିସିଲି ଦ୍ୱୀପରେ ରହିଛି ମାଉଣ୍ଟ ଏଟନା ପର୍ବତ। ଏଠାରେ ଗତବର୍ଷ ଶେଷ ଆଡକୁ ଆଗ୍ନେୟ ଉଦ୍ଗୀରଣ ହୋଇଥିଲା। ଫଳରେ ପାହାଡର ଚାରିଆଡେ ଧୂଆଁ ଆଉ ଲାଭା ଦେଖାଦେଇଛି। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବରଫ ଓ ନିଆଁର ଏଠି ଅପୂର୍ବ ମିଳନ ଦେଖିବାକୁ ମିଳିଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ। ଏହି ଦୃଶ୍ୟକୁ ଦେଖି ପର୍ଯ୍ୟଟକ ଏବଂ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି।
ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ:
ମାଉଣ୍ଟ ଏଟନାକୁ ୟୁରୋପର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ବୋଲି କୁହାଯାଏ। ଏଠାରେ ପ୍ରାୟ ସବୁବେଳେ ଜ୍ୱାଳାମୁଖି ଫାଟିଥାଏ। ଶୀତଦିନେ ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୁଏ, ସେତେବେଳେ ପାହାଡ଼ଗୁଡ଼ିକ ମୋଟା ବରଫର ସ୍ତରରେ ଢାଙ୍କି ହୋଇଯାଏ। କିନ୍ତୁ ଆଗ୍ନେୟଗିରି ଭିତରେ ଲାଭାର ମୋଟା ସ୍ତର ବହିଥାଏ। ଆଉ ବେଳେ ବେଳେ ଏହା ବରଫ ଫଟାଇ ବାହାରକୁ ବାହାରିଆସେ।
ମାଉଣ୍ଟ ଏଟନାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ଦେଇଛି। ଏହି ଆଗ୍ନେୟଗିରିରୁ ବର୍ଷସାରା ଧୂଆଁ ଏବଂ ମଝିରେ ମଝିରେ ଲାଭା ଉଦ୍ଗିରଣ ହୋଇଥାଏ।। ବୈଜ୍ଞାନିକମାନେ ଏହାକୁ କ୍ରମାଗତ ଭାବେ ଅନୁଧ୍ୟାନ କରୁଛନ୍ତି କାରଣ ଏହାର ଆଚରଣ ଅନ୍ୟ ଆଗ୍ନେୟଗିରିଠାରୁ ଭିନ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)