Advertisment

Doraemon will no longer on TV: ଆଉ ଟିଭିରେ ଦେଖିବାକୁ ମିଳିବନି ଡୋରେମନ୍!

ଆଉ ଟିଭିରେ ଦେଖିବାକୁ ମିଳିବନି ଡୋରେମନ୍। ୩୭ ବର୍ଷ ପରେ ବନ୍ଦ ହେଲା ଟେଲିକାଷ୍ଟ୍। ଭାଙ୍ଗିଲା ଲକ୍ଷ ଲକ୍ଷ ପିଲାଙ୍କ ହୃଦୟ । ଜାପାନରେ ତିଆରି ଏହି ଶୋ ଦଶନ୍ଧି ଧରି ଛୋଟ ପିଲାଙ୍କ ହୃଦୟରେ ରାଜ କରିଆସୁଛି।

author-image
Pramod Behera
Doraemon will no longer on TV

ଆଉ ଟିଭିରେ ଦେଖିବାକୁ ମିଳିବନି ଡୋରେମନ୍ Photograph: (OTV)

ଆଉ ଟିଭିରେ ଦେଖିବାକୁ ମିଳିବନି ଡୋରେମନ୍। ୩୭ ବର୍ଷ ପରେ ବନ୍ଦ ହେଲା ଟେଲିକାଷ୍ଟ୍। ଭାଙ୍ଗିଲା ଲକ୍ଷ ଲକ୍ଷ ପିଲାଙ୍କ ହୃଦୟ।

Advertisment

ପ୍ରସିଦ୍ଧ ଆନିମେଟେଡ୍ କାର୍ଟୁନ ଡୋରେମନକୁ କିଏ ନ ଜାଣେ। ଜାପାନରେ ତିଆରି ଏହି ଶୋ ଦଶନ୍ଧି ଧରି ଛୋଟ ପିଲାଙ୍କ ହୃଦୟରେ ରାଜ କରିଆସୁଛି। ବିଶେଷ କରି ୯୦ ଦଶକର ଅଧିକାଂଶ ପିଲାଙ୍କ ଏହା ଫେବୋରାଇଟ୍ କାର୍ଟୁନ ଶୋ। ଏହା ଆଜି ମଧ୍ୟ ସେମାନଙ୍କ ମୁହଁରେ ଚେନାଏ ହସ ଖେଳାଇ ଦିଏ। 

ହେଲେ ଆପଣ ଜାଣିଛନ୍ତି କି ୩୭ ବର୍ଷ ଧରି ଟିଭିରେ ପ୍ରସାରଣ ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆଉ ଟିଭିରେ ଏହାର କୌଣସି ଏପିସୋଡ୍ ଟେଲିକାଷ୍ଟ ହେବ ନାହିଁ।

Advertisment

ଏହି ଖବରର ଭିଡିଓ ଦେଖିବାକୁ ଚାହୁଁଥିଲେ ତଳେ କ୍ଲିକ୍ କରନ୍ତୁ:

ତେବେ ଭାରତରେ ନୁହେଁ ବରଂ ଇଣ୍ଡୋନେସିଆରେ ୩୭ ବର୍ଷ ଧରି ନିରନ୍ତର ପ୍ରସାରଣ ପରେ ଏହାକୁ ଆନୁଷ୍ଠାନିକ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, "ଡୋରେମୋନ୍" ଇଣ୍ଡୋନେସିଆର ମୁଖ୍ୟ ଟିଭି ଚ୍ୟାନେଲ, RCTIରେ ପ୍ରସାରିତ ହେଉଥିଲା। ଏପରିକି ପ୍ରତି  ରବିବାର ସକାଳେ ଏହି କାର୍ଟୁନ ସ୍କୁଲ ପିଲାମାନଙ୍କ ପସନ୍ଦ ପାଲଟିଯାଇଥିଲା। ତେବେ ୨୦୨୫ ଶେଷ ସୁଦ୍ଧା ହଠାତ ଚ୍ୟାନେଲ ଏହାର ପ୍ରସାରଣ ବନ୍ଦ କରିଦେଇଥିଲା। ଆଉ ଜାନୁଆରୀ ୨୦୨୬ ଆରମ୍ଭ ସୁଦ୍ଧା, "ଡୋରେମନ" ଟାଇମ ସ୍ଲଟ୍ ସମ୍ପୂର୍ଣ୍ଣ ଭାବେ ଚ୍ୟନେଲରୁ ହଟାଇ ଦିଆଯାଇଛି। 

ତେବେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇବା ଅଧିକାଂଶ ଦର୍ଶକ ଭାବୁକ ହୋଇଯାଇଥିଲେ। ଆଉ ସେମାନଙ୍କ ପିଲାଦିନର ସ୍ମୃତିକୁ ମନେପକାଇଥିଲେ। ଆଉ ଏହାକୁ "ଏକ ଯୁଗର ଅନ୍ତ" ବୋଲି କହିଥିଲେ। ତେବେ ଡୋରେମନ କାର୍ଟୁନକୁ ନେଇ ଆପଣଙ୍କ ସ୍ମୃତି ମଧ୍ୟ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ ।

Animated Series Childhood Doraemon
Advertisment
Advertisment